ରାଜଧାନୀରୁ ଆସିଲା ହତ୍ୟା ଅଭିଯୋଗ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆସିଛି ଛାତିଥରା ଚିତ୍ର । ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଦେଖିବାକୁ ମିଳିଛି । ଭୀମଟାଙ୍ଗୀ ଫେଜ୍‌-୧ ଅଞ୍ଚଳରୁ ମୃତଦେହ ଉଦ୍ଧାର କରାଯାଇଛି । ତେବେ ସେହି ଘରୁ ଅନ୍ୟଜଣେ ପୁରୁଷଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ମୃତ ମହିଳାଙ୍କୁ ତାଙ୍କ ସ୍ୱାମୀ ଚିହ୍ନଟ କରିଥିବା ସୂଚନା ମିଳିଛି । ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଏ ଏବଂ କାହିଁକି ଏଭଳି ଜଘନ୍ୟକାଣ୍ଡ ଭିଆଇଛି ତାହା ସ୍ପଷ୍ଠ ହୋଇନାହିଁ ।

Share

Leave a Reply

Your email address will not be published. Required fields are marked *

2 × 2 =