ତପ୍ତପାଣି ବସ ଦୁର୍ଘଟଣାରେ ମୃତକଙ୍କ ପରିବାର ପାଇଁ ସହାୟତା ଘୋଷଣା

ଭୁବନେଶ୍ୱର() ତପ୍ତପାଣି ବସ ଦୁର୍ଘଟଣାରେ ମୃତକଙ୍କ ପରିବାର ପାଇଁ ଅନୁକମ୍ଫା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତି ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ଉଦ୍ଧାର କାମ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳ ଏବଂ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ତେବେ ଆଜି ଭୋରୁ ତପ୍ତପାଣି ଘାଟିରୁ ଯାତ୍ରୀବାହୀ ବସ ଖସିପଡି ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି । ଘାଟିରେ ବସ ଖସିପଡିବା ପରେ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମେଡିକାଲରେ ଅନ୍ୟ ୩ ଜଣଙ୍କ ମୃତ୍ୟୁ ହୋଇଛି ।

ସେପଟେ କୁହୁଡି ପାଇଁ ରାସ୍ତା ଘାଟ ନଦିଶିବାରୁ ଏବଂ ବ୍ରେକ ଫେଲ ହେବାରୁ ବସ ଘାଟି ତଳକୁ ଖସିଥିଲା ଆଉ ତାପରେ ଏଭଳି ଭୟଙ୍କର ଦୁର୍ଘଟଣା ହୋଇଥିଲା । ତେବେ ବସ ଭିତରେ କିଛି ଯାତ୍ରୀ ଚାପି ରହିଥିବା ସୂଚନା ମିଳିଛି । ତେବେ ବସରେ ଚାପି ରହିଥିବା ଆହତଙ୍କୁ ଉଦ୍ଧାର ପାଇଁ ବସକୁ ୩ ଖଣ୍ଡ ଖରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଘଟଣାସ୍ଥଳରେ ଉଦ୍ଧାର କାର୍ୟ୍ୟ ଜୋରଦାର ଚାଲିଥିବା କହିଛନ୍ତି ମନ୍ତ୍ରୀ । ରାୟଗଡ଼ାର କାଶୀପୁରରୁ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରୁଥିବା ଘରୋଇ ଯାତ୍ରୀବାହୀ ବସ୍ ରାତି ପ୍ରାୟ ୩ଟା ବେଳେ ମୋହନା ବ୍ଲକ୍ ଅନ୍ତର୍ଗତ ତପ୍ତପାଣି ଘାଟିରେ ଓଲଟି ପଡ଼ିଥିଲା ।

Share

Leave a Reply

Your email address will not be published. Required fields are marked *

nine − seven =