ଏଣିକି ମହିଳାଙ୍କ ସିଟରେ ବସିଲେ ଗଣିବେ ଟଙ୍କା

ଭୁବନେଶ୍ୱର() ଏଣିକି ମହିଳାଙ୍କ ସିଟରେ ବସିଲେ ଜରିମାନା । ଏଥିପାଇଁ ଆଜି ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ, ଘରୋଇ ବସ୍ ମାଲିକ ସଂଘ ଓ ସରକାରୀ ବସ୍ (ମୋ ବସ୍) ପରିଚାଳନା କରୁଥିବା କ୍ରୁଟ୍ର ଏମ୍ଡି ଅରୁଣ ବୋଥ୍ରାଙ୍କ ମଧ୍ୟରେ ଏକ ବୈଠକ ବସିଥିଲା । ପୁଲିସ ସେବା ଭବନ ପରିସରରେ ବସିଥିବା ଏହି ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ଅଧିକାଂଶ ସମୟରେ ମହିଳାମାନେ ବସ୍ରେ ଛିଡ଼ା ହୋଇ ଯାଉଥିବାରୁ ଅସଦାଚରଣର ସମ୍ଭାବନା ରହୁଛି । ଏଣୁ ମହିଳାମାନେ ଯାତ୍ରା କଲା ବେଳେ ଯେଭଳି ବସିକି ଯିବେ, ତାହା ନିଶ୍ଚିତ କରାଯିବା ଦିଗରେ ଗୁରୁତ୍ବ ଦିଆଯାଇଥିଲା । ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ସିଟ୍ରେ ପୁରୁଷମାନେ ବସିଲେ ଏଥର ଜରିମାନା ଦେବାକୁ ପଡ଼ିବ । ଏ ଦିଗରେ ଖୁବ୍ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ । ସେହିଭଳି ବସ୍ରେ ଅସଦାଚରଣର ଶିକାର ହେଉଥିବା ମହିଳାଙ୍କ ପାଇଁଏକ ସ୍ବତନ୍ତ୍ର ଫୋନ୍ ନମ୍ବର ଜାରି କରାଯିବ ।

ସେହି ନିର୍ଦ୍ଦିଷ୍ଟ ଫୋନ୍ ନମ୍ବର ସମସ୍ତ ବସ୍ରେ ଦେଖି ପାରିବା ଭଳି ସ୍ଥାନରେ ଲେଖାଯିବ । ଏହି ନମ୍ବର ମଧ୍ୟ ଖୁବ୍ଶୀଘ୍ର ଯାତ୍ରୀଙ୍କ ସୂଚନା ପାଇଁ ପ୍ରଦାନ କରାଯିବ। ଅନେକ ସମୟରେ ଫୋନ୍ କରିବା ସମସ୍ତଙ୍କ ପକ୍ଷେ ସମ୍ଭବ ହେଉ ନ ଥିବାରୁ ହ୍ବାଟ୍ସ୍ ଆପ୍ ଜରିଆରେ କିମ୍ବା ମେସେଜ୍ କରିବା ପାଇଁ ଏକ ମୋବାଇଲ ନମ୍ବର ମଧ୍ୟ ଜାରି କରାଯିବ। ଯୋଗାଯୋଗର ଅସୁବିଧା ହେଲେ ମହିଳାଯାତ୍ରୀ ଫୋନ୍ରେ କଥା ନ ହୋଇ ଏହି ନମ୍ବରରେ ଏସ୍ଏମ୍ଏସ୍ ବା ହ୍ବାଟ୍ସ୍ ଆପ୍ରେ ସୂଚନା ଦେଇପାରିବେ।

Share

Leave a Reply

Your email address will not be published. Required fields are marked *

13 − 2 =