ତିନି ଦିନିଆ ସରକାରୀ ବସ୍‌ ଚଳାଚଳ ବନ୍ଦ

ଜୟପୁର: ନିଖିଳ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ଷ୍ଟାଫ୍‌ ଏସୋସିଏସନ୍‌ ପକ୍ଷରୁ ୪ ଦଫା ଦାବି ନେଇ ଆଜିଠାରୁ ତିନି ଦିନିଆ ସରକାରୀ ବସ୍‌ ଚଳାଚଳ ବନ୍ଦ କରାଯାଇଛି। ସମସ୍ତ ଠିକା କର୍ମଚାରୀଙ୍କୁ  ନିୟମିତ କରିବା, ସମାନ କାମକୁ ସମାନ ଦରମା, କର୍ମଚାରୀଙ୍କ ସପ୍ତମ ବେତନ ଲାଗୁ, କର୍ମଚାରୀଙ୍କ ବିରୋଧରେ ବେଆଇନ୍ କାର୍ଯ୍ୟାନୁଷ୍ଠାନ ବନ୍ଦ ଦାବି ନେଇ ଏହି ବନ୍ଦ ଡାକରା ଦିଆଯାଇଛି। ଫଳରେ ରାଜ୍ୟରେ ସରକାରୀ ବସ୍‌ ସେବା ବାଧାପ୍ରାନ୍ତ ହୋଇଛି।କୋରପୁଟ ଜିଲ୍ଲା ଜୟପୁର ଜୋନ୍‌ରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଏହି ଜୋନ୍‌ର ପ୍ରାୟ ୬୦ଟି ବସ୍‌ ଅଟକି ରହିଛି। ଫଳରେ ଯାତ୍ରୀଙ୍କୁ ନାହଁି ନଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି।

 

Share

Leave a Reply

Your email address will not be published. Required fields are marked *

4 × four =