ପ୍ରକାଶଙ୍କ ଚିକିତ୍ସା ମାଗଣାରେ କରିବାକୁ ନବୀନଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର() କଟକ ଏସ୍ସିବିରେ ଚିକିତ୍ସାଧୀନ ଥିବା ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହିତ ତାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ପ୍ରକାଶଙ୍କ ଚିକିତ୍ସା ସମ୍ପର୍କରେ ତଦାରଖ କରିବାକୁ କଟକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରକାଶ ରାଓ ଅନୁଗୁଳକୁ ଏକ କାର୍ୟ୍ୟକ୍ରମରେ ସାମିଲ ହେବା ପାଇଁ ଯାଇଥିବା ବେଳେ ହଠାତ ସେଠାରେ ଅସୁସ୍ଥ ଅନୁଭବ କରିଥିଲେ । ତାଙ୍କ ଛାତିରେ ଯନ୍ତ୍ରଣା ହେବାକୁ ତାଙ୍କୁ ତୁରନ୍ତ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ଏବେ ସେ ଏସସିବିର ଆଇସିୟୁରେ ଅଛନ୍ତି ।

ଗତ ମାର୍ଚ୍ଚ ମାସରେ ପ୍ରକାଶ ରାଓଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଥିଲେ । ସ୍ୱତନ୍ତ୍ର ଢଙ୍ଗରେ ଚା’ ବିକ୍ରି କରି ଚର୍ଚ୍ଚାରେ ରହିଥିବା କଟକ ସହରର ଏହି ବିଶିଷ୍ଟ ସମାଜସେବୀ ୨୦୦ରୁ ଅଧିକ ଥର ରକ୍ତଦାନ କରି ରେକର୍ଡ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

three + seventeen =