ଚନ୍ଦ୍ର ପୃଷ୍ଠରେ ମିଳିଲା ଜଳର ସନ୍ଧାନ

ନୂଆଦିଲ୍ଲୀ() ଚନ୍ଦ୍ର ପୃଷ୍ଠରେ ମିଳିଛି ଜଳର ସନ୍ଧାନ । ଚନ୍ଦ୍ରପୃଷ୍ଠରେ ଜଳର ସନ୍ଧାନ ମିଳିଥିବା ଦାବି କରିଛି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ବା ନାସା । ପର୍ଯ୍ୟବେକ୍ଷଣ ଯାନ ‘ସୋଫିଆ’ ଜରିଆରେ ଜଳ ସନ୍ଧାନ ହୋଇଥିବା ଦାବି କରିଛି । ଚନ୍ଦ୍ରପୃଷ୍ଠରେ ଛୋଟ ଛୋଟ ଆକାରରେ କାଚ କଣିକା ଭଳି ଜଳ ଥିବା ନାସା ପକ୍ଷରୁ କୁହାଯାଇଛି ।

ଏହାସହ ଚନ୍ଦ୍ରପୃଷ୍ଠରେ ଅଧିକ ଥଣ୍ଡା ବଳୟ ଥିବା ନେଇ ଆଉ ଏକ ବୈଜ୍ଞାନିକ ଟିମ୍ ଆକଳନ କରିଛନ୍ତି । ଏଥିରୁ ଅନୁମାନ କରାଯାଉଛି ଯେ, ଚନ୍ଦ୍ରପୃଷ୍ଠରେ ଆହୁରି ଅଧିକରୁ ଅଧିକ ଜଳ ରହିଥିବ । ତେବେ ଏନେଇ ଅଧିକ ଗବେଷଣା ଜାରି ରହିବ ବୋଲି ନାସା କହିଛି ।

Share

Leave a Reply

Your email address will not be published. Required fields are marked *

four − 1 =