ପାଟକୁରା ରୋଡ୍ ସୋରେ ନବୀନଙ୍କ ଆହ୍ୱାନ

କେନ୍ଦ୍ରାପଡା()  ଆସନ୍ତାକାଲି ପାଟକୁରା ପ୍ରଚାରର ଶେଷ ଦିନ । ୨୦ ତାରିଖ ସକାଳୁ ଭୋଟିଂ ହେବ । ପାଟକୁରାରେ ଶଙ୍ଖ ଫୁଙ୍କିବା ପାଇଁ ପ୍ରଚାରର ମଙ୍ଗ ଧରିଛନ୍ତି ଖୋଦ୍ ବିଜେଡ଼ି ମୁଖିଆ । ଆଜି ପାଟକୁରାରେ ବିଜେଡ଼ି ଦଳୀୟ ପ୍ରାର୍ଥୀ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ପଞ୍ଚମ ପାଳିରେ ପାଟକୁରା ନିର୍ବାଚନ ବିଜେଡ଼ି ମୁଖିଆଙ୍କ ପାଇ ସମ୍ମାନର ପ୍ରଶ୍ନ । କୌଣସି ମତେ ପାଟକୁରା ଆସନ ଛାଡ଼ିବା ପାଇଁ ଚାହୁଁନି ବିଜେଡ଼ି । ଶଙ୍ଖ ଚିହ୍ନରେ ଭୋଟ ଦେଇ ବିଜେଡ଼ି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ପାଟକୁରାର ଭାଇଭଉଣୀ ମାନଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ପାଟକୁରାକୁ ନିଜେ ଦେଖିବି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ହେଲିପ୍ୟାଡ୍ରେ ଅବତରଣ କରିବା ପରେ ହାଇଟେକ୍ ବସ୍ରେ ଚଢ଼ି ରୋଡ୍ ସୋ’ ଆରମ୍ଭ କରିଥିଲେ। ସେଠାରୁ ମୁଖ୍ୟମନ୍ତ୍ରୀ ନହଙ୍ଗ ବାଟ ଦେଇ ଗରଦପୁର ଓ ମାର୍ଶାଘାଇ ଅଞ୍ଚଳରେ ପହଞ୍ଚି ପାଟକୁରା ଆସନର ବିଜେଡି ବିଧାୟିକା ପ୍ରାର୍ଥିନୀ ସାବିତ୍ରୀ ଅଗ୍ରଓ୍ଵାଲ୍ଙ୍କ ପାଇଁ ରୋଡ୍ ସୋ’ ଚଳାଇଛନ୍ତି। ମୁଖ୍ୟମନ୍ତ୍ରୀ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ପାଇଁ ମାରାଥନ ପ୍ରଚାର ଆରମ୍ଭ କରିଛନ୍ତି । ତେବେ ସନ୍ଧ୍ୟା ୭ଟାରେ ପ୍ରଚାର ଶେଷ କରି ରାତି ୯ଟାରେ ନବୀନ ନିବାସ ପହଞ୍ଚିବେ ମୁଖ୍ୟମନ୍ତ୍ରୀ ।

Share

Leave a Reply

Your email address will not be published. Required fields are marked *

9 − five =