ଟି୍ରପଲ ତଲାକ ପାସ

ନୂଆଦିଲ୍ଲୀ()  ରାଜ୍ୟସଭାରେ ପାସ ହେଲା ଟି୍ରପଲ ତଲାକ ବିଲ । ଭୋଟିଂ ଡିଭିଜନ ଜରିଆରେ ପାସ ହୋଇଛି ଏହି ବିଲ । ଏହି ବିଲ ସପକ୍ଷରେ ୯୯, ବିପକ୍ଷରେ ୮୪ ସଦସ୍ୟ ମତଦାନ ଦେଇଛନ୍ତି । ପୂର୍ବରୁ ଟି୍ରପଲ ତଲାକ ବିଲ ଲୋକସଭାରେ ପାସ ହୋଇ ସାରିଛି । ମୁସଲିକ ମହିଳାଙ୍କ ବିବାହ ସଂପର୍କିତ ଟି୍ରପଲ ତଲାକ ବିଲ । ଏଣିକି ୩ ଥର ତଲାକ୍‌ କହି ଛାଡ଼ପତ୍ର ଦେବା ଅବୈଧ ଏବଂ ବେଆଇନ ।  ତିନି ତଲାକ ଦେଲେ ହେବ ଫୌଜଦାରୀ ମାମଲା । ପତ୍ନୀକୁ ତଲାକ କହିବା, ମେସେଜ ଦେବା ହେଲା ବେଆଇନ । ତିନି ତଲାକ ଦେଇଥିବା ବ୍ୟକ୍ତିଙ୍କୁ ମିଳିବ ୩ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ । ଏମିତିକି ପୋଲିସ ବିନା ୱାରେଣ୍ଟରେ ସଂପୃକ୍ତଙ୍କୁ ଗିରଫ କରିପାରିବ ।

ବର୍ତ୍ତମାନ ବିଦେଶ ଗସ୍ତରେ ଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଖକୁ ଏହି ବିଲ୍ ଅନୁମୋଦନ ନିମନ୍ତେ ଯିବ। ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇବା ପରେ ଏବଂ ସରକାର ଏନେଇ ବିଜ୍ଞପ୍ତି ପ୍ରକାଶ କରିବା ପରେ ଏହା ଫେବୃଆରୀରେ ଜାରି କରାଯାଇଥିବା ଟ୍ରିପଲ ତଲାକ୍ ଅର୍ଡିନାନ୍ସର ସ୍ଥାନ ନେବ। ୨୦୧୭ ମସିହା ଅଗଷ୍ଟରେ ସୁପ୍ରିମ୍କୋର୍ଟ ଟ୍ରିପଲ ତଲାକ୍ ବେଆଇନ ବୋଲି ରାୟ ଦେବା ପରେ ଏହି ବିଲ୍ ଅଣାଯାଇଥିଲା।

Share

Leave a Reply

Your email address will not be published. Required fields are marked *

5 + two =