ଫନି କ୍ଷୟକ୍ଷତିର ଆକଳନ ପାଇଁ ଓଡ଼ିଶାରେ କେନ୍ଦ୍ରୀୟ ଟିମ୍

ଫନି କ୍ଷୟକ୍ଷତିର ଆକଳନ ପାଇଁ ଓଡ଼ିଶାରେ ୪ଜଣିଆ କେନ୍ଦ୍ରୀୟ ଟିମ ।ଗତକାଲି ରାତିରେ ଆସି ପହଞ୍ଚିଛନ୍ତି ୪ଜଣିଆ କେନ୍ଦ୍ରୀୟ ଟିମ। ଗୃହ ମନ୍ତ୍ରାଳୟର ଅତିରିକ୍ତ ସଚିବ ବିବେକ ଭରଦ୍ୱାଜଙ୍କ ନେତୃତ୍ୱରେ ଆସିଥିବା ୧୧ ଜଣିଆ ଦଳ ଆଜି ପ୍ରଥମେ ସତ୍ୟବାଦୀରେ ପହଞ୍ଚିଛନ୍ତି। ସେଠାରୁ ପୁରୀ ସଦରର ବିଭିନ୍ନ ବ୍ଲକ ଯାଇ କ୍ଷୟକ୍ଷତି ଆକଳନ କରିବେ। ୨ଦିନ ଧରି ସେମାନେ ବିଭିନ୍ନ ଅଞ୍ଚଳ ଗସ୍ତ କରି କ୍ଷୟକ୍ଷତି ଆକଳନ କରିବା କରିବେ। ପରେ ପୁରୀ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିବେ। ଆଜି ଅପରାହ୍ନରେ ଟିମ୍ର ସଦସ୍ୟ ମାନେ ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ। ଆସନ୍ତାକାଲି ନୂଆଦିଲ୍ଲୀ ଫେରି କେନ୍ଦ୍ର ସରକାରଙ୍କୁ ଫନି କ୍ଷୟକ୍ଷତିର ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିବେ।

Share

Leave a Reply

Your email address will not be published. Required fields are marked *

3 × 3 =