ଆସନ୍ତାକାଲିଠୁ ୨୦୧୯ ମହାସଂଗ୍ରାମ

ଭୁବନେଶ୍ୱର (): ଆସନ୍ତାକାଲିଠୁ ନେତାଙ୍କ ଭାଗ୍ୟ ପରୀକ୍ଷା । କିଏ ଜିତିବ, କିଏ ହାରିବ, କିଏ ଦେବେ ନିର୍ଣ୍ଣାୟକ ମୋଡ ଏସବୁର ହିସାବନିକାସ ପର୍ଯ୍ୟାୟକ୍ରମେ ୪ଟି ପର୍ଯ୍ୟାୟରେ ଆରମ୍ଭ ହେବ । ପ୍ରଥମ ପର୍ଯର୍୍ୟାୟରେ ୪ଟି ଲୋକସଭା ଓ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ପାଇଁ ଭୋଟଗ୍ରହଣ କରାଯିବ । ସକାଳ ୭ଟାରୁ ଆରମ୍ଭ ହେବ ଭୋଟଗ୍ରହଣ ।

ଚଳିତ ନିର୍ବାଚନ ବିଗତ ସବୁ ନିର୍ବାଚନର ପ୍ରକ୍ରିୟା ଓ ସମ୍ଭାବନାକୁ ବଳିଯାଇଛି । ପ୍ରଥମ ଥର ପାଇଁ ଏହି ନିର୍ବାଚନରେ ବୋଧହୁଏ ସର୍ବାଧିକ ବିଧାୟକ ଓ ସାଂସଦଙ୍କ ଟିକେଟ କଟାଯାଇଛି । ଗତ ନିର୍ବାଚନରେ ବିଜେଡି ୧୧୭ ବିଧାନସଭା ଆସନ ଜିତିଥିଲେ ବି ଏଥର ଲଢ଼େଇ ଜୋରଦାର ହେଉଥିବାରୁ ବିଜୟ ସମ୍ଭାବନାକୁ ସର୍ବାଧିକ ଗୁରୁତ୍ୱ ଦେଇ ପ୍ରାର୍ଥୀ ଚୟନ କରାଯାଇଛି । ଏହିକ୍ରମରେ ବିଜେଡି ସୁପ୍ରିମୋ ୫୩ ଜଣ ବିଧାୟକଙ୍କ ଟିକେଟ କାଟିଛନ୍ତି । ୧୭ ଜଣ ସାଂସଦ ବି ଟିକେଟ ପାଇନାହାଁନ୍ତି । ଏଥିସହିତ ବିଜେପି ଓ କଂଗ୍ରେସ ମଧ୍ୟ ବିଜୟ ସମ୍ଭାବନାକୁ ନେଇ ଟିକେଟ ବାଛିଚି । ବିଜେପିର ୫ ଜଣ ବିଧାୟକ ବାଦ୍ ପଡିଛନ୍ତି । କଂଗ୍ରେସ ଜଣେ ମାତ୍ର ବିଧାୟକଙ୍କୁ ଟିକେଟ ଦେଇନଥିଲେ ବି ୪ ଜଣ ବିଧାୟକ ଟିକେଟ ରେସରେ ଦଳ ଛାଡି ଅନ୍ୟ ଦଳରୁ ପ୍ରାର୍ଥୀ ହୋଇଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁର, କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁର ସହିତ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଅ ।ସନରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୬୦ଲକ୍ଷ ୩ ହଜାର ୭୦୭ ଜଣ ମତଦାତା । ନିର୍ବାଚନ ହେଉଥିବା ୪ଟି ଯାକ ଲୋକସଭା ଆସନ ୨୦୧୪ରେ ବିଜେଡି ଖାତାକୁ ଯାଇଥିଲା । ସେହିଭଳି ୨୮ଟି ବିଧାନସଭା ଆସନ ମଧ୍ୟରୁ ଏକା ବିଜେଡି ୨୦ଟି ବିଧାନସଭା ଜିତିଥିବାବେଳେ ବିଜେପି ୨ଟି ଓ କଂଗ୍ରେସ ୬ଟି ଆସନ ଦଖଲ କରିଥିଲା । ଏଥର ମଧ୍ୟ ପୂର୍ବଥର ଭଳି ୪ଟି ଯାକ ଲୋକସଭା ଆସନ ସାଙ୍ଗକୁ ପୂର୍ବାପେକ୍ଷା ଅଧିକା ବିଧାନସଭା ଆସନ ଜିତିବାକୁ ଲକ୍ଷ୍ୟ ରଖିଛି । ବିଜେପି ଗତଥର ଗୋଟିଏ ହେଲେ ବି ଆସନ ପାଇନଥିଲେ ମଧ୍ୟ ଏଥର ବିଜେଡିର ଗଡ଼ ଭାଙ୍ଗିବାକୁ ଜୋରଦାର ଉଦ୍ୟମ ଚଳାଇଛି । ସେହିଭଳି କଂଗ୍ରେସ ନିଜର ୬ଟି ଯାକ ଆସନ ଫେରାଇ ଆଣିବା ସହ ଆଉ କେତୋଟି ଆସନରେ ବିଜୟ ସମ୍ଭାବନାକୁ ଦୃଷ୍ଟିରେ ରଖି ଲଢୁଛି ।

Share

Leave a Reply

Your email address will not be published. Required fields are marked *

2 × four =