କଳାହାଣ୍ଡିରେ କଡା ଟକ୍କର : ବିକାଶ ବନାମ ହାୱା

ଭୁବନେଶ୍ୱର () ଆରମ୍ଭ ହେଲା ମହାସମର । ପ୍ରଥମ ପର୍ଯ୍ୟାୟରେ 4ଟି ଲୋକସଭା ଓ 28ଟି ବିଧାନସଭା ପାଇଁ ଭୋଟ ଗ୍ରହଣ 60 ଲକ୍ଷରୁ ଅଧିକ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ତେବେ ଏଭିତରେ ଅନ୍ୟତମ ସମ୍ମାନଜନକ ଆସନ ହେଉଛି କଳାହାଣ୍ଡି ଲୋକସଭା । ଏହି ଆସନରୁ ମଇଦାନକୁ ଓଲ୍ହାଇଛନ୍ତି ବିଜେଡିର ପୁଷ୍ପେନ୍ଦ୍ର ସିଂହଦେଓ, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଓ କଂଗ୍ରେସରୁ ପୂର୍ବତନ ମନ୍ତ୍ରୀ ଭକ୍ତ ଦାସ ।

ତିନି ହେଭିୱେଟ ନେତାଙ୍କ ଲଢେଇରେ ଏହି ନିର୍ବାଚନମଣ୍ଡଳୀ ଉପରେ ଏବେ ସମସ୍ତଙ୍କ ଆଖି ରହିଛି । ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ନିଜ ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ପ୍ରଚାରକୁ ଓହ୍ଲାଇଛନ୍ତି । ଏହି ଆସନରେ ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ମଧ୍ୟରେ ମୁଖ୍ୟ ଲଢେଇ ହେଉଥିବା ବେଳେ ପ୍ରଚାର ବନ୍ଦ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ନୂଆପଡା ଓ କଳାହାଣ୍ଡିରେ ବ୍ୟାପକ ପ୍ରଚାର ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ବିଜୟ ସମ୍ଭାବନାକୁ ଉଜ୍ବଳ କରିଥିଲା ।

ମୁଖ୍ୟମନ୍ତ୍ରୀ ଖରିଆର, ସିନାପଲ୍ଲୀ, ଗୋଲମୁଣ୍ଡା, ଧର୍ମଗଡ଼, ଜୁନାଗଡ଼, ଭବାନୀପାଟଣା, ଲାଞ୍ଜିଗଡ଼, ନର୍ଲାରେ ମାରାଥନ ରୋଡ଼ ସୋ କରିଥିଲେ । ସ୍ଥାନୀୟ ଭୋଟରଙ୍କ ମତରେ କାଳିଆ ଯୋଜନା ଓ ମିଶନ ଶକ୍ତି ଅଭିଯାନ ପାଇଁ ବିଜେଡି ସପକ୍ଷରେ ସକାରାତ୍ମକ ବାତାବରଣ ସୃଷ୍ଟି ହୋଇଛି ।

କଳାହାଣ୍ଡି ଆସନ ପାଇଁ ବିଜେପି ରାଷ୍ଟ୍ରୀୟ ସଭାପତି ଜଣେ ବାହାରବାଲା ହୋଇଥିବାରୁ ସେ ମୋଦି ହାୱା ଓ କେନ୍ଦ୍ରୀୟ ଯୋଜନାର ସହାରାରେ ନିର୍ବାଚନ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି । ସେହିଭଳି ଭକ୍ତ ଦାସ ଧାନର ଏମଏସପି ବୃଦ୍ଧି ଓ କୃଷି ଋଣ ଉଚ୍ଛେଦ ପ୍ରତିଶ୍ରୁତିର ନାରା ଦେଇ ନିର୍ବାଚନୀ ବୈତରଣୀ ପାର ହେବାକୁ ଉଦ୍ୟମ କରୁଛନ୍ତି । ହେଲେ ତାଙ୍କୁ ବିରୋଧ କରି କଳାହାଣ୍ଡି କଂଗ୍ରେସର ଏକ ବଡ ଗୋଷ୍ଠି ସମୂହ ଇସ୍ତଫା ଦେବା ତାଙ୍କ ପାଇଁ ଅଡ଼ୁଆ ହୋଇଛି ।

ଭକ୍ତ ଦାସ ନିୟମଗିରି ଖଣି ଖନନକୁ ବିରୋଧ କରୁଥିବା ଡଙ୍ଗରିଆ କନ୍ଧଙ୍କ ସମର୍ଥନକୁ ମଧ୍ୟ ଆଖେଇଛନ୍ତି । କାରଣ ଭକ୍ତ ନିୟମଗିରି ଖଣି ଖନନ ବିରୋଧରେ ଆନ୍ଦୋଳନ ତେଜିଥିବା ବେଳେ ରାହୁଲ ନିକଟରେ କଳାହାଣ୍ଡି ଗସ୍ତରେ ଆସିଥିବା ବେଳେ ଡଙ୍ଗରିଆ କନ୍ଧଙ୍କୁ ସେମାନଙ୍କ ଆନ୍ଦୋଳନ ପାଇଁ ସମର୍ଥନ ଘୋଷଣା କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

2 × four =