ପ୍ରାର୍ଥୀ ବଦଳାଇଲା ଜେଏମ୍ଏମ୍

ବାଙ୍ଗିରିପୋଷି ଓ ରାଇରଙ୍ଗପୁରରେ ବିଧାୟକ ପ୍ରାର୍ଥୀ ବଦଳାଇଛି ଜେଏମଏମ । ବାଙ୍ଗିରିପୋଷିରେ ସୁନ୍ଦର ମୋହନ ସିଂଙ୍କ ସ୍ଥାନରେ ଫାଗୁ ହାଁସଦାଙ୍କୁ ପ୍ରାର୍ଥୀ କରାଯାଇଛି । ସେହିପରି ରାଇରଙ୍ଗପୁରରେ ସୁନାରାମ ଟୁଡୁଙ୍କ ସ୍ଥାନରେ ରାମଚନ୍ଦ୍ର ମୁର୍ମୁ ପ୍ରାର୍ଥୀ ହୋଇଛନ୍ତି।

ଓଡିଶାର ୫ ବିଧାନସଭା ଏବଂ ୧ ଲୋକସଭା ନିମନ୍ତେ ପ୍ରାର୍ଥୀ ଘୋଷଣା କରିଥିଲା ଜେଏମ୍ଏମ୍ । ମୟୂରଭଞ୍ଜ ଲୋକସଭା ନିମନ୍ତେ ଦଳ ଅଞ୍ଜନୀ ସୋରେନ୍ଙ୍କୁ ପ୍ରାର୍ଥୀ କରିଥିଲା। ସେହିପରି ଜିଲ୍ଲାର ଏକମାତ୍ର ଅଣସଂରକ୍ଷିତ ଆସନ ମୋରଡ଼ା ନିମନ୍ତେ କଳିଙ୍ଗ କେଶରୀ ଜେନା, ସାରସକଣା ନିମନ୍ତେ ଦଳର ରାଜ୍ୟ ସଭାପତି ମହେଶ ହେମ୍ବ୍ରମ୍, ବାଙ୍ଗିରିପୋଷି ନିମନ୍ତେ ସୁନ୍ଦର ମୋହନ ସିଂହ ଏବଂ ରାଇରଙ୍ଗପୁର ନିମନ୍ତେ ସୁନାରାମ ଟୁଡ଼ୁଙ୍କୁ ଦଳ ପ୍ରାର୍ଥୀ କରିଥିଲ। ସେହିପରି ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଆସନରେ ଦଳ ସେବିୟନ ଆଇନ୍ଦ୍ଙ୍କୁ ଦଳ ପ୍ରାର୍ଥୀ କରିଥିବା ଜଣାପଡ଼ିଛି। ମାତ୍ର ବୀରମିତ୍ରପୁର ଆସନରେ କଂଗ୍ରେସ୍ ପୂର୍ବରୁ ଜର୍ଜ ତିର୍କୀଙ୍କ ପୁଅ ରୋହିତ ଜୋସେଫ ତିର୍କୀଙ୍କୁ ପ୍ରାର୍ଥୀ କରିଛି।

Share

Leave a Reply

Your email address will not be published. Required fields are marked *

2 × 1 =