ବିଧାୟକ ବନାମ ସାଂସଦ

ପାଲଲହଡ଼ା: ପାଲଲହଡ଼ା ବିଧାୟକ ମୁକେଶ ପାଲ ଓ ଢ଼େଙ୍କନାଳ ସାଂସଦ ମହେଶ ସାହୁଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତ ସୃଷ୍ଟି ହୋଇଛି । କୋଭିଡ କେୟାର ସେଣ୍ଟରର ଉଦଘାଟନକୁ ନେଇ ଉଭୟଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ମୁହାଁମୁହିଁ ପରିସ୍ଥିତି । ଗୋଟିଏ ଦଳର ବିଧାୟକ ଓ ସାଂସଦ ହୋଇ ମଧ୍ୟ ମୁହାଁମୁହିଁ ହେବାକୁ ନେଇ ବିରୋଧୀମାନେ କଟାକ୍ଷ କରୁଥିବା ଦେଖିବାକୁ ମିଳିଛି ।

ଆଜି ପାଲଲହଡା ଆଦର୍ଶ ସ୍କୁଲରେ କୋଭିଡ କେୟାର ସେଣ୍ଟର ଉଦଘାଟନ ହେଉଥିଲା । ବିଧାୟକ ଓ ସାଂସଦ ସେଠାରେ ଉପସ୍ଥିତ ରହିବା ଲାଳଗି ପ୍ରଶାସନ ପକ୍ଷରୁ ନିମନ୍ତ୍ରଣ ଦିଆଯାଇଥିଲା । ତେବେ ନିର୍ଦ୍ଧାରିତ ହୋଇଥିବା ସମୟ ୧୦ ପପୂର୍ବରୁ ଆସିନଥିଲେ ସାଂସଦ ମହେଶ ସାହୁ । ସେପେଟ ସାଂସଦଙ୍କ ବିଳମ୍ବ ହେବାରୁ ବିଧାୟକ ଫିତା କାଟି ଦେଇଥିଲେ । ସାଂସଦ ପହଞ୍ଚିବା ପରେ ଏହି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ସବୁଠାରୁ ବଡ଼ କଥା ହେଉଛି ସର୍ବସମ୍ମୁଖରେ ବିଧାୟକଙ୍କୁ ଅଶାଳିନ ଭାଷାରେ ଗାଳି ଦେଇଥିଲେ ସାଂସଦ । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

Share

Leave a Reply

Your email address will not be published. Required fields are marked *

14 + fifteen =