ମୌନି ରଏଙ୍କୁ ବ୍ୟାକ ଟୁ ବ୍ୟାକ ଅଫର

ଟେଲି ଅଭିନେତ୍ରୀ ମୌନି ରଏଙ୍କୁ ବଲିଉଡ୍ରେ ବ୍ୟାକ ଟୁ ବ୍ୟାକ ଅଫର ମିଳିବାରେ ଲାଗିଛି । ମୌନିଙ୍କ ଗ୍ଲାମରସ ଅନ୍ଦାଜ ଓ ଫ୍ୟଶନେବଲ୍ ଡ୍ରେସିଂ ସେନ୍ସ ପ୍ରାୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ମୌନି ଫିଲ୍ମ ‘ଗୋଲ୍ଡ’ ଜରିଆରେ ବଲିଉଡ୍ରେ ଡେବ୍ୟୁ କରିଥିଲେ। ସେଥିରେ ମୌନି, ଖିଲାଡ଼ି ସୁପରଷ୍ଟାର ଅକ୍ଷୟକୁମାରଙ୍କ ସହ ନଜର ଆସିଥିଲେ। ତେବେ ଫିଲ୍ମରେ ତାଙ୍କ ଅଭିନୟକୁ ଅନେକ ପସନ୍ଦ କରାଗଲା, ଫିଲ୍ମ ଇଣ୍ଡଷ୍ଟ୍ରିରୁ ମୌନିଙ୍କୁ ଅନେକ ପ୍ରସଂଶା ମଧ୍ୟ ମିଳିଲା। ଧୀରେ ଧୀରେ ଦେଖୁ ଦେଖୁ ମୌନି ଅନେକ ନିର୍ଦ୍ଦେଶକଙ୍କ ପସନ୍ଦର ହିରୋଇନ୍ ପାଲଟିଗଲେ ।
ଗୋଲ୍ଡ ପରେ ମୌନିଙ୍କୁ ଜନ୍ ଆବ୍ରାହମ୍ଙ୍କ ନୂଆ ସିନେମା ‘ରୋମିଓ ଆକ୍ବର୍ ଓ୍ଵାଲ୍ଟର୍’ରେ ଦେଖିବାକୁ ମିଳିବ। ଏହି ସିନେମାର କାହାଣୀ ୧୯୭୧ ମସିହାରେ ଇଣ୍ଡୋ-ପାକିସ୍ତାନ ଯୁଦ୍ଧ ବେଳର ଏକ ସତ୍ୟ ଘଟଣା ଏବଂ ସତ ଚରିତ୍ର ଉପରେ ଆଧାରିତ। ଏଥିରେ ଜନ୍ ଓ ମୌନିଙ୍କ ବ୍ୟତୀତ ଜ୍ୟାକି ଶ୍ରଫ୍ ମଧ୍ୟ ଏଥିରେ ନଜର ଆସିବେ।
ଅନ୍ୟପଟେ ରାଜକୁମାର ରାଓ ଏବଂ ମୌନୀ ରଏଙ୍କୁ ଗୋଟିଏ ଫ୍ରେମ୍ରେ ଦେଖିବାକୁ ମିଳିବ। ଫିଲ୍ମଟି ନାଁ ହେଉଛି ‘ମେଡ୍ ଇନ୍ ଚାଇନା’। ଏଥିରେ ବୋମାନ୍ ଇରାନୀ ମଧ୍ୟ ନଜର ଆସିବେ। ଭିନ୍ନ ଧରଣର ଏକ କାହାଣୀକୁ ନେଇ ସିନେମାଟି ନିର୍ମାଣ ହେଉଥିବାବେଳେ ଏବେ ଏହାର ରିଲିଜ୍ ଡେଟ୍ ଘୁଞ୍ଚି ଯାଇଥିବା ଜଣାପଡ଼ିଛି। ପୂର୍ବରୁ ସିନେମାଟି ଅଗଷ୍ଟ ୧୫ରେ ରିଲିଜ୍ ହେବାକୁ ଥିବାବେଳେ ଏବେ ଅଗଷ୍ଟ ୩୦ରେ ପରଦାକୁ ଆସିବ ବୋଲି ଜଣାପଡ଼ିଛିା

Share

Leave a Reply

Your email address will not be published. Required fields are marked *

twelve + 8 =