ଉତ୍ତରାଖଣ୍ଡରେ ‘କେଦାରନାଥ’ ଚାଲିବନି

ଉତ୍ତରାଖଣ୍ଡରେ ‘କେଦାରନାଥ’ ଚଳଚ୍ଚିତ୍ରକୁ ବ୍ୟାନ୍ କରାଗଲା । ଏହି ସିନେମା କେଦାରନାଥ ଶ୍ରଦ୍ଧାଳୁଙ୍କ ଧାର୍ମିକ ଭାବନାକୁ ପ୍ରଭାବିତ କରୁଥିବାରୁ ଏହାର ପ୍ରଦର୍ଶନ ଉପରେ କଟକଣା ଲଗା ଯାଇଛି ।
ସୁଶାନ୍ତ ସିଂହ ରାଜପୁତ ଓ ଅମୃତା ସିଂହ ଏବଂ ସୈଫ ଅଲୀ ଖାନ୍ଙ୍କ ଝିଅ ସାରା ଅଲୀ ଖାନ୍ଙ୍କ ଅଭିନୀତ ‘କେଦାରନାଥ’ ଆଜି ରିଲିଜ୍ ହୋଇଛି । ଅଭିଷେକ କପୁରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମକୁ ବିଶେଷ କରି ବିଜେପି ପକ୍ଷରୁ ବିରୋଧ କରି ବମ୍ବେ ହାଇକୋର୍ଟରେ ମାମଲା ରୁଜୁ କରାଯାଇଥିଲା । ତେବେ ହାଇକୋର୍ଟ ଏହାକୁ ଖାରଜ କରି ଦେଇଥିଲେ । ଉତ୍ତରାଖଣ୍ଡରେ ପ୍ରଳୟ ଘଟି ବହୁ ଧନଜୀବନ ହାନି ହୋଇଥିଲା । ତେବେ ଫିଲ୍ମଟି ଏହା ଉପରେ ପର୍ୟ୍ୟବସିତ ନହୋଇ ଏକ ପ୍ରେମ କାହାଣୀକୁ ଆଧାର କରି ତିଆରି ହୋଇଛି ବିଜେପି ଅଭିଯୋଗ କରିଛି । ଏହା ପୂର୍ବରୁ କେଦାରନାଥ ମନ୍ଦିରର ପୂଜକ ମଧ୍ୟ ସିନେମାକୁ ବିରୋଧ କରିଥିଲେ । ଏତେ ବିରୋଧ ଯୋଗୁଁ ‘କେଦାରନାଥ’ ଫିଲ୍ମକୁ ଉତ୍ତରାଖଣ୍ଡର ୭ଟି ଜିଲ୍ଲାରେ ରିଲିଜ୍ କରାଯାଇ ନାହିଁ । ଉତ୍ତରାଖଣ୍ଡ ପର୍ୟ୍ୟଟନ ମନ୍ତ୍ରୀ ସତପାଲ ମହାରାଜ ଏହି ସୂଚନା ଦେଇଛନ୍ତି । ସିନେମା ବିରୋଧରେ ଅଭିଯୋଗର ତଦନ୍ତ ପାଇଁ ଗଠିତ ହୋଇଥିବା ୪ ଜଣିଆ କମିଟିର ମୁଖ୍ୟ ଅଛନ୍ତି ସତପାଲ ମହାରାଜ । ସେ କହିଛନ୍ତି, ସମସ୍ତଙ୍କ ମତାମତ ଏବଂ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଫିଲ୍ମକୁ ବ୍ୟାନ୍ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

two × one =