Uncategorized

ଟିପିସିଓଡିଏଲ କର୍ମଚାରୀଙ୍କ ମଧ୍ୟରେ ଅଗ୍ନି ନିରାପତ୍ତା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ଏକ ମକ୍ ଡ୍ରିଲ୍

ଟିପିସିଓଡିଏଲ କର୍ମଚାରୀଙ୍କ ମଧ୍ୟରେ ଅଗ୍ନି ନିରାପତ୍ତା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ଏକ ମକ୍ ଡ୍ରିଲ୍ ଦେଖିବାକୁ ମିଳିଥିଲା। ଭୁବନେଶ୍ୱର ଇଡ଼କୋ ଟାୱାର ପରିସରରେ ଟିପିସିଓଡିଏଲ କର୍ମଚାରୀଙ୍କ ଗହଣରେ ଏହି ମକ୍ ଡ୍ରିଲ୍ ଅନୁଷ୍ଠିତ ହୋଇଯାଇଛି। ଜରୁରୀକାଳୀନ ସ୍ଥିତିକୁ କିପରି ସାମ୍ନା କରାଯାଇପାରିବ ଏବଂ ନିଆଁକୁ ଆୟତ୍ତ କରାଯାଇ ପାରିବ ସେ ନେଇ ଟିପିସିଓଡିଏଲ କର୍ମଚାରୀଙ୍କୁ ସଚେତନ କରାଯାଇଥିଲା। ମୁଖ୍ୟତଃ ବିଲଡିଂରେ ଅଗ୍ନି ସଂଯୋଗ ହେଲେ ଏହାର କିଭଳି ମୁକାବିଲା କରିବେ କିଭଳି ଅଗ୍ନିକୁ ନିୟନ୍ତ୍ରଣ କରିବେ କେଉଁ ଯନ୍ତ୍ର ବ୍ୟବହାର କରିବେ ଏବଂ କେଉଁ ଉପାୟରେ ସୁରକ୍ଷିତ ଭବେ ଅଗ୍ନିକୁ ଆୟତ୍ତ କରି ନିଜକୁ ସୁରକ୍ଷିତ ରଖି ନିଜ ଅନୁଷ୍ଠାନ ଙ୍କୁ ନିଆଁ ଦାଉରୁ ରକ୍ଷା କରିପାରିବେ ତାଉପରେ ଉପସ୍ଥିତ କର୍ମଚାରୀଙ୍କୁ ଅଗ୍ନିଶମ ବାହିନୀ ପକ୍ଷରୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଏହି ମକ ଡ୍ରିଲ ରେ ସେକ୍ରିଟେରୀୟଟ ଅଗ୍ନିଶମ ବାହିନୀ ଟିମ ସାମିଲ ହୋଇଥିଲେ।

Share

Leave a Reply

Your email address will not be published. Required fields are marked *

1 × five =