ବଢ଼ୁଛି କରୋନା ସଂକ୍ରମଣ, ଦିନକରେ ୧,୮୯୦ ନୂଆ ମାମଲା

ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି ‌। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ରବିବାର ଜାରି ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୧,୮୯୦ ନୂଆ ମାମଲା ରିପୋର୍ଟ ହୋଇଛି ଯାହାକି ପୂର୍ବ ଦିନ ଅପେକ୍ଷା ଅଧିକ । ଗତକାଲି ୧,୫୯୦ ମାମଲା ଆସିଥିଲା । ଭାରତର ମୋଟ ସକ୍ରିୟ ମାମଲା ୯,୪୩୩କୁ ବୃଦ୍ଧି ପାଇଛି ଯାହା ମୋଟ ମାମଲାର ୦.୦୨ ପ୍ରତିଶତ।

ଦେଶରେ କୋଭିଡ୍ ଯୋଗୁଁ ଆଉ ୭ ଜଣଙ୍କର ମୃତ୍ୟୁ ଘଟିଛି। କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୩୦,୮୩୧ରେ ପହଞ୍ଚିଛି। ଏଯାବତ୍ ୪,୪୧,୬୩,୮୮୩ ଲୋକ ଏହି ମହାମାରୀକୁ ମାତ୍ ଦେଇଛନ୍ତି । ଫଳସ୍ୱରୂପ, ଭାରତର ଆରୋଗ୍ୟ ହାର ୯୮.୭୯ ପ୍ରତିଶତ ରହିଛି।

ଭାରତର ଦୈନିକ ପଜିଟିଭିଟି ରେଟ୍ ୧.୫୬ ପ୍ରତିଶତ ହୋଇଥିବାବେଳେ ସାପ୍ତାହିକ ପଜିଟିଭିଟି ରେଟ୍ ମଧ୍ୟ ୧.୨୯ ପ୍ରତିଶତ ରହିଛି ବୋଲି ଜଣାଯାଇଛି। ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ରବିବାର ସକାଳ ପର୍ଯ୍ୟନ୍ତ ଦେଶରେ ମୋଟ ୨୨୦.୬୫ କୋଟି ଟିକା ଡୋଜ୍ ଦିଆଯାଇଛି, ଯେଉଁଥିରୁ ଗତ ୨୪ ଘଣ୍ଟା ମଧ୍ୟରେ ୭,୯୫୫ ଡୋଜ୍ ରହିଛି।

Share

Leave a Reply

Your email address will not be published. Required fields are marked *

9 + 10 =