ସଙ୍ଗୀତା ଜିନ୍ଦଲ ହେଲେ ଏସିଆ ସୋସାଇଟି ଇଣ୍ଡିଆ ସେଂଟରର ନୂଆ ଅଧ୍ୟକ୍ଷା

ଭୁବନେଶ୍ୱର: ଏସିଆ ସୋସାଇଟି ଇଣ୍ଡିଆ ସେସଟର ବୋର୍ଡ ପକ୍ଷରୁ ସଙ୍ଗୀତା ଜିନ୍ଦଲଙ୍କୁ ବୋର୍ଡର ନୂତନ ଅଧ୍ୟକ୍ଷ ଭାବେ ନିର୍ବାଚିତ କରାଯାଇଛି । ତାଙ୍କ କାର୍ଯ୍ୟକାଳ ୨୦୨୪ ଏପ୍ରିଲ ପହିଲାରୁ କାର୍ଯ୍ୟକାରୀ ହେ଼ାଇଛି । “ମୁଁ ବହୁତ ଆନନ୍ଦିତ, ଏସିଆ ସୋସାଇଟି ଇଣ୍ଡିଆ ସେଂଟର ବୋର୍ଡର ଅଧ୍ୟକ୍ଷା ଭାବେ ସଙ୍ଗୀତା ଜିନ୍ଦଲଙ୍କୁ ସ୍ୱାଗତ କରୁଛି । ସେ ଦକ୍ଷିଣ ଏସିଆରେ ଆମର ମିଶନକୁ ବହୁତ ସହଯୋଗ କରିଛନ୍ତି ଏବଂ ଭାରତ ଏବଂ ଦକ୍ଷିଣ ଏସିଆରେ ସମସାମୟିକ କଳାକୁ ସମର୍ଥନ କରିବା ପାଇଁ ତାଙ୍କର କାର୍ଯ୍ୟ ଏକ ପରିବର୍ତନଶୀଳ ଶକ୍ତି; ଦକ୍ଷିଣ ଏସିଆରେ ଏସିଆ ସୋସାଇଟିର ସ୍ଥିତି ମଜବୁତ କରିବା ପାଇଁ ମୁଁ ତାଙ୍କ ସହ କାମ କରିବାକୁ ଚାହୁଁଛି”, ବୋଲି ଏସିଆ ସୋସାଇଟି ଇଣ୍ଡିଆ ସେଂଟରର ସିଇଓ ଇନାକ୍ଷୀ ସୋବ୍‌ତି କହିଛନ୍ତି ।
ସଂଗୀତା ଜିନ୍ଦଲ ହେଉଛନ୍ତି ଆର୍ଟ ଇଣ୍ଡିଆର ସଭାପତି ଏବଂ ଜେଏସଡବ୍ଲୁ ଫାଉଣ୍ଡେସନର ଅଧ୍ୟକ୍ଷା ଯାହା ଜେଏସଡବ୍ଲୁ ଗ୍ରୁପ ଅଫ କମ୍ପାନିର ସାମାଜିକ ବିକାଶ ପ୍ରକଳ୍ପ ପାଇଁ କାର୍ଯ୍ୟ କରୁଛି । ଜେଏସ୍‌ଡବ୍ଲ୍ୟୁ ଫାଉଣ୍ଡେସନର ନେତୃତ୍ୱ ନେଇ ସେ୨୦ ବର୍ଷ ମଧ୍ୟରେ ଏହା ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା ସୃଷ୍ଟି, ସ୍ଥାନୀୟ କ୍ରୀଡ଼ା ବିକାଶ ଏବଂ କଳା ଓ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ କ୍ଷେତ୍ରରେ ଏହାର କାର୍ଯ୍ୟକଳାପର ପରିସରକୁ ବ୍ୟାପକ କରିଛନ୍ତି । ସେ ୧୯୯୨ ମସିହାରେ ଜିନ୍ଦଲ ଆର୍ଟସ ସେଂଟର ପ୍ରତିଷ୍ଠା କରିଥିଲେ ଏବଂ ୧୯୯୪ ମସିହାରେ ଭାରତର ପ୍ରମୁଖ କଳା ପତ୍ରିକା ଆର୍ଟ ଇଣ୍ଡିଆ ସ୍ଥାପନ କରିଥିଲେ । ସେ କାଲା ଘୋଡ଼ା କଳା ମହୋତ୍ସବର ପରିକଳ୍ପନା କରିଥିବା ଦଳ ମଧ୍ୟରେ ଥିଲେ ଏବଂ ୨୦୦୪ରେ ଆଇଜେନହାୱର ଫେଲୋସିପ୍‌ରେ ସମ୍ମାନିତ ହୋଇଥିଲେ । ସେ ହମ୍ପି ଫାଉଣ୍ଡେସନ ପ୍ରତିଷ୍ଠା କରିଛନ୍ତି ଯାହା ହାମ୍ପିର ତିନୋଟି ମନ୍ଦିରରେ ସଂରକ୍ଷଣ କାର୍ଯ୍ୟ ହାତକୁ ନେଇଛି । ସେ ଏସିଆ ସୋସାଇଟିର ଗ୍ଲୋବାଲ ଟ୍ରଷ୍ଟି ଏବଂ ଜାତୀୟ ଐତିହ୍ୟ ପାଣ୍ଠି ବୋର୍ଡର ସଦସ୍ୟ, ବିଶ୍ୱ ଐତିହ୍ୟ ପାଣ୍ଠିର ଟ୍ରଷ୍ଟି, ଟିଇଡିଏକ୍ସଗେଟୱେର ପରାମର୍ଶଦାତା ଏବଂ ଆଇଏମସି ମହିଳା ଶାଖାର ଆର୍ଟ, ସଂସ୍କୃତି ଏବଂ ଚଳଚ୍ଚିତ୍ର କମିଟିର ସଦସ୍ୟ ଅଟନ୍ତି ।
୧୯୫୬ ମସିହାରେ ଜନ୍ ଡି ରକଫେଲରଙ୍କ ଦ୍ୱାରା ସ୍ଥାପିତ ଏସିଆ ସୋସାଇଟି ହେଉଛି ଏକ ଅଣଲାଭକାରୀ ଅନୁଷ୍ଠାନ ଯାହାର ନ୍ୟୁୟର୍କ, ହୁଷ୍ଟନ ଏବଂ ହଂକଂରେ ପ୍ରମୁଖ କେନ୍ଦ୍ର ଏବଂ ସାର୍ବଜନୀନ କୋଠା ଏବଂ ଲସ୍ ଆଞ୍ଜେଲସ, ମାନିଲା, ମେଲବର୍ଣ୍ଣ, ମୁମ୍ବାଇ, ସାନ୍ ଫ୍ରାନ୍ସିସ୍କୋ, ସିଏଟଲ, ସିଓଲ, ସିଡ୍ନନି, ଟୋକିଓ, ୱାଶିଂଟନ ଡିସି ଏବଂ ଜୁରିକରେ କାର୍ଯ୍ୟାଳୟ ରହିଛି । ଇଣ୍ଡିଆ ସେଂଟର ୨୦୦୬ମସିହାରେ ସ୍ଥାପିତ ହୋଇଥିଲା । ଏହା ହେଉଛି ଦକ୍ଷିଣ ଏସିଆରେ ଏକମାତ୍ର ଏସିଆ ସୋସାଇଟି ସେଂଟର ଏବଂ ଆଧୁନିକ ଏସିଆ ଉପରେ ବିବିଧ ଦୃଷ୍ଟିକୋଣକୁ ଏକାଠି କରିବା ଏବଂ ଏସିଆ-ପ୍ରଶାନ୍ତ ମହାସାଗରୀୟ ବ୍ୟାପାର ବିଷୟରେ ସୂକ୍ଷ୍ମ ବୁଝାମଣା ସୃଷ୍ଟି କରିବା ପାଇଁ ଏହାର ମିଶନରେ ସମଗ୍ର ଉପମହାଦେଶକୁ ଅନ୍ତର୍ଭୁକ୍ତ କରିବାକୁ ଲକ୍ଷ୍ୟ ରଖିଛି । ଏସିଆ ସୋସାଇଟି ଇଣ୍ଡିଆ ବିଷୟରେ ଅଧିକ ଜାଣିବା ପାଇଁ, ବଗ୍ଦସବଗ୍ଦକ୍ଟମସରଗ୍ଧଚ୍ଚ.କ୍ଟକ୍ସଶ/ସଦ୍ଭୟସବ ପରିଦର୍ଶନ କରନ୍ତୁ ।

Share

Leave a Reply

Your email address will not be published. Required fields are marked *

two × 1 =