ମାଡିଆସୁଛି ବିପଦ, ପୃଥିବୀର ନିକଟବର୍ତ୍ତୀ ହେବାକୁ ମାତ୍ର କିଛି ସମୟ

ମହାକାଶରୁ ପୃଥିବୀ ଆଡ଼କୁ ଏକ ବିରାଟ ଉଲକାପିଣ୍ଡ ମାଡ଼ି ଆସୁଛି । ଏହି ଉଲକାପିଣ୍ଡର ଗତିର ବେଗ ଏତେ ଅଧିକ ଯେ ଯଦି ପୃଥିବୀ ଉପରେ ପଡ଼ିବ ତେବେ ଏହା ପାଖଆଖ କେତେ କିଲୋମିଟର ଯାଏଁ ବିନାଶ ଘଟାଇପାରିବ । ଯଦି ଏହା ସମୁଦ୍ରରେ ପଡ଼ିବ ତାହାଲେ ବଡ଼ ସୁନାମି ହୋଇପାରେ । ଏହି ଉଲକାପିଣ୍ଡ ପୃଥିବୀର ନିକଟବର୍ତ୍ତୀ ହେବା ପାଇଁ ଆଉ ମାତ୍ର କିଛି ସମୟ ବାକି ରହିଲା ।

ସାରା ବିଶ୍ୱ ଏବେ କରୋନା ନେଇ ଚିନ୍ତିତ ଅବସ୍ଥାରେ ଥିବା ବେଳେ କୁତବମିନାରଠାରୁ ଚାରିଗୁଣା ଓ ଷ୍ଟାଚ୍ୟୁ ଅଫ ଲିବର୍ଟି ଠାରୁ ତିନିଗୁଣା ବଡ଼ ଏକ ଉଲକାପିଣ୍ଡ ପୃଥିବୀ ଆଡ଼କୁ ମାଡ଼ି ଆସୁଛି । ଏହି ଗ୍ରହାଣୁର ନାମ ରହିଛି ୨୦୧୦ ଏନୱାଇ ୬୫ । ଏହାର ଲମ୍ବ ୧୦୧୭ ଫୁଟ । ଏହି ଉଲକାପିଣ୍ଡଟି ଘଣ୍ଟା ପ୍ରତି ୪୬,୪୦୦ କିଲୋମିଟର ବେଗରେ ପୃଥିବୀ ଆଡ଼କୁ ମାଡ଼ି ଆସୁଛି । ଗ୍ରହାଣୁଟି ୨୪ଜୁନ ଅପରାହ୍ନ ୧୨.୧୫ରେ ପୃଥିବୀ ନିକଟବର୍ତ୍ତୀ ହେବ ବୋଲି ଜଣାପଡ଼ିଛି । ପୃଥିବୀଠାରୁ ପ୍ରାୟ ୩୭ ଲକ୍ଷ କିଲୋମିଟର ଦୂରରେ ଏହି ଉଲକାପିଣ୍ଡ ଗତି କରିବ ବୋଲି ଆମେରିକୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା ନାସା ଆକଳନ କରିଛି ।

ନାସାର ବୈଜ୍ଞାନିକମାନେ ପୃଥିବୀଠାରୁ ୭୫ ଲକ୍ଷ କିଲୋମିଟର ପାଶ୍ୱର୍ରେ ଉଲକାପିଣ୍ଡ ଗତି କରିବାକୁ ଯାଉଥିଲେ ତାହା ବିପଦ ବୋଲି ବିବେଚନା କରନ୍ତି । ଏବେ ପୃଥିବୀ ଆଡ଼କୁ ମାଡ଼ି ଆସୁଥିବା ଉଲକାପିଣ୍ଡ କେତେ ବିପଦ ନାହିଁ ବୋଲି ସୂଚନା ମିଳିଛି। ତେବେ ଜୁନ ମାସରେ ପୃଥିବୀ ନିକଟତର ଦେଇ ଗତି କରୁଥିବା ଏହା ହେଉଛି ତୃତୀୟ ଗ୍ରହାଣୁ । ଆଗରୁ ଜୁନ ୬ ଓ ୮ରେ ମଧ୍ୟ ପୃଥିବୀ ପାଶ୍ୱର୍ ଦେଇ ଗ୍ରହାଣୁ ଗତି କରିଥିଲା ।

Share

Leave a Reply

Your email address will not be published. Required fields are marked *

twelve + 4 =