ପୋଲିସ ଓ ପ୍ରଶାସନକୁ ସହଯୋଗ କରିବା ପାଇଁ ଧର୍ମେନ୍ଦ୍ରଙ୍କ ଅନୁରୋଧ

ତିନୋଟି ଜିଲ୍ଲାରେ ସଟ ଡାଉନକୁ ସମର୍ଥନ ଓ ସମୟଚିତ ପଦକ୍ଷେପ ବୋଲି କହିଛନ୍ତି କେନ୍ଦ୍ର ପେଟ୍ରୋଲିଅମ, ପ୍ରାକୃତିକ ବାସ୍ପ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | ରାଜ୍ୟ ସରକାରଙ୍କ ସଟ ଡାଉନ ନିୟମକୁ ସମସ୍ତେ ମାନିବ ସହ ପୋଲିସ ଓ ପ୍ରଶାସନକୁ ସହଯୋଗ କରିବା ପାଇଁ ତିନି ଜିଲ୍ଲାର ଜନ ସାଧାରଣକୁ ଅନୁରୋଧ କରିଛନ୍ତି ଶ୍ରୀ ପ୍ରଧାନ |

ଶ୍ରୀ ପ୍ରଧାନ ତାଙ୍କ ବିବୃତିରେ କହିଛନ୍ତି ଯେ ” କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ତିନୋଟି ଜିଲ୍ଲା ବାଲେଶ୍ୱର, ଭଦ୍ରକ ଓ ଯାଜପୁରକୁ ୬୦ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ସଟ୍‌ ଡାଉନ୍ କରିବାକୁ ଘୋଷଣା କରିଛନ୍ତି । ରାଜ୍ୟ ସରକାରଙ୍କ ଏହି ନିଷ୍ପତିକୁ ସଠିକ୍ ଭାବରେ ପାଳନ କରିବା ପାଇଁ ମୁଁ ଏହି ତିନି ଜିଲ୍ଲାର ଲୋକମାନଙ୍କୁ ଅନୁରୋଧ କରୁଛି । ଆସନ୍ତୁ ଏହି ସମୟରେ ଆମେ ସ୍ଥାନୀୟ ପ୍ରଶାସନ ଓ ପୋଲିସକୁ ସହଯୋଗ କରିବା । ଘରୁ ବାହାରକୁ ବାହାରିବା ନାହିଁ । କରୋନାରୁ ରକ୍ଷା ପାଇବା ପାଇଁ ଘରେ ରହିବା ହିଁ ଏକମାତ୍ର ପନ୍ଥା।” |

Share

Leave a Reply

Your email address will not be published. Required fields are marked *

four + eleven =