ବିଜେପି ନେତା ଜୟନାରାୟଣ ଅସୁସ୍ଥ

ପୁଣି ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର ଅସୁସ୍ଥ ହୋଇପଡିଛନ୍ତି। ତାଙ୍କୁ ନୂଆଦିଲ୍ଲୀ ସ୍ଥିତ ଏମ୍ସ ମେଡିକାଲରେ ଭର୍ତ୍ତି କରାଯାଇଛି। କିଛି ଦିନ ପୂର୍ବେ ଚିକିତ୍ସିତ ହୋଇ ଦିଲ୍ଲୀ ଏମ୍ସରୁ ଜୟନାରାୟଣ ଫେରିଥିଲେ।
ବରଗଡ଼ ବନବିରା ଆଶ୍ରମରେ ଗୁଳିକାଣ୍ଡ ମାମଲାରେ ଜୟନାରାୟଣ ସୋହେଲା ଜେଲରେ ଥିବାବେଳେ ପ୍ରଥମେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହା ପରେ ପରେ ହିଁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଛି। ପୂର୍ବରୁ ମଧ୍ୟ ତାଙ୍କୁ ଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଚିକିତ୍ସା ହୋଇ ସୁସ୍ଥ ହେବା ପରେ ଓଡିଶା ଫେରିଥିଲେ। ମାତ୍ର କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ତାଙ୍କ ଦେହ ଅସୁସ୍ଥ ହୋଇପଡ଼ିଛି । ପରିବାର ଲୋକଙ୍କ ସହାୟତାରେ ତାଙ୍କୁ ପୁନର୍ବାର ଏମ୍ସରେ ଭର୍ତ୍ତି କରାଯାଇଛି।

Share

Leave a Reply

Your email address will not be published. Required fields are marked *

one × three =