Business

ଟ୍ରାନ୍ସୟୁନିୟନ୍ ସିବିଲ୍ ପକ୍ଷରୁ ୨୫ ବର୍ଷ ପୂର୍ତି ପାଳନ ଉପଲକ୍ଷେ ଅମର ଚିତ୍ର କଥା ଓ ଟିଙ୍କଲ୍‌ର ଚରିତ୍ର ସୁପାଣ୍ଡି ସହିତ ସହଯୋଗିତା

ଭୁବନେଶ୍ୱର: ଟ୍ରାନ୍ସୟୁନିୟନ୍ ସିବିଲ୍ ପକ୍ଷରୁ ୨୫ ବର୍ଷ ପୂର୍ତିକୁ କାହାଣୀ ବର୍ଣ୍ଣନା ଓ ଗ୍ରାହକ ସଚେତନତା କାର୍ଯ୍ୟକ୍ରମ ଜରିଆରେ ପାଳନ କରାଯାଉଛି। ରୌପ୍ୟ ଜୟନ୍ତୀ ପାଳନ ଅଂଶ ସ୍ୱରୂପ ଅମର ଚିତ୍ର କଥା ସହଯୋଗରେ କିମ୍ବଦନ୍ତୀ ଟ୍ୱିଙ୍କଲ୍ କମିକ୍ ବୁକ୍‌ର ସ୍ୱତନ୍ତ୍ର ସଂସ୍କରଣ “ସିବିଲ୍ କି କାହାନିୟାଁ” ପ୍ରସ୍ତୁତ କରାଯାଇଛି। ଏଥିରେ ଟିଙ୍କିଲ୍‌ର ଲୋକପ୍ରିୟ ଚରିତ୍ର ସୁପାଣ୍ଡି ସହିତ ନୂଆ ଚରିତ୍ର ସିମରନ୍‌କୁ ବ୍ୟବହାର କରାଯାଇଛି, ଯାହା ହେଉଛି ସୁପାଣ୍ଡିର ଫାଇନାନ୍ସକୁ ଭଲ ଭାବେ ଜାଣିଥିବା ବନ୍ଧୁ। ଏଥିରେ ମାଇ-ସିବିଲ୍ ଚରିତ୍ର ରହିଛି ଯାହା ସିବିଲ୍ ସ୍କୋର୍‌କୁ ଦର୍ଶାଉଛି।
ଏହି ତିନି ଚରିତ୍ର ମିଳିତ ଭାବେ କୌତୁକିଆ ଏବଂ ସୂଚନା ଆଧାରରେ ପାଠକମାନଙ୍କୁ ଋଣ ଦୁନିଆ ସହ ପରିଚିତ କରାଉଛନ୍ତି। ସୁପାଣ୍ଡିକୁ ଦେଖି ବଡ଼ ହୋଇଥିବା ବୟସ୍କ ଏବଂ ନିଜ ଆର୍ଥିକ ଯାତ୍ରା ଆରମ୍ଭ କରୁଥିବା ଯୁବବର୍ଗଙ୍କୁ ଭଲ ଲାଗିବା ଭଳି ଏଥିରେ ଋଣ ସଚେତନତା ବାର୍ତାକୁ ମନୋରଂଜନ ଧର୍ମୀ ଢଙ୍ଗରେ ପ୍ରଦର୍ଶିତ କରାଯାଇଛି।
ସମାନ୍ତରାଳ ଭାବେ ଟ୍ରାନ୍ସୟୁନିୟନ୍ ସିବିଲ୍ ପକ୍ଷରୁ ଛାପା ଗଣମାଧ୍ୟମ ଓ ସୋସିଆଲ ମିଡିଆ ଏବଂ ରେଡିଓରେ ମଧ୍ୟ ଏକ ଅଭିଯାନ ଆରମ୍ଭ କରାଯାଇଛି। ଏହାର ଟ୍ୟାଗଲାଇନ୍ ହେଉଛି “ସହି ସିବିଲ୍ ସ୍କୋର, ବଢ଼ାୟା ଖୁସି କା ସ୍କୋର”। ଏହା କ୍ରେଡିଟ୍ ସ୍କୋର୍‌କୁ ଏକ ବୈଷୟିକ ସଂଖ୍ୟାରୁ ବ୍ୟକ୍ତିଗତ ସ୍ୱପ୍ନର ସକ୍ଷମକାରୀରେ ପରିଣତ କରିଛି। ଋଣ ବିଶ୍ୱାସ କିଭଳି ଆଧୁନିକ ଅଭିଳାଷର ଅବିଚ୍ଛେଦ୍ୟ ଅଂଶ ତାହା ଏହି ଅଭିଯାନ ଦର୍ଶାଉଛି।
ଟ୍ରାନ୍ସୟୁନିଅନ୍ ସିବିଲର ପରିଚାଳକ ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଶ୍ରୀ ଭାବେଶ ଜୈନ କହିଛନ୍ତି ଯେ, “ଏହି ମାଇଲଖୁଂଟ କେବଳ ସମୟର ପ୍ରତିଫଳନ ନୁହେଁ, ଏହା ଆମେ ଅର୍ଜନ କରିଥିବା ବିଶ୍ୱାସ ଏବଂ ଆମେ ସୃଷ୍ଟି କରିଥିବା ପ୍ରଭାବର ଏକ ପ୍ରମାଣ। ୨୫ ବର୍ଷ ଧରି ଟ୍ରାନ୍ସୟୁନିଅନ୍ ସିବିଲ୍ ଭାରତର କ୍ରେଡିଟ୍ ବ୍ୟବସ୍ଥାରେ ଏକ ମୌଳିକ ଭୂମିକା ଗ୍ରହଣ କରିଛି। ଏହି ଅଭିଯାନ ଉଦ୍ଦେଶ୍ୟଗୁଡିକ ପ୍ରଦର୍ଶିତ କରିବାକୁ ରୂପାନ୍ତରିତ ହୋଇଛି ଯେ କିପରି କ୍ରେଡିଟ୍ ଉନ୍ନତି ସକ୍ଷମ କରିଛି ଏବଂ ରୂପାନ୍ତରଣର ଏକ ଉତପ୍ରେରକ ହୋଇଛି। ଭାରତର ଆର୍ôଥକ ଯାତ୍ରାରେ ଅବଦାନ ରଖିବା ପାଇଁ ଆମେ ଗର୍ବିତ ଏବଂ ଅନ୍ତର୍ଭୁକ୍ତୀକରଣ ଏବଂ ଦାୟିତ୍ୱପୂର୍ଣ୍ଣ ଋଣ ପ୍ରବେଶକୁ ଆଗେଇ ନେବା ପାଇଁ ଗଭୀର ଭାବେ ପ୍ରତିଶ୍ରୁତିବଦ୍ଧ।
ପ୍ରତ୍ୟେକ ସିବିଲ୍ ସ୍କୋର୍ ପଛରେ ଅନୁସରଣ କରାଯାଇଥିବା ସ୍ୱପ୍ନ, ସ୍ଥିରତା ଏବଂ ଉନ୍ନତିର ଏକ କାହାଣୀ ରହିଛି। ଆମେ ଆଶା କରୁଛୁ ଯେ ଏହି ଅଭିଯାନ ସହଯୋଗିତା ମାଧ୍ୟମରେ ଆମେ ଯେଉଁ କାହାଣୀଗୁଡିକ ବାଂଟୁଛୁ ତାହା ଅଧିକ ଲୋକଙ୍କୁ କ୍ରେଡିଟ୍ ସ୍କୋର୍ ଏବଂ ଦାୟିତ୍ୱପୂର୍ଣ୍ଣ କ୍ରେଡିଟ୍ ଆଚରଣ ବିଷୟରେ ଶିଖିବାକୁ ପ୍ରେରଣା ଦେବ। ଏହି ଯାତ୍ରାର ଏକ ଅଂଶ ହୋଇପାରିଥିବାରୁ ଆମେ କୃତଜ୍ଞ ଏବଂ ସମସ୍ତଙ୍କ ପାଇଁ ଏକ ଅଧିକ ଅନ୍ତର୍ଭୁକ୍ତୀକରଣ ଏବଂ ସ୍ଥିରତାପୂର୍ଣ୍ଣ କ୍ରେଡିଟ୍ ବ୍ୟବସ୍ଥା ଗଠନ ପାଇଁ ପ୍ରତିଶ୍ରୁତିବଦ୍ଧ।”
ଟ୍ରାନ୍ସୟୁନିଅନ୍ ସିବିଲ୍‌ର ଅଧ୍ୟକ୍ଷ ଶ୍ରୀ ଭି. ଆନନ୍ତରମଣ କହିଛନ୍ତି ଯେ, “ଗତ ୨୫ ବର୍ଷ ଧରି ଟ୍ରାନ୍ସୟୁନିଅନ୍ ସିବିଲ୍ ବିଶ୍ୱାସ, ସ୍ୱଚ୍ଛତା ଏବଂ ଆର୍ôଥକ ସଶକ୍ତିକରଣ ପାଇଁ ପରିଚିତ। ଆମ ଯାତ୍ରା ଆମେ ଗଠନ କରିଥିବା ସହଯୋଗିତାର ଶକ୍ତି ପ୍ରତିଫଳିତ କରୁଛି। ଆମେ ନିୟାମକ, ଋଣ ପ୍ରଦାନକାରୀ ଏବଂ ବ୍ୟବସ୍ଥାର ଅନ୍ୟ ପକ୍ଷମାନଙ୍କ ସହିତ ଘନିଷ୍ଠ ଭାବେ କାମ କରିଛୁ ଏବଂ ପ୍ରତ୍ୟେକ ପଦକ୍ଷେପ ଭାରତର କ୍ରେଡିଟ୍ ପରିବେଶ ଗଠନ କରିବାରେ ଆମର ଭୂମିକାକୁ ଶକ୍ତିଶାଳୀ କରିଛି। ଯେହେତୁ ଆମେ ସୂଚନା ଏବଂ ଅନ୍ତର୍ଦୃଷ୍ଟି ସହିତ ନେତୃତ୍ୱ ଦେବା ଜାରି ରଖୁଛୁ, ତେଣୁ ଆମେ ଏହାକୁ ଅନ୍ତର୍ଭୁକ୍ତୀକୀଈ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ରହିଛୁ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ଏକ ବ୍ୟବସ୍ଥା ଗଠନ ଉପରେ ଧ୍ୟାନ ଦେଇଛୁ।”
ଟିଙ୍କଲ୍‌ର ମୁଖ୍ୟ ସମ୍ପାଦକ ଗାୟତ୍ରୀ ଚନ୍ଦ୍ରଶେଖରନ୍ କହିଛନ୍ତି ଯେ, “ସୁପାଣ୍ଡିର ସରଳତା ଏବଂ କମିକ୍ ଟାଇମିଂ୍ ତାଙ୍କୁ ଭାରତର ସବୁଠାରୁ ପ୍ରିୟ କମିକ୍ ଚରିତ୍ରମାନଙ୍କ ମଧ୍ୟରେ ଗୋଟିଏ କରିଛି ଯାହା ପିଲା ଏବଂ ବୟସ୍କମାନଙ୍କୁ ସମାନ ଭାବରେ ଆକର୍ଷିତ କରୁଛି। କ୍ରେଡିଟ୍ ସ୍କୋର୍ ଏବଂ କ୍ରେଡିଟ୍ ରେଟି୍‌ଂ ବିଶ୍ୱକୁ ବ୍ୟାଖ୍ୟା କରିବା ପାଇଁ ଏହାଠାରୁ ଆଉ କିଏ ଭଲ? ଆମେ ଆଉ ଦୁଇଟି ଚରିତ୍ର ମଧ୍ୟ ସୃଷ୍ଟି କରିଛୁ-ସିମରନ ଏବଂ ମାଇ-ସିବିଲ୍ ଯେଉଁମାନେ ସୁପାଣ୍ଡି ସହିତ କମିକ୍ ମାଧ୍ୟମରେ କ୍ରେଡିଟ୍ ସାକ୍ଷରତା ପ୍ରଚାର କରୁଛନ୍ତି। ଟିଙ୍କଲ୍‌ରେ ଆମର ବିଶ୍ୱାସ ହେଉଛି “ଯେଉଁଠାରେ ଶିକ୍ଷା ମଜା ସହିତ ମିଳିତ ହୁଏ” ଏବଂ ଅମର ଚିତ୍ର କଥା ଟ୍ରାନ୍ସୟୁନିଅନ୍ ସିବିଲ୍ ସହିତ ସହଯୋଗିତା କରି ବହୁତ ଖୁସି ଅଛି ଯାହା ଦ୍ୱାରା କ୍ରେଡିଟ୍ ସଚେତନତା ଏବଂ ସଶକ୍ତିକରଣ ସମସ୍ତଙ୍କ ପାଇଁ ସୁଲଭ ହୋଇପାରିଛି। “ସିବିଲ୍ କି କାହାନିଆଁ୍‌” ସୃଷ୍ଟି କରିବାର ପ୍ରକ୍ରିୟା ଆମ ପାଇଁ ବହୁତ ଆକର୍ଷଣୀୟ ଥିଲା ଏବଂ ମୁଁ ଖୁସି ଯେ ଆମ ଟିମ୍ ନିୟମିତ ଭାବରେ ନିଜ ନିଜର ସିବିଲ୍ ସ୍କୋର୍ ଯାଂଚ କରିବା ଆରମ୍ଭ କରିଛି।”
ଭାରତରେ ଟ୍ରାନ୍ସୟୁନିଅନ୍ ସିବିଲ୍‌ର ଶେଷ ୨୫ ବର୍ଷର କାର୍ଯ୍ୟରେ ଏହା ୭,୦୦୦ରୁ ଅଧିକ ଅନୁଷ୍ଠାନ ସହିତ ଯୋଗାଯୋଗ କରିଛି ଯାହା ଉନ୍ନତ ସୂଚନା ଆଧାରିତ ଋଣ ନିଷ୍ପତିକୁ ସକ୍ଷମ କରିଛି। ୨୦୨୫ ଜୁଲାଇ ପର୍ଯ୍ୟନ୍ତ ୧୬୪ ନିୟୁତ ଉପଭୋକ୍ତା ନିଜ ନିଜର ସିବିଲ୍ ସ୍କୋର୍ ଏବଂ ରିପୋର୍ଟ୍ ସ୍ୱୟଂ ଯାଂଚ କରିଛନ୍ତି।

Share

Leave a Reply

Your email address will not be published. Required fields are marked *

ten − three =