Business

ଭାରି ବର୍ଷା ସମୟରେ ସୁରକ୍ଷିତ ରହିବାକୁ ଗ୍ରାହକମାନଙ୍କୁ ଟିପିସିଓଡିଏଲ୍‌ର ଅନୁରୋଧ

ଭାରତୀୟ ପାଣିପାଗ ବିଭାଗ ବାତ୍ୟା ‘ମୋନ୍ଥା’ କାରଣରୁ ଓଡିଶାର ବିଭିନ୍ନ ଅଞ୍ଚଳରେ ଭାରି ବର୍ଷା ହେବାର ପୂର୍ବନୁମାନ କରିଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି, ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌), ନିଜ ଟିମକୁ ସଜାଗ ରଖିବା ସହିତ ବର୍ଷା ସମୟରେ ବିଦ୍ୟୁତ୍ ସମ୍ବନ୍ଧୀୟ ଦୁର୍ଘଟଣା ରୋକିବା ପାଇଁ ସାର୍ବଜନୀନ ସୁରକ୍ଷା ସଚେତନତା ଜାରି କରିଛି।
ଟିପିସିଓଡିଏଲ୍ ତାର ବିଦ୍ୟୁତ୍ ବଣ୍ଟନ ନେଟୱାର୍କ ଉପରେ ଯେକୌଣସି ସମ୍ଭାବ୍ୟ ପ୍ରଭାବକୁ ମୁକାବିଲା କରିବା ପାଇଁ ୨୪ ଘଣ୍ଟା ତଦାରଖ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହିତ ସମନ୍ୱୟ ରକ୍ଷା କରି କାମ କରୁଛି। ବର୍ଷା ପୂର୍ବରୁ, ନେଟୱାର୍କ ନିର୍ଭରଯୋଗ୍ୟତାକୁ ସୁଦୃଢ଼ କରିବା ପାଇଁ ପ୍ରମୁଖ ସବଷ୍ଟେସନ ଏବଂ ବିତରଣ ଲାଇନଗୁଡ଼ିକରେ ପ୍ରତିଷେଧମୂଳକ ରକ୍ଷଣାବେକ୍ଷଣ ଏବଂ ବ୍ୟାପକ ଗଛ କାଟିବା କାର୍ଯ୍ୟ କରାଯାଇଛି।
ଟିପିସିଓଡିଏଲ୍ ସେବା ଯୋଗାଉଥିବା ଅଞ୍ଚଳ ଗୁଡ଼ିକରେ ଜରୁରୀକାଳୀନ-ରେସପନ୍ସ ଟିମ୍ ନିୟୋଜିତ କରିଛି। ବିଶେଷକରି କେନ୍ଦ୍ରାପଡା, ମାର୍ଷାଘାଇ, ପାରାଦ୍ୱୀପ, ଜଗତସିଂହପୁର, ପୁରୀ, ନିମାପଡା, ନୟାଗଡ଼ ଓ ବାଲୁଗାଁ ବିଦ୍ୟୁତ୍ ଡିଭିଜନକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ସେହିଭଳି ହସ୍ପିଟାଲ, ଜଳ ଯୋଗାଣ କେନ୍ଦ୍ର ଓ ବିପର୍ଯ୍ୟୟ ପ୍ରତିକ୍ରିୟା କେନ୍ଦ୍ର ଭଳି ମୁଖ୍ୟ ସଂସ୍ଥାଗୁଡ଼ିକୁ ଅବିଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି।
ଯେକୌଣସି ଆବଶ୍ୟକ ପୁନରୁଦ୍ଧାର ପ୍ରୟାସକୁ ତ୍ୱରାନ୍ୱିତ କରିବା ପାଇଁ ଟିପିସିଓଡିଏଲ୍ ପକ୍ଷରୁ ଆବଶ୍ୟକୀୟ ଉପକରଣ ଯଥା ତାର, କଣ୍ଡକ୍ଟର, ଟ୍ରାନ୍ସଫର୍ମର୍ର ଓ ଖୁଣ୍ଟ ଇତ୍ୟାଦି ମହଜୁଦ ରଖାଯାଇଛି, ଯାହା ଦ୍ୱାରା ପୁନରୁଦ୍ଧାର କାମ ଶୀଘ୍ର କରାଯାଇପାରିବ। ସମସ୍ତ ଡିଭିଜନରେ ଭାରୀ ଯନ୍ତ୍ରପାତି, ଯାନ୍ତ୍ରିକ ଗଛ କାଟିବା ଉପକରଣ, ଯାନବାହାନ, ଟିଆଣ୍ଡପି ଏବଂ ସୁରକ୍ଷାମୂଳକ ପିପିଇ ସାମଗ୍ରୀ ସହିତ ବିଶେଷଜ୍ଞ ଦଳକୁ ପ୍ରସ୍ତୁତ ରଖାଯାଇଛି। ଏହା ସହିତ, ଟିପିସିଓଡିଏଲ୍ ଜଳବନ୍ଦୀ ହେବାର ସମ୍ଭାବନା ଥିବା ଅଞ୍ଚଳଗୁଡ଼ିକୁ ଚିହ୍ନଟ କରିଛି ଏବଂ ବିଦ୍ୟୁତ୍ ଭିତ୍ତିଭୂମି ଉପରେ ପ୍ରଭାବକୁ କମ କରିବା ଏବଂ ଉଚିତ ସମୟରେ ପୁନରୁଦ୍ଧାର ସୁନିଶ୍ଚିତ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଛି।
ଟିପିସିଓଡିଏଲ୍ ର ୩୫୦ ରୁ ଅଧିକ ଜରୁରୀକାଳୀନ ବ୍ରେକଡାଉନ୍ ଯାନ ଏବଂ ଏହାର ସମସ୍ତ ଡିଭିଜନରେ ପ୍ରାୟ ୧୦,୦୦୦ ମାନବଶକ୍ତି (ଟିପିସିଓଡିଏଲ୍ ଏବଂ ବିଏ ର ମିଳିତ) ନିୟୋଜିତ ଅଛନ୍ତି।
ଟିପିସିଓଡିଏଲ୍ ଜନସାଧାରଣଙ୍କୁ ସୁରକ୍ଷିତ ରହିବାକୁ ଏବଂ ବର୍ଷା ସମୟରେ ନିମ୍ନଲିଖିତ ମୌଳିକ ବୈଦ୍ୟୁତିକ ସୁରକ୍ଷା ନିୟମ ପାଳନ କରିବାକୁ ଅନୁରୋଧ କରୁଛି:

ଚା ବୈଦ୍ୟୁତିକ ସଂସ୍ଥାପନ ସଂସ୍ପର୍ଶରେ ଆସନ୍ତୁ ନାହିଁ — ବିଶେଷକରି ବର୍ଷା କିମ୍ବା ପାଣି ଜମିବା ସମୟରେ ଖୁଣ୍ଟ, ତାର କିମ୍ବା ଟ୍ରାନ୍ସଫର୍ମରକୁ ସ୍ପର୍ଶ କରନ୍ତୁ ନାହିଁ।
ଚା ବଜ୍ରପାତ ସମୟରେ ଘର ଭିତରେ ରୁହନ୍ତୁ — ଗଛ ତଳେ, ଲୁହା ବସ୍ତୁ ନିକଟରେ କିମ୍ବା ଅସ୍ଥାୟୀ ଗୃହ ଠାରୁ ଦୂରରେ ରୁହନ୍ତୁ
ଚା ବୈଦ୍ୟୁତିକ ଉପକରଣଗୁଡ଼ିକୁ ସୁରକ୍ଷିତ ଭାବରେ ବ୍ୟବହାର କରନ୍ତୁ — କେବେବି ଓଦା ହାତରେ କିମ୍ବା ଓଦା ପୃଷ୍ଠରେ ଠିଆ ହେବା ସମୟରେ ସ୍ୱିଚ୍ କିମ୍ବା ବୈଦ୍ୟୁତିକ ଉପକରଣଗୁଡ଼ିକୁ ଚଲାନ୍ତୁ ନାହିଁ।
ଚା ବନ୍ୟା ଭଳି ପରିସ୍ଥିତିରେ ବିଦ୍ୟୁତ୍ ଯୋଗାଣ ବନ୍ଦ କରନ୍ତୁ — ଯଦି ଆପଣଙ୍କ ଘରେ କିମ୍ବା କୋଠାରେ ପାଣି ପ୍ରବେଶ କରେ ତେବେ ମୁଖ୍ୟ ବିଦ୍ୟୁତ୍ ସଂଯୋଗ ବନ୍ଦ କରିଦିଅନ୍ତୁ।
ଚା ପିଲାମାନଙ୍କୁ ବିଦ୍ୟୁତ୍ ବିପଦରୁ ଦୂରରେ ରଖନ୍ତୁ — ନିଶ୍ଚିତ କରନ୍ତୁ ଯେ ସେମାନେ ଯେପରି ଖୋଲା ଡ୍ରେନ୍‌, ପୋଖରୀ ଏବଂ ଖୋଲା ତାର ଠାରୁ ଦୂରରେ ରୁହନ୍ତି।
ଚା ତୁରନ୍ତ ବୈଦ୍ୟୁତିକ ତ୍ରୁଟି ସମ୍ପର୍କରେ ରିପୋର୍ଟ କରନ୍ତୁ — ବିଦ୍ୟୁତ୍ ସମ୍ବନ୍ଧୀୟ ଜରୁରୀକାଳୀନ ରିପୋର୍ଟ କରିବାକୁ ଟିପିସିଓଡିଏଲ୍‌ର ୨୪ ଘଣ୍ଟିଆ ଟୋଲ୍‌-ଫ୍ରି ହେଲ୍ପଲାଇନ୍ ନମ୍ବର: ୧୯୧୨ / ୧୮୦୦-୩୪୫-୭୧୨୨ କୁ କଲ୍ କରନ୍ତୁ।
ଟିପିସିଓଡିଏଲ୍‌ର ସିଇଓ ଶ୍ରୀ ଅରଭିନ୍ଦ ସିଂହ କହିଛନ୍ତି ଯେ, “ପ୍ରବଳ ବର୍ଷା ଯୋଗୁଁ ଉପୁଜିବାକୁ ଥିବା ଯେକୌଣସି ପରିସ୍ଥିତିର ମୁକାବିଲା କରିବାକୁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ। ଉପଭୋକ୍ତାଙ୍କ ସୁରକ୍ଷା ଏବଂ ଭରସାଯୋଗ୍ୟ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବା ଆମର ସର୍ବୋଚ୍ଚ ପ୍ରାଥମିକତା। ଆମେ ସମସ୍ତଙ୍କୁ ସୁରକ୍ଷା ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ ଏବଂ ସତର୍କ ରହିବାକୁ ଅନୁରୋଧ କରୁଛୁ।’
ଏହାର ସକ୍ରିୟ ପ୍ରସ୍ତୁତି, ବାସ୍ତବ-ସମୟ ମନିଟରିଂ ଏବଂ କ୍ଷେତ୍ର ଦଳଗୁଡ଼ିକର ପ୍ରସ୍ତୁତି ସହିତ, ଟିପିସିଓଡିଏଲ୍ ଖରାପ ପାଗ ସମୟରେ ବିଦ୍ୟୁତ୍ ବିଭ୍ରାଟର ଅବଧିକୁ ସର୍ବନିମ୍ନ କରିବା ଏବଂ ଏହାର ସମସ୍ତ ସେବାଯୋଗାଣ ଅଞ୍ଚଳରେ ସୁରକ୍ଷା ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖିଛି।

Share

Leave a Reply

Your email address will not be published. Required fields are marked *

2 + 17 =