Business

ଟାଟା ଷ୍ଟିଲର ସାରୁଅବିଲ ଖଣି ଏବଂ ଏଫ୍‌ଏପି ଆଠଗଡ଼କୁ କଳିଙ୍ଗ ପରିବେଶ ଉତ୍କର୍ଷ ସମ୍ମାନ

ଭୁବନେଶ୍ୱର, ୨୧/୦୬/୨୦୨୫: ଦୀର୍ଘସ୍ଥାୟୀ ଖଣି ଏବଂ ପରିବେଶ ପ୍ରତି ଦାୟିତ୍ୱବୋଧ ଶିଳ୍ପ ଅଭ୍ୟାସ ପାଇଁ ଟାଟା ଷ୍ଟିଲ ପୁଣିଥରେ ସମ୍ମାନିତ ହୋଇଛି। କମ୍ପାନୀର ଫେରୋ ଆଲୟଜ୍ ଆଣ୍ଡ୍ ମିନେରାଲ ଡିଭିଜନ (ଏଫ୍‌ଏଏମ୍‌ଡି) ଅଧୀନରେ ପରିଚାଳିତ ସାରୁଅବିଲ କ୍ରୋମାଇଟ୍ ଖଣି ଏବଂ ଫେରୋ ଆଲୟଜ୍ ପ୍ଲାଂଟ୍ (ଏଫ୍‌ଏପି), ଆଠଗଡ଼କୁ ସମ୍ମାନଜନକ କଳିଙ୍ଗ ପରିବେଶ ଉତ୍କର୍ଷ ପୁରସ୍କାର-୨୦୨୪ରେ ସମ୍ମାନିତ କରାଯାଇଛି।
ଯାଜପୁର ଜିଲ୍ଲାର ସୁକିନ୍ଦା ଅଂଚଳରେ ଅବସ୍ଥିତ ସାରୁଅବିଲ କ୍ରୋମାଇଟ୍ ଖଣିକୁ ପଞ୍ଚ ତାରକା ବର୍ଗରେ ଏବଂ ଏଫ୍‌ଏପି ଆଠଗଡକୁ ଚାରି ତାରକା ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଛି। ୨୦୨୪ରେ ପରିବେଶ ସଂରକ୍ଷଣ କ୍ଷେତ୍ରରେ କମ୍ପାନୀର ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଏହି ସମ୍ମାନ ମିଳିଛି। ଖଣି ମୁଖ୍ୟ (ସାରୁଅବିଲ୍ ଓ କମର୍ଦ୍ଦା) ନବୀନ ଶ୍ରୀବାସ୍ତବ, ଏଫ୍‌ଏପି ଆଠଗଡ଼ର ମୁଖ୍ୟ ସର୍ବେଶ୍ୱର ନାୟକଙ୍କ ସହିତ ପରିବେଶ ପ୍ରବନ୍ଧକ (ସାରୁଆବିଲ ଏବଂ କମର୍ଦ୍ଦା) ଅବିନାଶ ମିଶ୍ର, ପରିବେଶ ପ୍ରବନ୍ଧକ (ଏଫଏପି ଆଠଗଡ୍‌, ଗୋପାଳପୁର ଏବଂ ବାଲେଶ୍ୱର) ଦୀପଙ୍କର ପତି କମ୍ପାନୀ ତରଫରୁ ପୁରସ୍କାର ଗ୍ରହଣ କରିଥିଲେ।
ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ କ୍ୱାଲିଟି ଆଣ୍ଡ ଏନଭାରନମେଣ୍ଟ ମ୍ୟାନେଜମେଣ୍ଟ ସର୍ଭିସେସ୍ (ଆଇକ୍ୟୁଇଏମ୍‌ଏସ୍‌) ଦ୍ୱାରା ବିଭିନ୍ନ ଶିଳ୍ପ ସଂଗଠନ ଏବଂ ପରିବେଶ ବିଶେଷଜ୍ଞଙ୍କ ସହଯୋଗରେ ଆୟୋଜିତ ୧୦ମ ପରିବେଶ, ଶକ୍ତି ଏବଂ ଜଳବାୟୁ ପରିବର୍ତ୍ତନ- ୨୦୨୫ ଜାତୀୟ ସମ୍ମିଳନୀରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ସମ୍ମିଳନୀରେ ବିଭିନ୍ନ କ୍ଷେତ୍ରର ଶ୍ରେଷ୍ଠ ପ୍ରଦର୍ଶନକାରୀ କମ୍ପାନିଗୁଡିକୁ ସେମାନଙ୍କର ପରିବେଶ ସ୍ଥିରତା, ଶକ୍ତି ଦକ୍ଷତା ଏବଂ ଜଳବାୟୁ କାର୍ଯ୍ୟକ୍ରମରେ ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା।
ଟାଟା ଷ୍ଟିଲ ଏଫ୍‌ଏଏମ୍‌ଡିର ଏକ୍‌ଜିକ୍ୟୁଟିଭ୍ ଇନ୍‌-ଚାର୍ଜ ପଙ୍କଜ ସତିଜା କହିଛନ୍ତି ଯେ, “ଆମମାନଙ୍କର ମାତ୍ର ଗୋଟିଏ ହିଁ ପୃଥିବୀ ଅଛି ଏବଂ ଏହାକୁ ଭବିଷ୍ୟତ ପିଢ଼ି ପାଇଁ ସଂରକ୍ଷିତ କରି ରଖିବା ବର୍ତ୍ତମାନ ସମୟର ଆବଶ୍ୟକତା ଅଟେ। ଏହି ସମୟରେ ସ୍ଥାୟୀ ଅଭ୍ୟାସକୁ ଗ୍ରହଣ କରିବା ଏକ ବିକଳ୍ପ ନୁହେଁ ବରଂ ଏକ ଆବଶ୍ୟକତାରେ ପରିଣତ ହୋଇଛି। ଟାଟା ଷ୍ଟିଲରେ ଆମେ ଏ ଦିଗରେ ଆମର ପ୍ରୟାସକୁ ଆଗେଇ ନେଉଛୁ ଏବଂ ମୁଁ ବହୁତ ଖୁସି ଯେ ସେଗୁଡିକୁ ସ୍ୱୀକୃତି ମିଳିଛି।’’
ଏହି ସ୍ୱୀକୃତିଗୁଡିକ କମ୍ପାନୀର ସମ୍ବଳ ସଂରକ୍ଷଣ, ପ୍ରଦୂଷଣ ନିୟନ୍ତ୍ରଣ, ଜୈବ ବିବିଧତା ସଂରକ୍ଷଣ ଏବଂ ସମ୍ପ୍ରଦାୟ ସହଭାଗିତା ପ୍ରତି ଉଦ୍ଦେଶ୍ୟର ପ୍ରମାଣ। ସାରୁଅବିଲ କ୍ରୋମାଇଟ୍ ଖଣି ଉନ୍ନତ ପରିବେଶ ଅନୁକୂଳ ଖଣି ପ୍ରଯୁକ୍ତି ଗ୍ରହଣୀୟତା ପାଇଁ ପରିଚିତ। ଖଣିରେ ଏକ ସେଂଟ୍ରାଲ୍ ଏଫ୍ଲୁଏଂଟ୍ ଟ୍ରିଟ୍‌ମେଂଟ୍ ପ୍ଲାଂଟ୍ (ସିଇଟିପି) ରହିଛି, ଯାହାର ଜଳ ପ୍ରକ୍ରିୟାକରଣ କ୍ଷମତା ପ୍ରତି ଘଂଟାକୁ ୧୨୦୦ ଘନ ମିଟର । ସେହିପରି, ଏଫ୍‌ଏପି ଆଠଗଡ ନିରନ୍ତର ଶକ୍ତି ସମ୍ପର୍କିତ ବ୍ୟବସ୍ଥା ଏବଂ ଅପଚୟ ପରିଚାଳନା ଅଭ୍ୟାସ କାର୍ଯ୍ୟକାରୀ କରିଛି ଯାହା ଏହାର ପରିବେଶ ଉପରେ ପଡୁଥିବା ପ୍ରଭାବକୁ ହ୍ରାସ କରିଛି। କାରଖାନାଟି ଆଇଓଟି ଆଧାରିତ ସ୍ମାର୍ଟ ଜଳ ପରିଚାଳନା ବ୍ୟବସ୍ଥା ବ୍ୟବହାର କରି ଜଳ ବ୍ୟବହାର ଦକ୍ଷତା ବୃଦ୍ଧି କରିଛି, ଯାହାଫଳରେ ସ୍ଲାଗ୍ କୁଲିଂରେ ମୋଟ ଜଳ ବ୍ୟବହାର ଏବଂ ମଧୁର ଜଳ ବ୍ୟବହାରରେ ଉଲ୍ଲେଖନୀୟ ଭାବେ ହ୍ରାସ ଘଟିଛି।

Share

Leave a Reply

Your email address will not be published. Required fields are marked *

14 + eighteen =