Business

ଟାଟା ଷ୍ଟିଲର ସୁକିନ୍ଦା ଇକୋରେସକୁ ଅନ୍ତର୍ଜାତୀୟ ପ୍ରକୃତି ସଂରକ୍ଷଣ ସଂଘର ସ୍ବୀକୃତି

  • ଜଙ୍ଗଲ ପୁନରୁଦ୍ଧାର ଜରିଆରେ ବିଲୁପ୍ତ ପ୍ରାୟ ସୁକିନ୍ଦା ଇକୋରେସ ରେଶମ ପୋକର ପୁନରୁଦ୍ଧାର

ସୁକିନ୍ଦା, ୨୭/୧୧: ଟାଟା ଷ୍ଟିଲ୍ ଫାଉଣ୍ଡେସନ ଦ୍ୱାରା ପରିଚାଳିତ ସୁକିନ୍ଦା ଇକୋରେସ ସଂରକ୍ଷଣ ପ୍ରକଳ୍ପ ପକ୍ଷରୁ କେନ୍ଦ୍ରୀୟ ରେଶମ ବୋର୍ଡ ଓ କେନ୍ଦ୍ରୀୟ ଟସର ଗବେଷଣା ଓ ତାଲିମ ପ୍ରତିଷ୍ଠାନ (ସିଟିଆରଟିଆଇ) ସହଯୋଗରେ ବିଲୁପ୍ତ ପ୍ରାୟ ରେଶମ ପୋକ ପ୍ରଜାତିର ପୁନରୁଦ୍ଧାର କରାଯାଇଛି। ଟାଟା ଷ୍ଟିଲ୍ ଦ୍ୱାରା କରାଯାଇଥିବା ମଧ୍ୟବର୍ତ୍ତୀକାଳୀନ ନିଜସ୍ୱ ମୂଲ୍ୟାଙ୍କନ ରିପୋର୍ଟକୁ ଅନ୍ତର୍ଜାତୀୟ ପ୍ରକୃତି ସଂରକ୍ଷଣ ସଙ୍ଘ (ଆଇୟୁସିଏନ) ଇଣ୍ଡିଆ ପକ୍ଷରୁ ସମୀକ୍ଷା କରାଯାଇଛି। ଏହା ଅନ୍ତର୍ଜାତୀୟସ୍ତରରେ ସ୍ଵୀକୃତିପ୍ରାପ୍ତ ଆଇୟୁସିଏନର ବିଶ୍ୱସ୍ତରୀୟ ମାନକ ସହ ସମାନ ଥିବା ଜଣାପଡ଼ିଛି। ଏହି ପ୍ରକଳ୍ପ ୬୦ ପ୍ରତିଶତ ସ୍କୋର ହାସଲ କରିଛି, ଯାହା ନିର୍ଦ୍ଧାରିତ ୨୫ ପ୍ରତିଶତ ଠାରୁ ଯଥେଷ୍ଟ ଅଧିକ। ଏହା ସମସ୍ତ ଆଠଟି ମାନଦଣ୍ଡରେ ଆବଶ୍ୟକ ରେଟିଂ ହାସଲ କରିଛି।

ଟାଟା ଷ୍ଟିଲ୍‌ର ଉପାଧ୍ୟକ୍ଷ (ସୁରକ୍ଷା, ସ୍ୱାସ୍ଥ୍ୟ ଓ ସ୍ଥାୟୀତ୍ୱ) ରାଜୀବ ମଙ୍ଗଲ କହିଛନ୍ତି ଯେ, “ଆଇୟୁସିଏନ ଦ୍ୱାରା ଏହି ମଧ୍ୟବର୍ତ୍ତୀକାଳୀନ ମୂଲ୍ୟାଙ୍କନ ସମୀକ୍ଷା କେବଳ ପ୍ରକୃତି-ଆଧାରିତ ସମାଧାନ ପ୍ରତି ଆମର ପ୍ରତିବଦ୍ଧତାକୁ ମାନ୍ୟତା ଦେଇନାହିଁ ବରଂ କର୍ପୋରେଟ୍ ସଂସ୍ଥାଗୁଡ଼ିକ ଜୈବ ବିବିଧତା ସଂରକ୍ଷଣରେ କିପରି ଯୋଗଦାନ କରିପାରିବେ ତାହାର ଏକ ନକ୍ସା ମଧ୍ୟ ପ୍ରସ୍ତୁତ କରିଛି। ଏହି କାର୍ଯ୍ୟ ଟାଟା ଗ୍ରୁପର “ଆଲିଙ୍ଗନ” ପ୍ରକଳ୍ପ ସହ ସମାନ୍ତରାଳ ରହିଛି।”

ଟାଟା ଷ୍ଟିଲ୍‌ର ଉପାଧ୍ୟକ୍ଷ (କର୍ପୋରେଟ୍ ସର୍ଭିସେସ୍‌) ଡି ବି ସୁନ୍ଦର ରମମ କହିଛନ୍ତି ଯେ, “ସୁକିନ୍ଦା ଇକୋରେସ୍ ସଂରକ୍ଷଣ ପ୍ରକଳ୍ପ ପରିବେଶ ପୁନରୁଦ୍ଧାର, ଗୋଷ୍ଠୀ ସଶକ୍ତିକରଣ ଏବଂ ଅର୍ଥନୈତିକ ସମ୍ଭାବନାର ଏକ ସମନ୍ୱୟ ପ୍ରଦର୍ଶନ କରୁଛି। ଟାଟା ଷ୍ଟିଲ ସବୁବେଳେ ବିଶ୍ୱାସ କରେ ଯେ, ଦୀର୍ଘକାଳୀନ ବ୍ୟବସାୟିକ ସଫଳତା ପରିବେଶ ସଂରକ୍ଷଣ ଓ ସମାଜ କଲ୍ୟାଣ ସହ ଜଡ଼ିତ।”

ପିଢ଼ି ପରେ ପିଢ଼ି ଧରି ସୁକିନ୍ଦା ଇକୋରେସ୍-ଯାହା ଏକ ତ୍ରିଭୋଲଟାଇନ୍ ଟସର ରେଶମ ପୋକ ମିକ୍ସଡ ଡେସିଡୁଓସ (ମିଶ୍ରିତ ପତ୍ରଝଡା) ଜଙ୍ଗଲରେ ବ୍ୟାପକ ଭାବେ ଥିଲେ। କିନ୍ତୁ ବ୍ଯବସାୟିକ ଜାତିର ପ୍ରଚଳନ ଓ ବାସସ୍ଥାନ କ୍ଷୟ କାରଣରୁ ଏହି ସ୍ଥାନୀୟ ପ୍ରଜାତି ପ୍ରାୟ ବିଲୁପ୍ତ ହୋଇଯାଇଥିଲା ଏବଂ ଏହାସହିତ ପାରମ୍ପରିକ ଜୀବିକା ମଧ୍ୟ ଧ୍ୱଂସ ହୋଇଯାଇଥିଲା। ଏହି କ୍ଷତିକୁ ରୋକିବା ପାଇଁ ପ୍ରାୟ ନଷ୍ଟ ଯାଇଥିବା ୨୬ ହେକ୍ଟରରୁ ଊର୍ଦ୍ଧ୍ବ ଜଙ୍ଗଲ ଜମିରେ ଅର୍ଜୁନ ଓ ଅସନ ଗଛ (ଟସର ପୋକର ମୁଖ୍ୟ ଆହାର ଉଦ୍ଭିଦ) ପୁନରୁଦ୍ଧାର କରାଯାଇଛି। ଏହି ପୁନରୁଦ୍ଧାର ହୋଇଥିବା ଜଙ୍ଗଲ ବର୍ତ୍ତମାନ ଜୈବ ବିବିଧତା କରିଡର ଭାବେ କାମ କରୁଛି, କାର୍ବନ ସଂରକ୍ଷଣ କରୁଛି ଏବଂ ପୂର୍ବରୁ ସମୃଦ୍ଧ ରେଶମ ପୋକ ପାଇଁ ପରିବେଶ ତନ୍ତ୍ରକୁ ପୁନଃର୍ନିର୍ମାଣ କରୁଛି।

ଏହି ପ୍ରକଳ୍ପରେ ୨୦୦ରୁ ଅଧିକ ପରିବାର ମଧ୍ୟରୁ ୫୦ଟି ରୋପଣ କାର୍ଯ୍ୟରେ ଏବଂ ୧୫୦ଟି ରେଶମ ଚାଷରେ ସାମିଲ ହୋଇଛନ୍ତି। ଏହି ଉଦ୍ୟୋଗ ଭାରତର ସ୍ଥାୟୀ ବିକାଶ ଲକ୍ଷ୍ୟ ବିଶେଷକରି ଏସଡିଜି ୧ (ଦାରିଦ୍ର‌୍ୟ ଦୂରୀକରଣ), ଏସଡିଜି ୧୩ (ଜଳବାୟୁ କାର୍ଯ୍ୟାନୁଷ୍ଠାନ) ଏବଂ ଏସଡିଜି ୧୫ (ଭୂମି ଉପରେ ଜୀବନ) ସହ ସିଧାସଳଖ ଜଡ଼ିତ। ଏହା ଜାତୀୟ ଜୈବ ବିବିଧତା ଆକ୍ସନ ପ୍ଲାନ ସହ ସମାନ ଏବଂ ଏହା ସଂରକ୍ଷଣ ଓ ଜୀବିକା ବିକାଶ କିପରି ଏକାଠି ହାସଲ କରାଯାଇପାରିବ ତାହାର ଏକ ଉଦାହରଣ ପ୍ରସ୍ତୁତ କରିଛି।

Share

Leave a Reply

Your email address will not be published. Required fields are marked *

15 − 7 =