ଶଙ୍କେଶ ଜୁଏଲର୍ସ ଲିମିଟେଡ୍ ପକ୍ଷରୁ ସେବି ନିକଟରେ ଡିଆର୍ଏଚ୍ପି ଦାଖଲ
ଭୁବନେଶ୍ୱର: ଶଙ୍କେଶ ଜୁଏଲର୍ସ ଲିମିଟେଡ଼୍ ପକ୍ଷରୁ ଇନିସିଆଲ ପବ୍ଲିକ ଅଫର୍ (ଆଇପିଓ) ମାଧ୍ୟମରେ ଅର୍ଥ ସଂଗ୍ରହ ପାଇଁ ପୁଞ୍ଜି ବଜାର ନିୟାମକ ସଂସ୍ଥା ଭାରତୀୟ ପ୍ରତିଭୂତି ଓ ବିିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ୍ ହେରିଙ୍ଗ୍ ପ୍ରୋସ୍ପେକ୍ଟସ୍ (ଡିଆରଏଚପି) ଦାଖଲ କରାଯାଇଛି।
୨୦୦୫ରେ ସ୍ଥାପିତ ଏହି କମ୍ପାନି କର୍ପୋରେଟ୍ ଗହଣା ବ୍ରାଣ୍ଡଗୁଡିକ ପାଇଁ ଡିଜାଇନ୍, ଉପାଦାନ ସଂଗ୍ରହ ଏବଂ ଚୂଡ଼ାନ୍ତ ଗହଣା ତିଆରି ପ୍ରକ୍ରିୟା ପରିଚାଳନା କରୁଥିବା ଏକ ପ୍ରଧାନ କଂଟ୍ରାକ୍ଟର ଭାବେ କାର୍ଯ୍ୟ କରୁଛି। କମ୍ପାନିି ମୁଖ୍ୟତଃ ଏକ ଆସେଟ୍-ଲାଇଟ୍ ବ୍ୟବସାୟ ମଡେଲ୍ ଉପରେ ଆଧାରିତ ହୋଇ କାର୍ଯ୍ୟ କରୁଛି ଯେଉଁଠାରୁ ସେମାନେ କାରିଗରମାନଙ୍କର ଅନୁଭୂତିର ସଦୁପଯୋଗ କରି ସେମାନଙ୍କ ଗ୍ରାହକମାନଙ୍କ ଆବଶ୍ୟକତା ଅନୁଯାୟୀ ଗହଣା ତିଆରି କରୁଛନ୍ତି।୨୦୨୫ ଆର୍ଥିକ ବର୍ଷ ପର୍ଯ୍ୟନ୍ତ କମ୍ପାନି ଭାରତର ୨୧ଟି ରାଜ୍ୟ ଏବଂ ୩ଟି କେନ୍ଦ୍ରଶାସିତ ଅଂଚଳରେ ବିକ୍ରୟ କରି ନିଜର ଉପସ୍ଥିତି ଜାହିର କରିଛି।
ପ୍ରସ୍ତାବିତ ଆଇପିଓରେ ୩୦,୦୦୦,୦୦୦ ନୂଆ ଇକ୍ୱିଟି ସେୟାର ଜାରି କରାଯିବ ଏବଂ ଅଫର ଫର ସେଲ୍ରେ ଅଂଶଧନକାରୀମାନେ ୧୦,୦୦୦,୦୦୦ ଇକ୍ୱିଟି ସେୟାର ବିକ୍ରି କରିବେ। ଅଫର ଫର ସେଲ୍ରେ କାନ୍ତିଲାଲ ଖୀମରାଜ ଜୈନ ଏବଂ ମନୋଜ କାନ୍ତିଲାଲ ଜୈନ ପ୍ରତିଷ୍ଠାତା ଭାବେ ଇକ୍ୱିଟି ସେୟାର ବିକ୍ରି କରିବେ। କମ୍ପାନି ଏହାର କିଛି ଇକ୍ୱିଟି ସେୟାରର ପ୍ରି-ଆଇପିଓ ପ୍ଲେସମେଂଟ୍ କରିବାକୁ ଯୋଜନା ରଖିଛି।
ଏହି ଇସ୍ୟୁରୁ ଯେଉଁ ପାଣ୍ଠି ସହଗୃହୀତ ହେବ ସେଥିରୁ ୧୫୮ କୋଟି ଟଙ୍କାକୁ କମ୍ପାନି ଏହାର କିଛି ଋଣକୁ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ପରିଶୋଧ କରିବା, ୩୮ କୋଟି ଟଙ୍କାକୁ କମ୍ପାନିର କାର୍ଯ୍ୟକାରୀ ପୁଞ୍ଜି ଆବଶ୍ୟକତା ପୂରଣ କରିବାରେ ଏବଂ ଅବଶିଷ୍ଟ ରାଶିକୁ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରାଯିବ।
୨୦୨୪-୨୫ ଆର୍ଥିକ ବର୍ଷରେ କମ୍ପାନି ପରିଚାଳନାରୁ ୧,୪୦୩.୮୩ କୋଟି ଟଙ୍କା ଆୟ ଏବଂ ୪୦.୩୧ କୋଟି ଟଙ୍କାର ଟିକସ ପରବର୍ତୀ ଲାଭ ହାସଲ କରିଥିଲା।
ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଆର୍ଯ୍ୟମାନ ଫାଇନାନ୍ସିଆଲ୍ ସର୍ଭିସେସ୍ ଲିମିଟେଡ଼୍ ଏବଂ ସ୍ମାର୍ଟ ହରାଇଜନ୍ କ୍ୟାପିଟାଲ୍ ଆଡଭାଇଜର୍ସ ପ୍ରାଇଭେଟ୍ ଲିମିଟେଡ଼୍।

