ଆଇଟେଲ୍ର ନୂଆ “ପି୫୫ ପାୱାର ୫ଜି’ ସ୍ମାର୍ଟଫୋନ୍ର ଶୁଭାରମ୍ଭ, ୧୦ ହଜାର ଟଙ୍କାରୁ କମ୍ ଦାମ୍ର ସବୁଠୁ ସୁଲଭ ସ୍ମାର୍ଟଫୋନ୍
ଭୁବନେଶ୍ୱର: ଭାରତର ଅଗ୍ରଣୀ ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଆଇଟେଲ୍ ପକ୍ଷରୁ ନୂଆ ସ୍ମାର୍ଟଫୋନ୍ ପି୫୫ ପାୱାର ୫ଜି ସ୍ମାର୍ଟଫୋନ୍କୁ ଉନ୍ମୋଚନ କରାଯାଇଛି । ଦଶ ହଜାର ଟଙ୍କାରୁ କମ୍ ଦାମ୍ରେ ଏହା ହେଉଛି ଭାରତର ସବୁଠୁ ସୁଲଭ ସ୍ମାର୍ଟଫୋନ୍ । ଏହି ବର୍ଗରେ ଥିବା ଅନ୍ୟ ସ୍ମାର୍ଟଫୋନ୍ଗୁଡ଼ିକଠାରୁ ଏହା ଭିନ୍ନ ହୋଇଥିବା ବେଳେ ସେଥିରେ ମେଡିଆଟେକ୍ ଡାଇମେନ୍ସିଟି ୬୦୮୦ ଚିପ୍ସେଟ୍ ରହିଛି ଯାହା ନିରବଚ୍ଛିନ୍ନ ଓ ଚମତ୍କାର ପ୍ରଦର୍ଶନକୁ ସୁନିଶ୍ଚିତ କରିବ ।
ଗ୍ରାହକମାନଙ୍କ ଷ୍ଟୋରେଜ୍ ଚାହିଦାକୁ ନଜରରେ ରଖି ଏହି ସ୍ମାର୍ଟଫୋନ୍ରେ ୬ ଜିବି ରାମ୍ ଓ ଅତିରିକ୍ତ ୬ ଜିବିର ମେମୋରି ମିଶ୍ରଣ ରହିଛି । ଏଥି ସହିତ ସେଥିରେ ୧୨୮ ଜିବି ଷ୍ଟୋରେଜ୍ ମଧ୍ୟ ରହିଛି । ଏହାର ଦାମ୍ ଆକର୍ଷଣୀୟ ୮,୯୯୯ ଟଙ୍କା ରଖାଯାଇଛି । ଅକ୍ଟୋବର ୪ ତାରିଖରୁ ଏହା ବିକ୍ରି ପାଇଁ ଉପଲବ୍ଧ ହେବ । ଏହା ଉପରେ ବ୍ୟାଙ୍କ ଅଫର ମଧ୍ୟ ରହିଛି ।
ଏ ସମ୍ପର୍କରେ ଆଇଟେଲ୍ ଇଣ୍ଡିଆର ସିଇଓ ଶ୍ରୀ ଅରିଜିତ ତଲାପାତ୍ର କହିଛନ୍ତି ଯେ, “ଭାରତର ଡିଜିଟାଲ୍ ବିପ୍ଳବ ଆଗକୁ ବଢ଼ାଇବାରେ ଆଗରେ ରହିଛି ଆଇଟେଲ୍ ଯାହା ସଫଳତାର ସହ ୨ଜିରୁ ୪ଜିକୁ ରୂପାନ୍ତରକୁ ଆଗେଇ ନେଉଛି । ୨୦୨୪ ସୁଦ୍ଧା ଭାରତ ୧୫୦ ନିୟୁତ ୫ଜି ଗ୍ରାହକ ଆମନ୍ତ୍ରଣ କରିବକୁ ଯାଉଥିବା ବେଳେ ଏକ ବଡ଼ ଡିଜିଟାଲ୍ ବିପ୍ଳବର ଶୁଭାରମ୍ଭ କରି ଆମେ ଭାରତର ଲୋକମାନଙ୍କ ପାଖରେ ସୁଲଭ ମୂଲ୍ୟରେ ୫ଜି ପ୍ରଯୁକ୍ତିକୁ ପହଂଚାଇବାକୁ ସଂକଳ୍ପବଦ୍ଧ ରହିଛୁ । ଆଇଟେଲ୍ ପି୫୫ ପାୱାର ୫ଜି ୧୦ ହଜାର ଟଙ୍କାରୁ କମ୍ ଦାମ୍ର ପ୍ରଯୁକ୍ତିରେ ଉନ୍ନତି ଆଣି ଏନ୍ଆରସିଏ ପ୍ରଯୁକ୍ତି ସହ ୫ଜି ସଂଯୋଗ ପ୍ରଦାନ କରୁଛି ଯେଉଁଥିରେ ଶକ୍ତିଶାଳୀ ମିଡିଆଟେକ୍ ଡି୬୦୮୦ ଚିପ୍ସେଟ୍ ରହିଛି ଯାହା ତ୍ୱରିତ ସଂଯୋଗ ଓ ଉଲ୍ଲେଖନୀୟ ପ୍ରଦର୍ଶନର ଉପଯୁକ୍ତ ଶକ୍ତି ପ୍ରଦାନ କରୁଛି । ଅନେକ ଉଲ୍ଲେଖନୀୟ ସୁବିଧାସୁଯୋଗ ସହିତ ଆମ ମୂଲ୍ୟବାନ ଗ୍ରାହକଙ୍କ ସ୍ମାର୍ଟଫୋନ୍ ଅନୁଭୂତି ବଢ଼ାଇବାକୁ ଆମେ ଲକ୍ଷ୍ୟ ରଖିଛୁ ।’’
ଆମାଜନ ଇଣ୍ଡିଆର ନିର୍ଦ୍ଦେଶକ-ଓୟାରଲେସ୍ ଓ ହୋମ୍ ଏଟଂରଟେନ୍ମେଂଟ୍ ରଣଜିତ ବାବୁ କହିଛନ୍ତି ଯେ, “ଆଜିର ଏହି ଉନ୍ମୋଚନ ୫ଜି ପ୍ରଯୁକ୍ତିର ଗୁରୁତ୍ୱ ଏବଂ ସୁଲଭ ମୂଲ୍ୟରେ ସମସ୍ତ ଗ୍ରାହଙ୍କ ପାଖରେ କିଭଳି ଦ୍ରୁତ ଇଟଂରନେଟ୍ ପହଂଚିପାରିବ ତାହାକୁ ଦର୍ଶାଉଛି । ଆଇଟେଲ୍ ପି୫୫ ପାୱାର ୫ଜିର ଶୁଭାରମ୍ଭ ଆମାଜନ ଡଟ୍ ଇନ୍ରେ ୧୦ ହଜାର ଟଙ୍କାରୁ କମ୍ ମୂଲ୍ୟରେ ୫ଜି ସୁବିଧା ଥିବା ସ୍ମାର୍ଟଫୋନ୍ରେ ଏକ ଆକର୍ଷଣୀୟ ଯୋଗଦାନ । ଭାରତରେ ୫ଜି ବିପ୍ଳବକୁ ସମସ୍ତଙ୍କ ପାଖରେ ପହଂଚାଇବା ଲାଗି ଆଇଟେଲ୍ ସହିତ ଯୋଡ଼ିହୋଇଥିବାରୁ ଆମାଜନରେ ଆମେ ବହୁତ ଖୁସି ।’’
ଆଇଟେଲ୍ ପି୫୫ ପାୱାର ୫ଜି ସ୍ମାର୍ଟଫୋନ୍ରେ ରହିଛି ୫୦୦୦ ଏମ୍ଏଏଚ୍ ବ୍ୟାଟେରି, ୧୮ ୱାଟ୍ ଫାଷ୍ଟ୍ ଚାର୍ଜିଂ, ଫିଗଂରପ୍ରିଂଟ୍ ସେନ୍ସର୍, ଫେସ୍ ଆଇଡି, ୫୦ ଏମ୍ପି ଏଆଇ ଡୁଆଲ କ୍ୟାମେରା, ୮ ଏମ୍ପି ସାମ୍ନା କ୍ୟାମେରା, ୬.୬ ଇଂଚ ଏଚ୍ଡି+ ୱାଟର ଡ୍ରପ୍ ଡିସ୍ପ୍ଲେ । ଏହା ଗାଲାକ୍ସି ବ୍ଲୁ ଓ ମିଂଟ୍ ଗ୍ରିନ୍ ରଙ୍ଗରେ ଉପଲବ୍ଧ ହେବ ।

