ଇଣ୍ଡସଇଣ୍ଡ ଇଂଟରନ୍ୟାସନାଲ ହୋଲଡିଂସ ଓ ଇନଭେସ୍କୋ ପକ୍ଷରୁ ଭାରତରେ ସଂପତି ପରିଚାଳନା ଯୌଥ ଉଦ୍ୟୋଗ ଗଠନ ପ୍ରକ୍ରିୟା ସମ୍ପୂର୍ଣ୍ଣ
ଭୁବନେଶ୍ୱର: ଇନଭୋସ୍କୋ ଆସେଟ ମ୍ୟାନେଜମେଂଟ ଇଣ୍ଡିଆ (ଆଇଏଏମଆଇ)ର ୬୦ ପ୍ରତିଶତ ଅଂଶଧନ ଅଧିଗ୍ରହଣ ପାଇଁ ସମସ୍ତ ନିୟାମକ ମଞ୍ଜୁରି ହାସଲ ଓ ସର୍ତ୍ତାବଳୀ ପୂରଣ କରିବା ପରେ ଇଣ୍ଡସଇଣ୍ଡ ବ୍ୟାଙ୍କର ପ୍ରତିଷ୍ଠାତା ସଂସ୍ଥା ଇଣ୍ଡସଇଣ୍ଡ ଇଂଟରନ୍ୟାସନାଲ ହୋଲଡିଂସ ଲିମିଟେଡ (ଆଇଆଇଏଚଏଲ) ଓ ଇନଭେସ୍କୋ ପକ୍ଷରୁ ଭାରତରେ ସଂପତି ପରିଚାଳନା ଯୌଥ ଉଦ୍ୟୋଗ ଗଠନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରାଯାଇଛି। ନବଗଠିତ କମ୍ପାନିରେ ଇନଭେସ୍କୋର ୪୦ ପ୍ରତିଶତ ଅଂଶଧନ ରହିଛି। ଉଭୟ ଆଇଆଇଏଚଏଲ ଓ ଇନଭେସ୍କୋକୁ ଯୁଗ୍ମ ପ୍ରାୟୋଜକ ମ୍ୟାନତା ମିଳିଛି।
୨୦୨୫ ସେପ୍େଟମ୍ବର ସୁଦ୍ଧା ଆଇଏଏମଆଇ ହେଉଛି ଭାରତର ୧୬ତମ ବୃହତମ ଘରୋଇ ସମ୍ପତ୍ତି ପରିଚାଳନା କମ୍ପାନି ଯାହାର ପରିଚାଳନା ଅଧୀନ ସମ୍ପତ୍ତି (ଏୟୁଏମ) ୧,୪୮,୩୫୮ କୋଟି ଟଙ୍କା ରହିଛି ଏବଂ ଦେଶର ୪୦ଟି ସହରରେ ଏହାର ଉପସ୍ଥିତି ରହିଛି।
ଆଇଆଇଏଚଏଲର ଅଧ୍ୟକ୍ଷ ଶ୍ରୀ ଅଶୋକ ହିନ୍ଦୁଜା କହିଛନ୍ତି ଯେ, “ଆଇଆଇଏଚଏଲରେ ଆମେ ଇନଭେସ୍କୋ ସହିତ ଏହି ଯୌଥ ଉଦ୍ୟୋଗ ନେଇ ଅତ୍ୟନ୍ତ ଉତ୍ସାହିତ। ଏହା ଦ୍ୱାରା ଆମେ ଆମର ପାରା ବ୍ୟାଙ୍କିଂ ପୋର୍ଟଫୋଲିଓକୁ ସମ୍ପତ୍ତି ପରିଚାଳନାକୁ ସାମିଲ କରି ବଢ଼ାଇବୁ ଏବଂ ୨୦୩୦ ସୁଦ୍ଧା ଏକ ବିଶ୍ୱସ୍ତରୀୟ ଆର୍ôଥକ (ବିଏଫଏସଆଇ) ଶକ୍ତିଶାଳୀ କମ୍ପାନି ହେବାକୁ ଲକ୍ଷ୍ୟ ରଖୁଛୁ। ଯେତେବେଳେ ଭାରତ ବଢ଼ୁଥିବା ଆୟ ସ୍ତର, ଅନୁକୂଳ ଜନସଂଖ୍ୟାଗତ ଅବସ୍ଥା ପଛରେ ସମସ୍ତ ଭାରତୀୟଙ୍କୁ ଏବଂ ପ୍ରବାସୀଙ୍କୁ ମଧ୍ୟ ଅପାର ନିବେଶ ସୁଯୋଗ ପ୍ରଦାନ କରୁଥିବାରୁ ଏହା ସବୁଠାରୁ ଉପଯୁକ୍ତ ସମୟ। ଆମେ ସ୍ୱଚ୍ଛତା ଏବଂ ଦକ୍ଷତାର ସହିତ ସମସ୍ତ ନିବେଶକଙ୍କ ପାଖରେ ପହଂଚିବାକୁ ଚେଷ୍ଟା କରିବୁ ଏବଂ ନିବେଶକମାନଙ୍କର ଆଶା ଅନୁସାରେ ‘ମ୍ୟୁଚୁଆଲ୍ ଫଣ୍ଡ୍ ସହି ହୈ’ ବୋଲି ପ୍ରମାଣ କରିବୁ।”
ଇନଭେସ୍କୋର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ-ଏସିଆ ପ୍ୟାସିଫିକ ଆଣ୍ଡ୍ର୍ୟୁ ଲୋ କହିଛନ୍ତି ଯେ, “ଆମର ଭାରତୀୟ ବ୍ୟବସାୟରେ ଗତ ନଅ ବର୍ଷରେ ଦୃଢ଼ ବୃଦ୍ଧି ଘଟିଛି। ଏବେ ଆମେ ଆଇଆଇଏଚଏଲ ସହ ସହଯୋଗିତା ଆଗକୁ ବଢ଼ାଇବାକୁ ଉତ୍ସୁକ ଯାହା ଘରୋଇ ବଜାରରେ ଆମର ବଂଟନ କ୍ଷମତାକୁ ଆହୁରି ବିସ୍ତାର କରିବ। ଆମର ଧ୍ୟାନ ଆମର ଭାରତୀୟ ଗ୍ରାହକମାନଙ୍କ ପାଇଁ ଉଦ୍ୟୋଗ ନେତୃତ୍ୱାଧୀନ ନିବେଶ ଅଫର ଏବଂ ସେବା ଉପରେ ରହିବ ଯାହା ଆକର୍ଷଣୀୟ ବିଶ୍ୱସ୍ତରୀୟ ଏବଂ ଘରୋଇ ନିବେଶ କ୍ଷମତା ସହିତ ଯୋଡ଼ି ହୋଇଛି।”
ଇନଭେସ୍କୋ ଆସେଟ୍ ମ୍ୟାନେଜମେଣ୍ଟ୍ (ଇଣ୍ଡିଆ) ସିଇଓ ଶ୍ରୀ ସୌରଭ ନାନାବତୀ କହିଛନ୍ତି ଯେ, “ଆମେ ଏହି ଗୁରୁତ୍ୱପୂର୍ଣ୍ଣ କାରବାର ସମାପ୍ତି ଘୋଷଣା କରି ଖୁସି। ଏହି ଯୌଥ ଉଦ୍ୟୋଗ ଇନଭେସ୍କୋର ସମ୍ପତ୍ତି ପରିଚାଳନାରେ ବିଶ୍ୱସ୍ତରୀୟ ବିଶେଷଜ୍ଞତା ଏବଂ ଆଇଆଇଏଚଏଲ୍ର ଗଭୀର ସ୍ଥାନୀୟ ବଜାର ଉପସ୍ଥିତିକୁ ଏକତ୍ରିତ କରୁଛି। ଏକାଠି ମିଶି ଆମେ ଆମର ଉପସ୍ଥିତି ଦୃଢ଼ କରିବୁ ଏବଂ ବିଶେଷକରି ଟିୟର୍ ୨ ଏବଂ ଟିୟର୍ ୩ ସହରଗୁଡ଼ିକରେ ବଂଟନକୁ ବିସ୍ତାର କରିବ ଯାହା ଦ୍ୱାରା ଭାରତର ବ୍ୟାପକ ନିବେଶକମାନଙ୍କ ପାଇଁ ଗୁଣାତ୍ମକ ନିବେଶ ସମାଧାନ ଉପଲବ୍ଧ ହେବ। ଆମେ ଗିଫ୍ଟ ସିଟି, ଏସଆଇଏଫ୍ଏସ୍, ପ୍ୟାସିଭ ଉତ୍ପାଦ ଏବଂ ଡିଜିଟାଲ୍ ଚ୍ୟାନେଲ ମାଧ୍ୟମରେ ଆମର ଉପସ୍ଥିତି ଏବଂ ଅଫରଗୁଡ଼ିକୁ ମଧ୍ୟ ବଢ଼ାଇବାକୁ ଲକ୍ଷ୍ୟ ରଖୁଛୁ।”
ଆଇଆଇଏଚଏଲର ସ୍ୱତନ୍ତ୍ର ଆର୍ôଥକ ଉପଦେଷ୍ଟା ଭାବେ ମୋତିଲାଲ ଓସ୍ୱାଲ ନିବେଶ ଉପଦେଷ୍ଟା ଭାବେ କାର୍ଯ୍ୟ କରିଥିଲା। ଆଇଆଇଏଚଏଲ ଓ ଇନଭେସ୍କୋ ପାଇଁ କ୍ରଫୋର୍ଡ ବେଲି ଓ ଏଜେଡବି ଆଇନଗତ ଉପଦେଷ୍ଟା ଭାବେ କାର୍ଯ୍ୟ କରିଥିଲା।
ଲୋଟସ ଇଣ୍ଡିଆ ଆସେଟ ମ୍ୟାନେଜମେଂଟ କମ୍ପାନିକୁ ଅଧିଗ୍ରହଣ କରିବା ପରେ ଆଇଏଏମଆଇ ୨୦୦୮ରେ ଭାରତରେ ପରିଚାଳନା ଆରମ୍ଭ କରିଥିଲା। ଏହାପରଠାରୁ କମ୍ପାନିର ଖୁଚୁରା ନିବେଶକ ଫୋଲିଓ ୨.୯ ନିୟୁତକୁ ବଢ଼ିଥିବା ବେଳେ ଏମ୍ପାନେଲ ହୋଇଥିବା ବିତରକ ୪୮ ହଜାରରୁ ଅଧିକ ଓ ଏୟୁଏମ ୭୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି।

