Business

ଗୋଦରେଜ୍ ବିଖ୍ରୋଲି କୁଚିନା ଓ ସେଫ୍ ଅମ୍ରିତା ରାୟଚାନ୍ଦଙ୍କ ପକ୍ଷରୁ ମାତୃତ୍ୱ ଦିବସ ଅଭିଯାନର ଶୁଭାରମ୍ଭ

ଭୁବନେଶ୍ୱର: ଏହି ମାତୃତ୍ୱ ଦିବସରେ ଗୋଦରେଜ୍ ୟମିଜ୍ ପକ୍ଷରୁ ଗୋଦରେଜ୍ ବିଖ୍ରୋଲି କୁଚିନା ସହିତ ମିଳିତ ଭାବେ ସେଫ୍ ଅମ୍ରିତା ରାୟଚାନ୍ଦଙ୍କୁ ନେଇ ଏକ କ୍ଷୁଦ୍ର ସିନେମା ଉନ୍ମୋଚନ କରାଯାଇଛି, ଯେଉଁଥିରେ ତାଙ୍କ ମା’ଙ୍କ ପରାମର୍ଶର ଶକ୍ତି ଉପରେ ଆଲୋକପାତ କରାଯାଇଛି। ‘ଲେସନ ଫ୍ରମ୍ ହର୍ କିଚେନ୍‌’ ଅଭିଯାନରେ ସେଫ୍ ଅମ୍ରିତାଙ୍କୁ ଗୋଦରେଜ୍ ୟମିଜ୍ ଚିକେନ୍ କବାବ୍ ରୋଷେଇ କରିବାର ଦେଖିବାକୁ ମିଳୁଛି। ସେ କହିଛନ୍ତି ଯେ ଏହା କେବଳ କୌଣସି ରେସିପି ଭିଡିଓ ନୁହେଁ, ଏହା ହେଉଛି ଜୀବନର ପରାମର୍ଶ ଯାହା କୌଣସି ଡାଏରିରେ ଲେଖାଯାଇନାହିଁ କିମ୍ବା ସ୍କୁଲ୍‌ରେ ପଢ଼ାଯାଏ ନାହିଁ। ଏହା ପିଢ଼ିରୁ ପିଢ଼ି ଧରି ହୃଦୟରୁ ହାତକୁ, ପ୍ଲେଟ୍‌କୁ ପାର ହୋଇଥାଏ।
ସେ ଜୀବନର ୬ଟି ପରାମର୍ଶ ପ୍ରଦାନ କରିଛନ୍ତି। ତାହା ହେଉଛି କେବଳ ଯେତିକି ଦରକାର ସେତିକି ନିଅନ୍ତୁ। କେବଳ ରୋଷେଇ ଘରେ ନୁହେଁ, ଜୀବନରେ ମଧ୍ୟ। ସବୁ କିଛି ତୁରନ୍ତ ହୋଇଯିବ ନାହିଁ। ଧୀରେ ଧୀରେ ତାହା ଆଗକୁ ତ୍ୱରାନ୍ୱିତ ହେବ। ବନାଦ୍ୟତାକୁ ପ୍ରଧାନ୍ୟ ଦିଅନ୍ତୁ। ପ୍ରତିବଦଳରେ କିଛି ଆଶା କରନ୍ତୁ ନାହିଁ। ସମସ୍ତଙ୍କୁ ସମୟ ଦିଅନ୍ତୁ। ଜୀବନ ସିଧାସଳଖ ନୁହେଁ। ସର୍ବଦା ଭଲ ପାଇବା ସହ ଗାର୍ନିସ୍ କରନ୍ତୁ।
“ଗୋଦରେଜ ବିଖ୍ରୋଲି କୁଚିନାରେ, ଆମେ ସଦା ବିଶ୍ୱାସ କରୁଛୁ ଯେ ଖାଦ୍ୟ ହେଉଛି ପ୍ଲେଟ୍‌ରେ ଯାହା ପରଷା ଯାଉଛି ତା’ଠାରୁ ଅଧିକ କିଛି, ଏହା ହେଉଛି କାହାଣୀ, ସଂସ୍କୃତି ଓ ମୂଲ୍ୟବୋଧର ବାହକ। ଯେତେବେଳେ ପିଲାଦିନର ଅନୁଭୂତିକୁ ନେଇ ସ୍ମୃତି ଆଲୋଚନା କରୁଛେ, ସେତେବେଳେ ଆମେ କିଭଳି ପିତାମାତାଙ୍କୁ ଦେଖିଥାଉ, ଏହି ଫିଲ୍ମ ସେହି ସବୁ କିଛିକୁ ମନେ ପକାଇ ଦେଉଛି ବୋଲି ଗୋଦରେଜ୍ ଇଣ୍ଡଷ୍ଟ୍ରିଜ୍ ଗ୍ରୁପ୍‌ର ମୁଖ୍ୟ ଯୋଗାଯୋଗ ଅଧିକାରୀ ସୁଜିତ ପାଟିଲ କହିଛନ୍ତି।
ଗୋଦରେଜ ଫୁଡ୍‌ସ୍ ଲିମିଟେଡର ମୁଖ୍ୟ ଅନୁଶ୍ରୀ ଦେବନ କହିଛନ୍ତି ଯେ, “ରୋଷେଇ ଘର ଭୋଜନ ପ୍ରସ୍ତୁତ କରାଯିବା ସ୍ଥାନ ହେବା ସହିତ, ଅତି ସାଧାରଣରେ ଏହା ମୂଲ୍ୟବୋଧର ବାଂଟିବା, ସ୍ମୃତିର ସୃଷ୍ଟି ସ୍ଥାନ। ଯେଭଳି ସକାଳେ ମା’ଙ୍କ ଦ୍ୱାରା ଶ୍ରଦ୍ଧା ସହିତ ଏକ ଲମ୍ବା ଦିନ ପାଇଁ ପ୍ୟାକ୍ କରାଯାଇଥିବା ଜଳଖିଆ, ସେହିଭଳି ମା’ଙ୍କ ଉପସ୍ଥିତି ସବୁ କିଛିକୁ ସହଜ କରିଥାଏ। ବର୍ତମାନ ଗୋଦରେଜ ଫୁଡ୍‌ସ୍ ଲିମିଟେଡ୍‌ର ନବସୃଜନ ମାଧ୍ୟମରେ, ଆମେ ସେଇ ସହୃଦୟତାକୁ ସମ୍ମାନ କରିବାକୁ ଚେଷ୍ଟା, ଯଦ୍ୱାରା ଦେଶର ପ୍ରତିଷ୍ଠିତ ମାଆଙ୍କୁ ନିଜ ପାଇଁ ଅଧିକ ସମୟ ମିଳିପାରିବ।”
କ୍ରିଏଟିଭ୍‌ଲ୍ୟାଣ୍ଡ ଏସିଆର ସହ ପ୍ରତିଷ୍ଠାତା ଓ କ୍ରିଏଟିଭ୍ ଉପାଧ୍ୟକ୍ଷ ଅନୁ ଯୋଶେଫ କହିଛନ୍ତି ଯେ, “ଏହି ଅଭିଯାନ ହେଉଛି ଆମ ମା’ମାନଙ୍କ ପାଇଁ ଏକ ପ୍ରେମପତ୍ର ଯିଏ ଆମକୁ ପାଠ ନପଢ଼ାଇ ବି ସବୁ କିଛି ଶିଖାଇଛନ୍ତି। ଆମେ ଯାହାଙ୍କ ମର୍ଗଦର୍ଶନକୁ ତୋଳି ଧରିବାକୁ ଅନୁପ୍ରାଣିତ ହୋଇଥିଲୁ ତାହାହିଁ ଆମ ଆଚରଣ, ଝଲକ ଓ ଅନୁଭରରେ ରହିଛି ଯାହା ଆମକୁ ଗଢ଼ି ତୋଳିଛି। ଅମ୍ରିତାଙ୍କ ପ୍ରତିଫଳନରେ ପ୍ରତି ଦର୍ଶକ ସେମାନଙ୍କ ମା’ଙ୍କ ସ୍ୱରକୁ ଜାଣିପାରିବେ। ଏହା କେବଳ ଭୋଜନ ନୁହେଁ, ଏହା ହେଉଛି ଜ୍ଞାନ ଯାହା ଭୋଜନ ଶେଷ ହେବା ପରେ ମଧ୍ୟ ଆମକୁ ସମୃଦ୍ଧ କରୁଛି।”

Share

Leave a Reply

Your email address will not be published. Required fields are marked *

twelve − four =