Business

ଅଲ ଟାଇମ ପ୍ଲାଷ୍ଟିକ୍ସ ଲିମିଟେଡର ଆଇପିଓ ୨୦୨୫ ଅଗଷ୍ଟ ୭ ଗୁରୁବାର ଖୋଲିବ

ଭୁବନେଶ୍ୱର: ଅଲ ଟାଇମ ପ୍ଲାଷ୍ଟିକ୍ସ ଲିମିଟେଡର ଇନିସିଆଲ ପବ୍ଲିକ ଅଫରିଂ (ଆଇପିଓ) ୨୦୨୫ ଅଗଷ୍ଟ ୭ ଗୁରୁବାର ଖୋଲିବ। ଆଙ୍କର ନିବେଶକମାନେ ଗୋଟିଏ ଦିନ ପୂର୍ବରୁ ୨୦୨୫ ଅଗଷ୍ଟ ୬ରେ ବିଡ ଦାଖଲ କରିପାରିବେ। ଏହାର ସବସ୍କ୍ରିପସନ ୨୦୨୫ ଅଗଷ୍ଟ ୧୧ରେ ବନ୍ଦ ହେବ।
ଏହି ଅଫରରେ ୨୮୦ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରାଯିବ ଏବଂ ଅଂଶଧନକାରୀମୋ୍ନ ଅଫର ଫର ସେଲ୍ରେ ୪,୩୮୫,୫୬୨ ଇକ୍ୱିଟି ସେୟାର ବିକ୍ରି କରିବେ।
ଏହି ଅଫରରୁ ଯେଉଁ ପାଣ୍ଠି ସଂଗୃହୀତ ହେବ, ସେଥିରୁ ୧୪୩ କୋଟି ଟଙ୍କାକୁ କମ୍ପାନି ହାସଲ କରିଥିବା ବିଭିନ୍ନ ଋଣ ପରିଶୋଧ କରିବାରେ, ୧୧୩.୭୧ କୋଟି ଟଙ୍କାକୁ ମାନେକପୁର କାରଖାନା ଏବଂ ଅଟୋମେଟେଡ ଷ୍ଟୋରେଜ ଓ ରିଟ୍ରାଇଭାଲ ବ୍ୟବସ୍ଥା ସ୍ଥାପନ କରିବାରେ ଖର୍ଚ୍ଚ କରାଯିବ ଏବଂ ଅବଶିଷ୍ଟ ରାଶିକୁ ସାଧାରଣ କର୍ପୋରେଟ କାର୍ଯ୍ୟରେ ବ୍ୟବହାର କରିବା ପ୍ରସ୍ତାବ ରହିଛି।
ଅଫର ଫର ସେଲରେ କୈଳେଶ ପୁନମଚାନ୍ଦ ଶାହ ୧,୪୬୧,୮୫୪ ପର୍ଯ୍ୟନ୍ତ ଇକ୍ୱିଟି ସେୟାର, ଭୁପେଶ ପୁନମଚାନ୍ଦ ଶାହ ୧,୪୬୧,୮୫୪ ପର୍ଯ୍ୟନ୍ତ ଇକ୍ୱିଟି ସେୟାର ଏବଂ ନିଲେଶ ପୁନମଚାନ୍ଦ ଶାହ ୧,୪୬୧,୮୫୪ ପର୍ଯ୍ୟନ୍ତ ଇକ୍ୱିଟି ସେୟାର ବିକ୍ରି କରିବେ।
କମ୍ପାନିର ଇକ୍ୱିଟି ସେୟାରଗୁଡ଼ିକୁ ବିଏସଇ ଲିମିଟେଡ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଂଜ ଲିମିଟେଡରେ ତାଲିକାଭୁକ୍ତ କରାଯିବ।
ଏହି ଇସ୍ୟୁର ବୁକ ରନିଂ ଲିଡ ମ୍ୟାନେଜରମାନେ ହେଉଛନ୍ତି ଆଇସିଆଇସିଆଇ ସିକ୍ୟୁରିଟିଜ ଲିମିଟେଡ, ଆକ୍ସିସ କ୍ୟାପିଟାଲ ଲିମିଟେଡ, ଏଚଏସବିସି ସିକ୍ୟୁରିଟିଜ ଆଣ୍ଡ କ୍ୟାପିଟାଲ ମାର୍କେଟସ (ଇଣ୍ଡିଆ) ପ୍ରାଇଭେଟ ଲିମିଟେଡ୍‌, ଆଇଡିବିଆଇ କ୍ୟାପିଟାଲ ମାର୍କେଟସ ଆଣ୍ଡ ସିକ୍ୟୁରିଟିଜ ଲିମିଟେଡ, ମୋତିଲାଲ ଓସ୍ୱାଲ ଇନଭେଷ୍ଟମେଂଟ ଆଡଭାଇଜର୍ସ ଲିମିଟେଡ ଓ ଏସବିଆଇ କ୍ୟାପିଟାଲ ମାର୍କେଟସ ଲିମିଟେଡ।
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିୟମ ଅନୁସାରେ ଏହି ଅଫରର ୫୦ ପ୍ରତିଶତ ଇକ୍ୱିଟି ସେୟାରକୁ ଯୋଗ୍ୟ ସଂସ୍ଥାଗତ କ୍ରେତା (କ୍ୟୁଆଇବି)ମାନଙ୍କ ଲାଗି ସଂରକ୍ଷିତ ରଖାଯିବ । ତାହାର ୬୦ ପ୍ରତିଶତ ଇକ୍ୱିଟି ସେୟାରକୁ ସମାନୁପାତିକ ଭିତିରେ ଆଙ୍କର ନିବେଶକଙ୍କୁ ଦିଆଯାଇପାରିବ । ସେଥିରୁ ଏକ ତୃତୀୟାଂଶ ଇକ୍ୱିଟି ସେୟାର ଘରୋଇ ମ୍ୟୁଚୁଆଲ ଫଣ୍ଡ ଲାଗି ସଂରକ୍ଷିତ ରହିବ । ନିଟ କ୍ୟୁଆଇବିର ୫ ପ୍ରତିଶତ ଇକ୍ୱିଟି ସେୟାରକୁ ସମାନୁପାତିକ ଭିତିରେ ମ୍ୟୁଚୁଆଲ ଫଣ୍ଡ ଲାଗି ରଖାଯିବ । ଯଦି ମ୍ୟୁଚୁଆଲ ଫଣ୍ଡର ହାରାହାରି ଭାଗ କ୍ୟୁଆଇବି ଭାଗର ୫ ପ୍ରତିଶତରୁ କମ ରହିବ ତେବେ ତାହାକୁ କ୍ୟୁଆଇବି ଭାଗରେ ଯୋଡ଼ାଯିବ । ନିଟ ଅଫରର ୧୫ ପ୍ରତିଶତ ରାଶିକୁ ଅଣ ସଂସ୍ଥାଗତ ନିବେଶକମାନଙ୍କ ଲାଗି ରଖାଯିବ । ସେଥିରୁ ୩୫ ପ୍ରତିଶତ ଇକ୍ୱିଟି ସେୟାର ଖୁଚୁରା ନିବେଶକମାନଙ୍କ ଲାଗି ରହିବ।
ଏହି ଅଫରର ବୁକ ରନିଂ ଲିଡ ମ୍ୟାନେଜର ହେଉଛନ୍ତି ଇଂଟେନସିଭ ଫିସକାଲ ସର୍ଭିସେସ ପ୍ରାଇଭେଟ ଲିମିଟେଡ ଓ ଡିଏଏମ କ୍ୟାପିଟାଲ ଆଡଭାଇଜର୍ସ ଲିମିଟେଡ।

Share

Leave a Reply

Your email address will not be published. Required fields are marked *

twenty + 20 =