କ୍ଷୁଦ୍ର ଶିଳ୍ପ, ବଡ଼ ଆକାଂକ୍ଷା: ଭାରତର ଅଭିବୃଦ୍ଧିର ନୂଆ ବାହକ
ଭୁବନେଶ୍ୱର: ଉତ୍ପାଦନ ୟୁନିଟ୍ ଓ ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ସେବା ପ୍ରଦାନକାରୀ ବ୍ୟବସାୟ ଏବଂ ପ୍ରଥମ ପିଢ଼ିର ଉଦ୍ୟୋଗ ପର୍ଯ୍ୟନ୍ତ, କ୍ଷୁଦ୍ର ଶିଳ୍ପଗୁଡ଼ିକ ଭାରତର ଅର୍ଥନୀତିକୁ ଆକାର ଦେବାରେ କ୍ରମେ ଅଧିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛନ୍ତି। ଏହାଦ୍ୱାରା ନିଯୁକ୍ତି ସୃଷ୍ଟି ହେବା ସହ ସ୍ଥାନୀୟ ଯୋଗାଣ ଶୃଙ୍ଖଳା ସୁଦୃଢ଼ ହେଉଛି ଏବଂ ଉଦ୍ୟୋଗୀତାକୁ ସମୁଦାୟ ନିକଟତର କରାଯାଉଛି। ଜାତୀୟ କ୍ଷୁଦ୍ର ଶିଳ୍ପ ଦିବସ ହେଉଛି ଏହି ଅବଦାନକୁ ସ୍ୱୀକୃତି ଦେବା ସହ ଭାରତର କ୍ଷୁଦ୍ର ବ୍ୟବସାୟ ପରିବେଶର ବଢ଼ୁଥିବା ସମ୍ଭାବନାକୁ ଚିହ୍ନିବାର ଏକ ସୁଯୋଗ। ବିଶେଷକରି ଛୋଟ ସହର ଓ ଟାଉନ୍ଗୁଡ଼ିକ ଉଦ୍ୟୋଗର ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବେ ଉଭା ହେଉଥିବା ବେଳେ ଏହି କ୍ଷେତ୍ରର ଗୁରୁତ୍ୱ ଆହୁରି ବଢ଼ିଛି।
ସ୍ଥାନୀୟ ସଂସ୍ଥାରୁ ଅର୍ଥନୈତିକ କାର୍ଯ୍ୟକଳାପର ଇଂଜିନ: କ୍ଷୁଦ୍ର ଶିଳ୍ପର ଗୁରୁତ୍ୱ ବାଲାନ୍ସ ସିଟ୍ଠାରୁ ଅଧିକ। ଏକ ବର୍ଦ୍ଧିତ ବିନିର୍ମାଣ କାରଖାନା ଯୋଗାଣକାରୀ ଓ ପରିବହନକାରୀଙ୍କ ପାଇଁ ଚାହିଦା ସୃଷ୍ଟି କରେ, ଏକ ସ୍ଥାନୀୟ ରିଟେଲର୍ ବିତରକ ଓ ଶ୍ରମିକଙ୍କୁ ସମର୍ଥନ କରେ, ଏକ ନୂଆ ଉଦ୍ୟୋଗୀ ଗୋଷ୍ଠୀରେ ନିଯୁକ୍ତି ସୃଷ୍ଟି କରେ। ଏହି ପ୍ରଭାବର ଅର୍ଥ ହେଉଛି ଅଧିକ ସଂସ୍ଥା ସଂଗଠିତ ହେବା ସହ ସମ୍ପ୍ରସାରିତ ହେଲେ ତାହା ଉଦୀୟମାନ ବଜାରରେ ଅର୍ଥନୈତିକ କାର୍ଯ୍ୟକଳାପକୁ ସୁଦୃଢ଼ କରିଥାଏ।
ଭାରତର ଉଦ୍ୟମିତା ଦୃଶ୍ୟପଟ୍ଟ ବୃହତ ସହରରେ ସୀମିତ ରହିନାହିଁ। ଛୋଟ ସହର ଓ ନଗରରେ ବିନିର୍ମାଣ, ଟ୍ରେଡିଂ, ସେବା, ଗମନାଗମନା ଓ ଖୁଚୁରା ଆଦିରେ ବ୍ୟବସାୟ ଉଭା ହେଉଛି ଏବଂ ସେମାନଙ୍କୁ ଏକ ସଫଳ ସ୍ଥାନୀୟ ସଂସ୍ଥାରୁ ଅଧିକ ଉତ୍ପାଦକ, ସ୍ଥାୟୀ ଓ ବ୍ୟାପକ ବ୍ୟବସାୟରେ ପରିଣତ କରିବାରେ ସାହାଯ୍ୟ କରିବାରେ ସୁଯୋଗ ରହିଛି।
ସଠିକ ଆର୍ଥିକ ସହାୟତା ଏହି ଯାତ୍ରାକୁ ତ୍ୱରାନ୍ୱିତ କରିବ : ପରିବର୍ତ୍ତନରେ ପୁଞ୍ଜି ହେଉଛି ଗୁରୁତ୍ୱପୂର୍ଣ୍ଣ। କଂଚାମାଲ ଓ ମେସିନ କିଣିବା, ଦୋକାନ ବଢ଼ାଇବା, ଗାଡ଼ି କିଣିବା, କର୍ମଚାରୀ ନିଯୁକ୍ତି ଦେବା କିମ୍ବା ଏକ ନୂଆ ବଜାରରେ ପ୍ରବେଶ କରିବା ପାଇଁ ପ୍ରତି କ୍ଷୁଦ୍ର ବ୍ୟବସାୟକୁ ପାଣ୍ଠି ଦରକାର। ଋଣ ଉପଲବ୍ଧତା ଯେତିକି ଗୁରୁତ୍ୱ ରଖୁନାହିଁ, ଠିକ୍ ସ୍ତରରେ ଏବଂ ବ୍ୟବସାୟର ଆବଶ୍ୟକତା ଅନୁସାରେ ଉଦ୍ୟୋଗୀଙ୍କ ପାଖରେ ସହାୟତା ପହଂଚିବା ଜରୁରୀ। ଏକ ଅଧିକ ପ୍ରତିକ୍ରିୟାଶୀଳ ଋଣ ବ୍ୟବସ୍ଥା ସଂସ୍ଥାକୁ ଅଧିକ ନିବେଶ ଉତ୍ପାଦକ ହେବାରେ ସାହାଯ୍ୟ କରିବ ଏବଂ ଏକ ଦୃଢ଼ ଆର୍ଥିକ ଟ୍ରାକ୍ ରେକର୍ଡ ଗଠନ କରିବ ଏବଂ କେବଳ ସ୍ୱତନ୍ତ୍ର ଆବଶ୍ୟକତା ବଦଳରେ ଦୀର୍ଘକାଳୀନ ସମ୍ପର୍କ ଗଠନ କରିବା ପାଇଁ ଆର୍ଥିକ ଅନୁଷ୍ଠାନଗୁଡ଼ିକୁ ସୁଯୋଗ ପ୍ରଦାନ କରିବ।
ଜାତୀୟ କ୍ଷୁଦ୍ର ଶିଳ୍ପ ଦିବସ ଉପରେ ମତ ଦେଇ ନାମଦେବ ଫିନଭେଷ୍ଟର ଏମଡି ଓ ସିିଇଓ ଶ୍ରୀ ଜିତେନ୍ଦ୍ର ତନୱାର କହିଛନ୍ତି ଯେ, “ଭାରତୀୟ କ୍ଷୁଦ୍ର ବ୍ୟବସାୟ ଦୃଶ୍ୟପଟ୍ଟର ହୋଇଥିବା ପରିବର୍ତ୍ତନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦିଗ କେବଳ ଉଦ୍ୟୋଗୀଙ୍କ ସଂଖ୍ୟା ନୁହେଁ, ସେମାନେ ଆଣିଥିବା ଆକାଂକ୍ଷା। ଏକ ସ୍ଥାନୀୟ ବଜାରକୁ ସେବା ପ୍ରଦାନରୁ ଆରମ୍ଭ ହୋଇଥିବା ବ୍ୟବସାୟଗୁଡ଼ିକ ସମ୍ପ୍ରତି ଉତ୍ତମ ଉପକରଣ, ଏକ ବୃହତ ଗ୍ରାହକ ସଂଖ୍ୟା, ଡିଜିଟାଲ ଗ୍ରହଣୀୟତା କିମ୍ବା ଏକ ଦ୍ୱିତୀୟ ସ୍ଥାନ ଖୋଜୁଛନ୍ତି। ଆର୍ଥିକ କ୍ଷେତ୍ରର କ୍ଷୁଦ୍ର ବ୍ୟବସାୟକୁ ଦେଖିବାର ଅର୍ଥ ହେଉଛି କେବଳ ଆକାର ନୁହେଁ, ସମ୍ଭାବନାର ଦୃଷ୍ଟିରେ ଦେଖିବା, ବ୍ୟବସାୟ କଣ ଗଠନ କରିବାକୁ ଚାହୁଛି ତାହାକୁ ବୁଝିବା ଓ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବା ପାଇଁ ସେମାନଙ୍କୁ ସମର୍ଥନ କରିବା। ଏହି ବ୍ୟବସାୟଗୁଡ଼ିକୁ ନିକଟରୁ ଦେଖିଲେ ପାରମ୍ପରିକ କେନ୍ଦ୍ର ବାହାରେ କିଭଳି ଅର୍ଥନୈତିକ କାର୍ଯ୍ୟକଳାପ ସୃଷ୍ଟି ହେଉଛି ଏବଂ ଭାରତ ଏକ ବ୍ୟାପକ, ଅଧିକ ଆବଂଟିତ ଅଭିବୃଦ୍ଧି କାହାଣୀ ଆଡ଼କୁ ଅଗ୍ରସର ହେଉଥିବା ଭାରତ ପାଇଁ ସେହି ଧାରାକୁ ଦାୟିତ୍ୱବାନ ବଜାୟ ରଖିବା ଗୁରୁତ୍ୱପୂର୍ଣ୍ଣ।’’
ନାମଦେବ ଫିନଭେଷ୍ଟ ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହର ଓ ତା ବାହାରେ ଅଣୁ ଓ କ୍ଷୁଦ୍ର ଉଦ୍ୟୋଗ ସହିତ ନାମଦେବ ଫିନଭେଷ୍ଟ କାର୍ଯ୍ୟ କରିବା ସହିତ କାର୍ଯ୍ୟକାରୀ ପୁଞ୍ଜି, ବ୍ୟବସାୟ ସମ୍ପ୍ରସାରଣ ଓ ଉପକରଣ କିଣିବା ପାଇଁ ଏମ୍ଏସ୍ଏମ୍ଇ ଋଣ ସମାଧାନ ପ୍ରଦାନ କରୁଛି।

