BusinessUncategorized

ଏମ୍‌ଏମ୍‌ଟିସି-ପିଏଏମ୍‌ପି ପକ୍ଷରୁ ୯୯୯.୯ ବିଶୁଦ୍ଧ ରୁପା ବାର୍ ମାଧ୍ୟମରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜୟନ୍ତୀକୁ ପାଳନ କରିବା ପରିପ୍ରେକ୍ଷୀରେ ଭାରତର ଏକମାତ୍ର ଲଣ୍ଡନ ବୁଲିଅନ ମାର୍କେଟ ସଂଘ (ଏଲବିଏମ୍‌ଏ) ଡେଲିଭରି ସୁନା ଓ ରୁପା ରିଫାଇନାରି ଏମ୍‌ଏମ୍‌ଟିସି-ପିଏଏମ୍‌ପି ପକ୍ଷରୁ ରୁପା ବର୍ଗମାଳାରେ ନୂଆ ଉତ୍ପାଦର ଶୁଭାରମ୍ଭ କରାଯାଇଛି । ୫୦ ଗ୍ରାମ ଓଜନରେ ୯୯୯.୯ ବିଶୁଦ୍ଧ ‘ନେତାଜୀ’ ରୁପା ବାର୍‌କୁ ଉନ୍ମୋଚନ କରାଯାଇଛି । ତାଙ୍କ ଜୟନ୍ତୀକୁ ପରାକ୍ରମ ଦିବସ ଭାବେ ପାଳନ କରାଯାଉଛି ଏବଂ ଦେଶର ଜନତା ବିଶେଷ କରି ଯୁବପିଢ଼ିଙ୍କୁ ଅନୁପ୍ରାଣିତ କରିବା ଲାଗି ଏହାକୁ ପାଳନ କରାଯାଉଛି ।
ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ତଥା ବିପ୍ଳବୀ ସୁଭାଷ ଚନ୍ଦ୍ର ବୋଷ ନେତାଜୀ ଭାବେ ପରିଚିତ । ବର୍ଲିନରେ ଅବସ୍ଥାପିତ ସ୍ପେସିଆଲ ବ୍ୟୁରୋ ଅଫ୍ ଇଣ୍ଡିଆରେ ଭାରତ ଓ ଜର୍ମାନ ଅଧିକାରୀମାନେ ତାଙ୍କୁ ସେହି ଉପାଧୀ ପ୍ରଦାନ କରିଛନ୍ତି ।
୧୮୯୭ ଜାନୁଆରି ୨୩ରେ ଓଡ଼ିଶାର କଟକରେ ନେତାଜୀଙ୍କ ଜନ୍ମ ହୋଇଥିଲା । ସ୍ୱାମୀ ବିବେକାନନ୍ଦଙ୍କ ସେ ଜଣେ ଅନୁଗାମୀ ଥିଲେ । ବ୍ରିଟିଶ ଶାସନରୁ ଭାରତକୁ ସ୍ୱାଧୀନତା ପ୍ରଦାନ କରିବା ଲାଗି ସେ ଆଜାଦ ହିନ୍ଦ ଫୌଜ ଗଠନ କରିଥିଲେ । ଭାରତୀୟ ଜାତୀୟ କଂଗ୍ରେସ ଯୁବ ଶାଖାର ସେ ଜଣେ ସକ୍ରିୟ ସଦସ୍ୟ ଥିଲେ ଏବଂ ୧୯୩୮ରୁ ୧୯୩୯ ପର୍ଯ୍ୟନ୍ତ ସେ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ଥିଲେ ।
ଏହି ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ୱାର୍ଥହୀନ ସେବା ଏବଂ ତାଙ୍କ ସାହସକୁ ଏହି ସ୍ୱତନ୍ତ୍ର ଏଡିସନ୍ ରୁପା ବାର୍ ଜରିଆରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି । ବିଶୁଦ୍ଧ ରୁପାରେ ତିଆରି ଏହି ୫୦ ଗ୍ରାମର ରୁପା ବାର୍‌ର ଗୋଟିଏ ପାଶ୍ୱର୍ରେ ନେତାଜୀଙ୍କ ଚେହେରା ଥିବା ବେଳେ ଅନ୍ୟ ପାଶ୍ୱର୍ରେ ୧୨୬ତମ ପରାକ୍ରମ ଦିବସ ଲେଖାଯାଇଛି ।
ଏହି ଅବସରରେ ଏମ୍‌ଏମ୍‌ଟିସି-ପିଏଏମ୍‌ପିର ପରିଚାଳନା ନିର୍ଦେଶକ ଓ ସିଇଓ ବିକାଶ ସିଂହ କହିଛନ୍ତି ଯେ, “ଆମର ପରମ୍ପରା, ସଂସ୍କୃତି ଓ ଐତିହ୍ୟ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏମ୍‌ଏମ୍‌ଟିସି-ପିଏଏମ୍‌ପିରେ ଆମେ ଆମ ଗ୍ରାହକଙ୍କୁ ସର୍ବଦା ସଂସ୍କୃତି ଉପଯୋଗୀ ଉତ୍ପାଦ ପ୍ରଦାନ କରିବା ଲାଗି ଉଦ୍ୟମ କରିଥାଉ । ଏହି ବାର୍ ହେଉଛି ସାହସ ଓ ଜାତୀୟ ଭାବ ଏବଂ ଜଣେ ଶ୍ରେଷ୍ଠ ନେତାଙ୍କ ସମର୍ପଣ ଓ ଉତ୍ସର୍ଗୀକୃତ ମନୋଭାବକୁ ସମ୍ମାନ ପ୍ରଦାନ କରିବାର ଏକ ପ୍ରତୀକ । ନେତାଜୀଙ୍କ ଅବଦାନ ଏବଂ ତାଙ୍କ ମୂଲ୍ୟବୋଧ ପ୍ରତି ଏକ ଅସୀମ ସ୍ମୃତି ଭାବେ ଏହି ରୁପା ବାର୍ ଇତିହାସ ପ୍ରେମୀ ଏବଂ ସଂଗ୍ରହକାରୀଙ୍କ ପାଇଁ ଏକ ନିଶ୍ଚିତ ଆବଶ୍ୟକତା । ପରାକ୍ରମ ଦିବସରେ ନେତାଜୀଙ୍କ ଜୀବନୀ ଓ ପରମ୍ପରାକୁ ପାଳନ କରିବା ଦିଗରେ ଏମ୍‌ଏମ୍‌ଟିସି-ପିଏଏମ୍‌ପିର ଏହା ଏକ ଉଦ୍ୟମ ।’’
ସ୍ୱିସ୍ କାରିଗରୀକୁ ବ୍ୟବହାର କରି ଉଚ୍ଚ ମାନକ ସହ ଏହି ବାର୍‌କୁ ପ୍ରସ୍ତୁତ କରାଯାଇଛି ଏବଂ ସଂଗ୍ରହକାରୀଙ୍କ ପାଇଁ ଓ ଉପହାର ଉଦ୍ଦେଶ୍ୟରେ ଏହା ବେଶ ଉପଯୁକ୍ତ । ସୁନା ଓ ରୁପାକୁ ଭାରତୀୟମାନେ ସବୁବେଳେ ବହୁତ ଭଲପାଆନ୍ତି । ୯୯୯.୯ ବିଶୁଦ୍ଧ ରୁପା ଲିମିଟେଡ୍ ଏଡିସନ୍ ନେତାଜୀ ବାର୍ ସୀମିତ ପରିମାଣରେ ଉପଲବ୍ଧ ହେବ । ଏହି ବାର୍‌ର ବିଶୁଦ୍ଧତାକୁ ଜାଣିବା ଲାଗି ଉତ୍ପାଦରେ ଏକ ସ୍ୱତନ୍ତ୍ର ନମ୍ବର ରହିଛି ଏବଂ ଏହା ଆସେୟର-ସାର୍ଟିଫାଏଡ୍ ସାର୍ଟିକାର୍ଡ ପ୍ୟାକେଟ୍‌ରେ ଆସୁଛି । ଏମ୍‌ଏମ୍‌ଟିସି-ପିଏଏମ୍‌ପିର କିଣାଯାଉଥିବା ସୁନା ଓ ରୁପା ଗ୍ରାହକଙ୍କ ପାଇଁ ନିବେଶର ଉଚ୍ଚ ମାନକୁ ନିଶ୍ଚିତ କରୁଛି ।

Share

Leave a Reply

Your email address will not be published. Required fields are marked *

18 − sixteen =