ଗୁଗୁଲ ରଖିଛି ଆପଣଙ୍କ ସମସ୍ତ ତଥ୍ୟ, ଏପରି ଡିଲିଟ କରନ୍ତୁ ନଚେତ…

ବର୍ତ୍ତମାନର ଡିଜିଟାଲ ଦୁନିଆରେ ଗୁଗୁଲ ବହୁଅଂଶରେ ସମସ୍ତଙ୍କ ଜୀବନରେ ଭାଗିଦାର ହୋଇଛି। ଲୋକଙ୍କର ଲୋକେସନ, ଅଡ଼ିଓ, ସର୍ଚ୍ଚରୁ ଆରମ୍ଭ କରି ସମସ୍ତ ପ୍ରକାରର ସୂଚନା ଲଗାତାରା ଗୁଗୁଲରେ ଟ୍ରାକ୍ ହେଉଛି। ବାସ୍ତବରେ ଆପଣଙ୍କ ସମସ୍ତ ଡାଟା ନେବା ପାଇଁ ଆପଣ ନିଜ ହିଁ ତାଙ୍କୁ ଅନୁମତି ଦେଇଥାନ୍ତି। କିନ୍ତୁ ଆପଣ ଭୁଲିଯାଆନ୍ତି ଏଥିପାଇଁ ଆପଣଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ। ଏଣୁ ଆଜି ଆମେ ଆପଣଙ୍କୁ ଗୁଗୁଲରୁ କିପରି ନିଜର ବ୍ୟକ୍ତିଗତ ତଥ୍ୟ ଚୋରି ହେବାରୁ ବଞ୍ଚାଇବେ ତାହା କହିବାକୁ ଯାଉଛୁ।
ଗୁଗୁଲ ଆପ ଯଦି ଆପଣ ବ୍ୟବହାର କରୁଛନ୍ତି, ତେବେ ତାହା ସାଧାରଣ କି, ତାହା ଆପଣଙ୍କ ସମସ୍ତ ମୁଭକୁ ଷ୍ଟୋର କରିବ। ଏପରିକି ଆପଣ ଯାତାୟତ ପାଇଁ କେଉଁ ବାହନ ବ୍ୟବହାର କରନ୍ତି ତାହାର ସୂଚନା ମଧ୍ୟ ଗୁଗୁଲ ପାଖରେ ରହିଥାଏ। ଆଜି ଆମେ ଆପଣଙ୍କୁ ଏହାକୁ ଡିଲିଟ କରିବାର ସୂଚନା ହେବାବୁ ଯାଉଛୁ।
ସର୍ବପ୍ରଥମେ ଆପଣଙ୍କୁ ଗୁଗୁଲ ମ୍ୟାପର ଟାଇମଲାଇନକୁ ଯାଇ ନିଜର ଜିମେଲ ଆଇଡ଼ିରେ ଲଗିଇନ କରିବାକୁ ପଡ଼ିବ। ଏହାପରେ ଆପଣ ଗୁଗୁଲ ମ୍ୟାପ ଜରିଆରେ କୁଆଡ଼େ ଯାଇଥିଲେ ତାହାର ସମସ୍ତ ତଥ୍ୟ ପାଇପାରିବେ। ଆପଣଙ୍କ ମୋବାଇଲର ଲୋକେସନ ଯେଉଁସ୍ଥାନରେ ଅନ ରହିଥିବ ସେହି ସ୍ଥାନର ସମସ୍ତ ତଥ୍ୟ ଗୁଗୁଲରେ ଉପସ୍ଥିତ ଥିବ। ଯାହାର ତଥ୍ୟ ଆପଣଙ୍କୁ ଗୁଗୁଲ ହିଷ୍ଟ୍ରିରେ ନଜର ଆସିବ। ଗୁଗୁଲ ମ୍ୟାପରେ ଥିବା ମେନେଜ୍ ହିଷ୍ଟ୍ରି ଅପସନରେ ଆପଣ ଗୁଗୁଲ ଟ୍ରାକିଂକୁ ରୋକିବା ସହ ଏଠାରେ ଉପସ୍ଥିତ ଥିବା ସମସ୍ତ ପୁରୁଣା ତଥ୍ୟାକୁ ଡିଲିଟ କରିପାରିବେ।
ଯଦି ଆପଣ ଚାହାନ୍ତି ତେବେ ଏଠାରେ ଦିଆଯାଇଥିବା ଏକ୍ଟିଭିଟି ପେଜରେ ଲୋକେସନ ହିଷ୍ଟ୍ରିକୁ ଅଫ କରିପାରିବେ। ଏପରିକି ଲୋକେସନ ହିଷ୍ଟ୍ରି ଅନ ମଧ୍ୟ ଏଠାରେ କରିପାରିବେ। ଏପରିକି ଲୋକସନ ହିଷ୍ଟ୍ରି ହିସାବରେ ଆପଣଙ୍କୁ ବିଭିନ୍ନ ସ୍ଥାନରେ ସଜେସନ୍ ଦେଖାଇଥାଏ।

Share

Leave a Reply

Your email address will not be published. Required fields are marked *

5 × four =