ଆତ୍ମହତ୍ୟା କଲେ ଯୁବତୀ

ସମ୍ବଲପୁର: କାନ୍ଦିଲେ ଆଉ ପରେ ଟ୍ରେନ ଆଗକୁ ଡେଇଁ ପଡ଼ିଲେ । ଫୋନ କଥା କଥା ହେବା ପରେ ଆତ୍ମହତ୍ୟା କଲେ ଯୁବତୀ । ରେଢ଼ାଖୋଲ ଷ୍ଟେସନ ନିକଟରେ ଘଟିଛି ଏଭଳି ଘଟଣା । ମୃତ ଯୁବତୀଙ୍କ ପରିଚୟ ମିଳି ପାରିନାହିଁ । ତେବେ ମୃତ ଯୁବତୀଙ୍କ ବୟସ ପାଖାଖାଖି ୨୫ ହେବ ବୋଲି କହିଛନ୍ତି ସ୍ଥାନୀୟ ଲୋକେ । ପରେ ପୋଲିସ ଖବର ପାଇ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ପଠାଇ ଦେଇଛି । ପ୍ରେମଜନିତ କାରଣରୁ ଏହି ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ତେବେ ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ସେପଟେ ପୋଲିସ ଯୁବତୀଙ୍କ ମୋବାଇଲକୁ ଉଦ୍ଧାର କରିଛି । ମୋବାଇଲ ଯାଞ୍ଚ କରିବା ପରେ ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି କୁହାଯାଉଛି ।

Share

Leave a Reply

Your email address will not be published. Required fields are marked *

one + 5 =