ସକାଳୁଆ ସ୍କୁଲ ନିୟମରେ ହେଲା ପରିବର୍ତ୍ତନ

ରାଜ୍ୟରେ ଏପ୍ରିଲ ୨ରୁ ହେବାକୁ ଥିବା ସକାଳୁଆ ସ୍କୁଲ ନିୟମରେ ଆସିଛି ପରିବର୍ତ୍ତନ । ପିଲାମାନଙ୍କ ପାଠପଢା ପାଇଁ ଏହି ନିୟମରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି ଗଣଶିକ୍ଷା ବିଭାଗ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ସମୟ ସକାଳ ୬. ୩୦ରୁ ୧୦.୩୦ କୁ ପରିବର୍ତ୍ତନ କରାଯାଇଛି । ସେହିପରି ନବମରୁ ଦ୍ୱାଦଶ ପିଲାଙ୍କ ସ୍କୁଲ ସମୟ ୭ ଟାରୁ ୧୧.୩୦ ପର୍ଯ୍ୟନ୍ତ ଚାଲୁ ରହିବ । ଉଭୟ କ୍ଲାସ ପାଇଁ ସମୟସୀମାରେ ୩୦ ମିନିଟ ଲେଖାଏଁ ବୃଦ୍ଧି କରାଯାଇଛି । ପୂର୍ବରୁ ପ୍ରଥମରୁ ଅଷ୍ଟମ ପିଲାଙ୍କ ପାଇଁ ସମୟ ସକାଳ ୧୦ଟା ଏବଂ ନବମରୁ ଦ୍ୱାଦଶ ପିଲାଙ୍କର ୧୧ଟା ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିଲା । ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛନ୍ତି ଗଣଶିକ୍ଷା ବିଭାଗ । ଗତକାଲି ସକାଳୁଆ ସ୍କୁଲ କରିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି ହୋଇଥିଲା । ତେବେ ଆଜି ଏଥିରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ସମସ୍ତ କ୍ଲାସ ପାଇଁ ୩୦ ମିନିଟ ଲେଖାଏଁ ବୃଦ୍ଧି କରାଯାଇଛି । ଏ ନେଇ ଗଣଶି୪ାମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

thirteen − 1 =