ସେଲଫି ବେବୋଙ୍କ ମୃତ୍ୟୁ ନେଇ ବଢୁଛି ସସପେନ୍ସ

ସମ୍ବଲପୁରୀ ଆଲବମ ଅଭିନେତ୍ରୀ ସିମରନ ମରିଆଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ସସପେନ୍ସ । ସିମରନଙ୍କ ଭଏସ ମେସେଜ ପରେ ତାଙ୍କ ସ୍ୱାମୀର ଏକ ଫୋନ ରେକର୍ଡ ପୁଲିସ ହାତରେ ଲାଗିଛି । ଯେଉଁଥିରେ ତାଙ୍କ ସ୍ୱାମୀ ସିମନରଙ୍କୁବାରମ୍ବାର ମରିଯିବାକୁ କହୁଛନ୍ତି । ସିମରନଙ୍କ ଭଏସ ମେସେଜ ପରେ ତାଙ୍କ ସ୍ୱାମୀଙ୍କ ଫୋନ ରେକର୍ଡକୁ ନେଇ ପୁଲିସ ଏବେ ଛାନଭିନ ଆରମ୍ଭ କରିଛି । ମିଳିଥିବା ସୂଚନା ଅନୁସାରେ ପୋଲିସ ହାତରେ ଲାଗିଛି ସିମରନ୍ ହ୍ୱାଟ୍ସଆପ ଭଏସ୍ ମେସେଜ କ୍ଲିପିଂ । ମୃତ୍ୟୁ ପୂର୍ବରୁ ହ୍ୱାଟ୍ସଆପରେ ସିମରନ୍ ୧ମିନିଟ୍ ୧୮ ସେକେଣ୍ଡର ଭଏସ ମେସେଜ୍ ଛାଡିଥିବା କୁହାଯାଉଛି । କୁହାଯାଉଛି ଏହି ମେସେଜ ସେ ଘରକୁ ପଠାଇଥିଲେ ।
ମେସେଜ୍ ପାଇବା ପରେ ବ୍ୟତିବ୍ୟସ୍ତ ହୋଇ ପରିବାର ଲୋକେ ତାଙ୍କୁ ଘରକୁ ଫେରି ଆସିବାକୁ କହିଥିଲେ । ମିଳିଥିବା ସୂଚନା ଅନୁସାରେ ୩ ଦିନ ତଳେ ସେ ଏକ କାର୍ୟ୍ୟକ୍ରମରେ ଯୋଗ ଦେବା ପାଇଁ ଭବାନୀପାଟଣା ଯାଇଥିଲେ । ବୁଧବାର ଟ୍ରେନ ଯୋଗେ ଭବାନୀପାଟଣାରୁ ଫେରିଥିଲେ । ମାତ୍ର ଘରେ ପହଁଚିନଥିଲେ । ରାତିସାରା ବି ମୋବାଇଲରୁ କୌଣସି ଉତର ମିଳିନଥିଲା । ସକାଳେ ମହାନଦୀ ବ୍ରିଜ୍ ତଳୁ ତାଙ୍କର ମୃତ ଦେହ ଉଦ୍ଧାର କରାଯାଇଥିଲା । ସିମରନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ଏହା ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି । ସିମରନଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ମା ଅଭିଯୋଗ କରିଛନ୍ତି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ତେବେ ସେଲଫି ବେବୋଙ୍କର କେମିତି ମୃତ୍ୟୁ ହେଲା ତା ଏବେ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବହୁ ସମ୍ବଲପୁରୀ ଆଲବମରେ ଅଭିନୟ କରିଥିଲେ ସିମରନ ମରିଆ । ୨୦ ବର୍ଷିୟା ସିମ୍ରନ ବଲାଙ୍ଗିର ବେଲପଡାର ୟୁଗୋଙ୍କୁ ପ୍ରେମ ବିବାହ କରିଥିଲେ । ତେବେ ୨ ମାସ ହେବ ଉଭୟଙ୍କ ଭିତରେ ଝଗଡା ଲାଗିରହିଥିଲା । ଏନେଇ ସିମରନ୍ ଝାରସୁଗୁଡା ଥାନାରେ ଅଭିଯୋଗ କରିଥିଲେ । ସିମରନ ଶାଶୁ ଘରକୁ ଯିବା ପାଇଁ ଦାବି କରିବାରୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ପୋଲିସ ସିମରନଙ୍କ ମୋବାଇଲ, ମନିପର୍ସ, ନଗଦ ଟଙ୍କା ଓ ବିଭିନ୍ନ ସାମଗ୍ରୀ ଜବତ କରି ତଦନ୍ତ କରିଛି ।

Share

Leave a Reply

Your email address will not be published. Required fields are marked *

20 − four =