ନବମ ଓ ଦଶମ ପାଠ୍ୟକ୍ରମ ୩୦ ପ୍ରତିଶତ ହ୍ରାସ

ଭୁବନେଶ୍ୱର: କରୋନା ମହାମାରୀ ଯୋଗୁଁ ସ୍କୁଲ ଖୋଲୁନାହିଁ । ଅନଲାଇନରେ ଛାତ୍ର ଛାତ୍ରୀମାନେ ପାଠ ପଢ଼ୁଛନ୍ତି । ତେବେ ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ମଧ୍ୟ ନବମ ଓ ଦଶମ ଶ୍ରେଣୀର ଶତକଡ଼ା ୩୦ ପ୍ରତିଶତ ପାଠ୍ୟକ୍ରମ ହ୍ରାସ କରାଯାଇଛି । ଆଜି ଏନେଇ ସୂଚନା ଦେଇଛନ୍ତି ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ । ତେବେ ସ୍କୁଲ ଖୋଲିବା ଲାଗି କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇନି । ବର୍ତ୍ତମାନ ଅନଲାଇନରେ କ୍ଲାସ ଜାରି ରହିବ । ଅନଲାଇନ କ୍ଲାସ ସବୁ ଜିଲ୍ଲାରେ କାର‌୍ୟ୍ୟ କାରୀ ହୋଇପାରୁନଥିବାରୁ ସିଲାବସ ହ୍ରାସ କରିବା ଲାଗି ନିଷ୍ପତ୍ତି ହୋଇଛି । ସୂଚନାଯୋଗ୍ୟ, କରୋନା ସଂକ୍ରମଣ ଓ ଲକଡାଉନ ଲାଗି ଛାତ୍ରଛାତ୍ରୀଙ୍କ ପାଠପଢା ବ୍ୟାହତ ହୋଇଥିବାରୁ ଗତ ଶିକ୍ଷାବର୍ଷରେ ମଧ୍ୟ ପାଠ୍ୟକ୍ରମ ହ୍ରାସ କରାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

fifteen + fourteen =