କେନ୍ଦ୍ରାପଡା ମ୍ୟୁନିସପାଲଟିରେ ବସିଲା ପ୍ରଥମ ସାନିଟାଇଜିଙ୍ଗ ଟନେଲ

କେନ୍ଦ୍ରାପଡା() କେନ୍ଦ୍ରାପଡା ମ୍ୟୁନିସପାଲଟିରେ ଓଡିଶାର ପ୍ରଥମ ସାନିଟାଇଜିଙ୍ଗ ଟନେଲ ବସିଲା । ଏହି ଟନେଲ ଭିତରେ ପ୍ରବେଶ କଲେ ବ୍ୟକ୍ତିର ସମ୍ପୁର୍ଣ୍ଣ ଶରୀର ସାନିଟାଇଜିଙ୍ଗ ହୋଇପାରିବ । ଏଥି ପାଇଁ କେନ୍ଦ୍ରାପଡାର ଜନସାଧାରଣ , କେନ୍ଦ୍ରାପଡା ଜିଲ୍ଲାପାଳ ସାମର୍ଥ ବର୍ମା ଓ ମ୍ୟୁନିସିପାଲଟି ଅଧିକାରୀଙ୍କୁ ସାଧୂବାଦ ଜଣାଇଛନ୍ତି ।

ଉଲ୍ଲେଖଯୋଗ୍ୟଯେ ରାଜ୍ୟରେ ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଓଡ଼ିଶାରେ ବର୍ତ୍ତମାନ ୪୮ଜଣ କରୋନା ଆକ୍ରାନ୍ତରେ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୫ଜଣ ଆକ୍ଟିଭ କେସ୍ ରହିଛି । ଏହାସହ ଜଣଙ୍କର ମୃତ୍ୟୁ ହେବା ସାଙ୍ଗକୁ ୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Share

Leave a Reply

Your email address will not be published. Required fields are marked *

nineteen − three =