ଆସନ୍ତା ୧୬ରେ ହେବ ପ୍ରଥମ ପର୍ଯ୍ୟୟ ଭୋଟ

ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତା ୧୬ ତାରିଖରେ ଆରମ୍ଭ ହେବ ପ୍ରଥମ ପର୍ୟ୍ୟାୟ ମତଦାନ । ପାଞ୍ଚଟି ପର୍ୟ୍ୟାୟରେ ମତଦାନ ହେବ । ଫେବ୍ରୁଆରୀ ୨୪ରେ ଶେଷ ହେବ ମତଦାନ । ସେହିପରି ୨୬ରୁ ୨୮ ତାରିଖ ପର୍ୟ୍ୟନ୍ତ ତିନୋଟି ପର୍ୟ୍ୟାୟରେ ଭୋଟ ଗଣତି ହେବ । ଚଳିତ ଥର ପଞ୍ଚାୟତ ନିର୍ବାଚନରେ ବୁଥ୍ ବଦଳରେ ବ୍ଲକ ମୁଖ୍ୟାଳୟରେ ଭୋଟ ଗଣତି ହେବ । ସରପଞ୍ଚ, ସମିତି ସଭ୍ୟ, ଓ୍ୱାର୍ଡ ମେମ୍ବର ଏବଂ ଜିଲ୍ଲା ପରିଷଦ ଆସନ ପାଇଁ ୩ ଥାକିଆ ଗଣତି ହେବ । ଗଣତି ସହ ଫଳାଫଳ ବି ଘୋଷଣା ହେବ । ପ୍ରଥମ ଥର ପାଇଁ ରାଜ୍ୟରେ ଏପରି ବ୍ୟବସ୍ଥା ହୋଇଥିବାରୁ ଏଥିପାଇଁ ନିର୍ବାଚନରେ ନିୟୋଜିତ ଅଧିକାରୀଙ୍କ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯାଇଛି । ଗଣତିର ପ୍ରକ୍ରିୟା କ’ଣ ହେବ, ପ୍ରଥମେ କାହାର ଗଣତି ହେବ, କାଉଣ୍ଟିଂ ହଲରେ କେତୋଟି ଟେବୁଲ ରହିବ, ପୋଲିଂ ଏଜେଣ୍ଟମାନେ କେଉଁଠି ବସିବେ, ଏସବୁର ଏକ ବିସ୍ତୁତ ଭିଡିଓ ପ୍ରସ୍ତୁତ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର ।

Share

Leave a Reply

Your email address will not be published. Required fields are marked *

fourteen − six =