ଚଳିତ ମାସରେ ଖୋଲିବ ସ୍କୁଲ

ଭୁବନେଶ୍ବର ()  ସ୍କୁଲ ଖୋଲିବା ନେଇ ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ । ଏହି ମାସରେ ଅର୍ଥାତ୍‌ ନଭେମ୍ବରରେ ହିଁ ସ୍କୁଲ ଖୋଲିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ । ନବମରୁ ଦ୍ବାଦଶ ଯାଏଁ ସମ୍ପୂର୍ଣ୍ଣ କ୍ଲାସ୍‌ ହେବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ । ସେହିପରି ଯଦି ପିଲାମାନଙ୍କୁ ଛାଡିବାକୁ ଅଭିଭାବକ ରାଜି ନ ହେବେ, ତେବେ ଅନଲାଇନ୍‌ର ବ୍ୟବସ୍ଥା କରାଯିବ ବୋଲି ସୂଚନା ରହିଛି । ସ୍କୁଲ ଖୋଲିବା ନେଇ ଏସ୍‌ଓପି ପ୍ରସ୍ତୁତି ଚାଲିଥିବାର ଜଣାଇଛନ୍ତି ମନ୍ତ୍ରୀ । ଜିଲ୍ଲାପାଳ ଓ ଡିଇଓମାନଙ୍କ ସହ ଏନେଇ ଆଲୋଚନା କରାଯିବ ।

Share

Leave a Reply

Your email address will not be published. Required fields are marked *

one × four =