ସ୍କୁଲ ଖୋଲିବା ନେଇ ଖୁବଶୀଘ୍ର ତାରିଖ ଘୋଷଣା ହେବsa

ଭୁବନେଶ୍ୱର() ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଥିବା ବେଳେ ଆଜି ଅନଲକ୍-୬ର ଗାଇଡଲାଇନ୍ ଜାରି ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନ୍ ଅନୁସାରେ ନଭେମ୍ବର ୧୬ରୁ ଖୋଲିବ ସ୍କୁଲ । ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲା ସ୍କୁଲ ଆସିପାରିବେ ।

ତେବେ ରାଜ୍ୟରେ ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ‘ ସ୍କୁଲ ଖୋଲିବା ନେଇ ଆମେ ପ୍ରସ୍ତୁତ ଥିଲୁ ଓ ରହିଛୁ । ଗାଇଡଲାଇନ୍ କଣ ହେବ, ତାହା ଆଲୋଚନା ପରେ ନିଷ୍ପତ୍ତି ନିଆଯିବ । ବିଭାଗୀୟ ସଚିବଙ୍କୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି । କେଉଁ ତାରିଖରୁ ସ୍କୁଲ ଖୋଲିବ, ତାହା ମଧ୍ୟ ଖୁବଶୀଘ୍ର ଘୋଷଣା ହେବ । ଏନେଇ ଏସଆରସିଙ୍କୁ ମଧ୍ୟ ପ୍ରସ୍ତାବ ପଠାଯାଇଛି ।’

Share

Leave a Reply

Your email address will not be published. Required fields are marked *

6 − 5 =