ସାତକୋଶିଆରେ ମହାବଳ ବାଘ, ଗ୍ରହଣ କରିନି ଖାଦ୍ୟ

ଭୁବନେଶ୍ବର () ମଧ୍ୟପ୍ରଦେଶର ମହାବଳ ବାଘ ସାତକୋଶିଆ ଅଭୟାରଣ୍ୟ ବୁଲାବୁଲି କରୁଛି  । ଜଙ୍ଗଲରେ ବାଘ ବୁଲୁଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି  । ତେବେ ଗତକାଲି ଠାରୁ ବାଘ ଖାଦ୍ୟ ଗ୍ରହଣ କରିନଥିବା ସୂଚନା ମିଳିଛି  । ବାଘ ଖୁଆଡରେ ଏକ ଜଙ୍ଗଲି ବାରହାକୁ ଛାଡି ଦିଆଯାଇଛି  । ଯଦି ବାଘ ବାରହାକୁ ନିଜେ ମାରିନଖାଏ, ତେବେ ବାରହାକୁ ମାରି ବାଘକୁ ଖାଇବାକୁ ମାଂସ ଦିଆଯିବ ବୋଲି ଜଣାପଡିଛି  । ଅନ୍ୟପଟେ ବାଘ ଉପରେ ନଜର ରଖିଛନ୍ତି ୨ ଜଣ ପଶୁ ଡାକ୍ତର । ଖୁବଶୀଘ୍ର ମହାବଳକୁ ଜଙ୍ଗଲରେ ଛଡାଯିବ ବୋଲି ସୂଚନା ମିଳିଛି ।

ଗତକାଲି ବନବିଭାଗ କର୍ମଚାରୀ ଏହି ମହାବଳକୁ ଜଙ୍ଗଲରେ ଛାଡିଥିଲେ  । ବାଘର ଗତିବିଧିକୁ ନିରୀକ୍ଷଣ କରିବା ପାଇଁ ରେଡିଓ କଲର ଲଗାଯାଇଛି  । ତେବେ ପ୍ରଥମ ଥର ପାଇଁ ଭାରତରେ ମହାବଳ ବାଘକୁ ୨୪ ଘଂଟିଆ ଯାତ୍ରାରେ ସ୍ଥାନାନ୍ତର କରାଯାଇଛି  । ଓଡିଶାର ସାତକୋଶିଆ ଜଙ୍ଗଲରେ ବାଘ ସଂଖ୍ୟା ବଢାଇବା ପାଇଁ ଏଭଳି ଏକ ବଡ ଧରଣର ପଦକ୍ଷେପ ନିଆଯାଇଛି  ।

କାହ୍ନା ବ୍ୟାଘ୍ର ଅଭୟାରଣ୍ୟରୁ ପ୍ରଥମ ପର୍ଯ୍ୟାୟରେ ମହାବଳକୁ ଅଣାଯାଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ଆଉ ୫ଟି ମହାବଳ ବାଘ ଅଣାଯିବ  । ଦ୍ବିତୀୟ ପର୍ଯ୍ୟାୟରେ କାହ୍ନା ଅଭୟାରଣ୍ୟରୁ ଏବଂ ୨ଟି ମହାବଳ ବାନ୍ଧବଗଡ ଟାଇଗର ରିଜର୍ଭରୁ ଆଉ ୩ଟି ମହାବଳ ବାଘ ଅଣାଯିବ  ।

Share

Leave a Reply

Your email address will not be published. Required fields are marked *

6 + four =