ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ୧୫୦୬ ପ୍ରକଳ୍ପକୁ ମଂଜୁରୀ

ଭୁବନେଶ୍ବର (ନିପ୍ର): ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ୧୫୦୬ଟି ପ୍ରକଳ୍ପ ପାଇଁ ୩୫.୮୪ କୋଟି ଟଙ୍କାର ମଞ୍ଜୁର କରିଛନ୍ତି । ଏହି ପ୍ରକଳ୍ପଗୁଡିକ ମଧ୍ୟରେ ସୁନ୍ଦରଗଡ଼ ଜିଲା ଟାଙ୍ଗରପାଲି ବ୍ଲକର ୮୭ଟି ପ୍ରକଳ୍ପ, ମାଲକାନଗିରି ଜିଲା କୋରକୁଣ୍ଡା ବ୍ଲକର ୧୪୩ଟି ପ୍ରକଳ୍ପ, କଟକ ଜିଲା ବାଙ୍କି ବ୍ଲକର ୩୨୩ଟି ପ୍ରକଳ୍ପ, ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକର ୨୧୬ଟି ପ୍ରକଳ୍ପ, କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ୨୬୮ଟି ପ୍ରକଳ୍ପ, ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକର ୨୩୬ଟି ପ୍ରକଳ୍ପ ଓ ପୁରୀ ଜିଲା କଣାସ ବ୍ଲକର ୨୮ଟି ପ୍ରକଳ୍ପ ରହିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏ ଟଙ୍କା ଆପଣମାନଙ୍କର, ଓଡ଼ିଶାବାସୀଙ୍କର ବୋଲି କହିଥିଲେ । ଏଥିସହ ପ୍ରକଳ୍ପ ଗୁଡିକର କାର୍ଯ୍ୟକୁ ଶୀଘ୍ର ଏବଂ ଭଲ ଭାବରେ କରିବା ପାଇଁ ଗ୍ରାମବାସୀ ଓ ପ୍ରତିନିଧିଙ୍କୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ, ସମ୍ପୃକ୍ତ ଅଞ୍ଚଳର ଏମ୍ପି, ବିଧାୟକ, ଜିଲାପାଳ ଓ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

1 × 1 =