ବିଷ ପାଲଟିଛି ମହାନଦୀ ଜଳ

ଭୁବନେଶ୍ବର () କେବଳ ଶିଳ୍ପାଞ୍ଚଳର ବର୍ଜ୍ୟବସ୍ତୁ ନୁହେଁ, ସହରାଞ୍ଚଳ ବର୍ଜ୍ୟବସ୍ତୁ ଦ୍ବାରା ବେଶି ମାତ୍ରାରେ ନଦୀଜଳ ପ୍ରଭାବିତ ହେଉଛି। ସେହିପରି ଗ୍ରାମାଞ୍ଚଳରେ ବାହାରେ ମଳତ୍ୟାଗ ଯୋଗୁଁ ମଧ୍ୟ ନଦୀ ପ୍ରଦୁଷଣ ହେଉଛି । ଏହାଦ୍ବାରା କେବଳ ମହାନଦୀ ନୁହେଁ, ରାଜ୍ୟର 19ଟି ନଦୀର ଜଳ ପ୍ରଦୁଷିତ ହୋଉଛି । ଆଜି ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ଼ ସଦସ୍ୟ ସଚିବ ଦେବୀ ଦତ୍ତ ବିଶ୍ବାଳ ଏହି ସୂଚନା ଦେଇଛନ୍ତି ।

ରାଜ୍ୟର ବିଭିନ୍ନ ନଦୀ ଜଳକୁ ନେଇ ବିଭିନ୍ନ ସମୟରେ ଗ୍ରୀନ ଟ୍ରିବୁନାଲରେ ମାମଲା ରୁଜୁ ହେଉଛି । ନଦୀ ଜଳ ବିଷ ହୋଇଛି । ଏହା ସତ୍ତ୍ବେ ନଦୀ ଜଳ ପ୍ରଦୁଷଣକୁ ରୋକାଯାଇପାରୁନି । ଖାଲି ମହାନଦୀ ନୁହେଁ ଏହାର ଶାଖା ନଦୀ ସମେତ ରାଜ୍ୟର ୧୯ଟି ନଦୀର ଜଳ ପ୍ରଦୁଷିତ ହୋଇଥିବା ବୋର୍ଡ଼ କହିଲାଣି। ସେସବୁ ସ୍ଥାନରୁ ଖାଲି ମହାନଦୀର ୧୧ଟି ଚାନେଲରେ ପ୍ରଦୁଷଣ ସ୍ତର ମାତ୍ରାଧିକ ବୋଲି ଚିହ୍ନଟ କରାଯାଇଛି। ଏ ନେଇ ଚଳିତ ମାସ ୩୦ ତାରିଖ ସୁଦ୍ଧା କେନ୍ଦ୍ରୀୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ଼କୁ ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ଼ ଏକ ରିପୋର୍ଟ ପ୍ରଦାନ କରିବ।

ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ଼ ରେକର୍ଡ଼ ଅନୁଯାୟୀ, ଭୁବନେଶ୍ବରର ଗଙ୍ଗୁଆ ନଦୀର ଡାଉନ ଷ୍ଟ୍ରିମ୍, ଭୁବନେଶ୍ବର ଦୟାନଦୀ ଡାଉନ ଷ୍ଟ୍ରିମ୍, କଟକରୁ ଓରାଳ ଭିତରେ ପ୍ରବାହିତ କାଠଯୋଡ଼ି ନଦୀ, ଖଣ୍ଡିକତାରୁ ଶଙ୍କରତରାସ ମଧ୍ୟରେ ସେରୁଆ ନଦୀ ମାତ୍ରାଧିକ ପ୍ରଦୁଷିତ ହୋଇଛି। ସେହିପରି ଭୁବନେଶ୍ବରରୁ ପୁରୀ ମଧ୍ୟରେ ପ୍ରବାହିତ ହୋଇଥିବା ରତ୍ନଗିରି ନଦୀ, ପୁରୀଠାରେ ମଙ୍ଗଳା ନଦୀ, ଉଗୁଳିରୁ ଭୁବନେଶ୍ବର ମଧ୍ୟରେ କୁଆଖାଇ, ସମ୍ବଲପୁର ଓ ପାରାଦୀପ ମଧ୍ୟରେ ପ୍ରବାହିତ ମହାନଦୀ, ଟାଙ୍ଗୀ-ଚୌଦ୍ବାରରେ କୁସୁମି ନଦୀ, ବିଜିପୁରରେ ଲୁଣାନଦୀ ଏବଂ ଜଗନ୍ନାଥ ପାଟଣା ଓ ରମ୍ଭା ମଧ୍ୟରେ ପ୍ରବାହିତ ହୋଇଥିବା ଶାବୁଳିଆ ନଦୀର ଜଳ ପ୍ରଦୁଷିତ ହୋଇଛି। ଏହିସବୁ ନଦୀ ଚାନେଲ ଗୁଡ଼ିକ ମହାନଦୀର ଉପନଦୀ ଓ ଶାଖାନଦୀ ବୋଲି  ଚିହ୍ନଟ କରାଯାଇଛି। ଏହାବ୍ୟତୀତ ଅନ୍ୟ ନଦୀର ୮ଟି ପ୍ରଦୁଷିତ ସ୍ଥାନ ଚିହ୍ନଟ କରାଯାଇଥିବା ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ଼ ଚିହ୍ନଟ କରିଛି।

Share

Leave a Reply

Your email address will not be published. Required fields are marked *

20 + 16 =