ମହିଳା ସଶକ୍ତିକରଣରେ ନବୀନଙ୍କ ଆଉ ଏକ ଐତିହାସିକ ପଦକ୍ଷେପ

ବିଧାନସଭା ଓ ସଂସଦରେ 33 ପ୍ରତିଶତ ସଂରକ୍ଷଣ

ଭୁବନେଶ୍ବର () ରାଜ୍ୟରେ ମହିଳା ସଶକ୍ତିକରଣ ଦିଗରେ ଆଉ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହିଳାଙ୍କ ପାଇଁ ଉଭୟ ବିଧାନସଭା ଏବଂ ଲୋକସଭାରେ ୩୩ ପ୍ରତିଶତ ସଂରକ୍ଷଣର ପ୍ରସ୍ତାବ ଦେଇଛନ୍ତି । ସରକାରୀ ଦଳ ପକ୍ଷରୁ ଆଗତ ଏ ସଂକ୍ରାନ୍ତରେ ଏକ ସଂକଳ୍ପକୁ ଆଜି ବିଧାନସଭାର ସ୍ୱୀକୃତି ମିଳିଛି ।

ମହିଳା ସଶକ୍ତିକରଣକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି କହିଛନ୍ତି ବିଧାନସଭାରେ କହିଛନ୍ତି ମୁଖ୍ୟମନ୍ତ୍ରୀ । ସଂକଳ୍ପକୁ ସର୍ବସମ୍ମତିକ୍ରମେ ପାରିତ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।  ଏବେ ସଂକଳ୍ପ ପାରିତ ହେଲା ପରେ କେନ୍ଦ୍ର ନିକଟକୁ ପଠାଯିବ । ଏହି ବିଲ୍ ପାରିତ ହେଲେ ପୁରୁଷ ବିଧାୟକଙ୍କ ସହ ଏକ ତୃତୀୟାଂଶ ମହିଳା ବିଧାୟିକାଙ୍କ ପାଇଁ ସମାଜକୁ ଗତ଼ି ତୋଳିବାରେ ବିଧାନସଭା ଗୃହରୁ ଏକ ନୂଆ ଅଧ୍ୟାୟ ଅ ।ରମ୍ଭ ହୋଇପାରିବ ବୋଲି ରାଜନୈତିକ ବିଷେଜ୍ଞମାନେ ମତ ପ୍ରକାଶ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପିତା ସ୍ୱର୍ଗତ ବିଜୁ ପଟ୍ଟନାୟକ ରାଜ୍ୟରେ ମହିଳାମାନଙ୍କ ପାଇଁ ରାଜନୀତିରେ ପ୍ରଥମ ଥର ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଥିଲେ । ପଞ୍ଚାୟତସ୍ତରରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରିଥିଲେ । ତାଙ୍କ ପୁଅ ନବୀନ ପଟ୍ଟନାୟକ ଆଉ ପାଦେ ଆଗକୁ ଯାଇ ପଂ·ୟତ ନିର୍ବାଚନରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ଆସନ ସଂରକ୍ଷଣ କଲେ । ଏବେ ବିଧାନସଭା ଓ ଲୋକସଭା ନିର୍ବାଚନରେ ମଧ୍ୟ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ ଐତିହାସିତକ ପ୍ରସ୍ତାବ ଦେଇଛନ୍ତି ।
ମମତା ପଢିଆମୀ ଓ ଜୟନ୍ତୀ ଏକ୍କାଙ୍କ କାହାଣୀରେ ପ୍ରଭାବିତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ।  ସେ କହିଛନ୍ତି ଯେ, ମମତା ପଢ଼ିଆମୀ ଭୁବନେଶ୍ୱରଠାରୁ ୭୦୦ କି.ମି. ଦୂର ମାଲକାନଗିରିର ଜନଜାତି କୋଆ ସଂପ୍ରଦାୟର ଝିଅ । ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଶହ ଶହ ଲୋକଙ୍କ ଭିଡ ଭିତରେ ଛିଡ଼ା ହୋଇ ସେ ସାହସର ସହ ସେ ତାଙ୍କର ମତ ରଖିଥିଲେ । ତାଙ୍କ ଅନୁରୋଧକୁ ରକ୍ଷା କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କ ପାଇଁ ଚିକିତ୍ସା ସହାୟତା ରାଶି ୫ ଲକ୍ଷରୁ ୭ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିଭଳି ଜୟନ୍ତୀ ସୁନ୍ଦରଗଡ ଜିଲ୍ଲା ବାଲିଶଙ୍କରାର ଆଦିବାସୀ ସଂପ୍ରଦାୟର ମହିଳା ଉଦ୍ୟୋଗୀ । ମେକ୍ ଇନ୍ ଓଡ଼ିଶା ସମାବେଶରେ ଜୟନ୍ତୀ ତାଙ୍କ ଦକ୍ଷତା ଦ୍ୱାରା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ । ଯେଉଁ ଆତ୍ମବିଶ୍ୱାସ ଓ ଦୃଢତାର ସହ ସେ ତାଙ୍କ କଥା ଉପସ୍ଥାପିତ କଲେ ତାହା ସାରା ରାଜ୍ୟକୁ ପ୍ରେରଣା ଯୋଗାଇଛି । ମାଲକାନଗିରିରୁ ସୁନ୍ଦରଗଡ, ଆଜି ଆମେ ଏକ ନୂଆ ଓଡିଶା ଦେଖୁଛୁ । ଓଡିଶାରେ ଏମିତି ଲକ୍ଷ ଲକ୍ଷ ମମତା ଓ ଜୟନ୍ତୀ ଅଛନ୍ତି । ଏହି ସାହସୀ, ଉଚ୍ଚାକାଂକ୍ଷୀ ଓ ନୂଆ ଓଡିଶାର ସ୍ୱର ଆଜି ଦୃଢ ହୋଇଛି । ଏ ସ୍ୱର ପାର୍ଲାମେଣ୍ଟଠାରୁ ଆରମ୍ଭ କରି ବିଧାନସଭା ଓ ପଞ୍ଚାୟତମାନଙ୍କରେ ଶୁଣାଯିବାର ଆବଶ୍ୟକତା ରହିଛି । ଏହି ପରିପ୍ରେକ୍ଷୀରେ ମହିଳାଙ୍କ ପାଇଁ ବିଧାନସଭା ଓ ସଂସଦରେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ସଂପର୍କିତ ପ୍ରସ୍ତାବକୁ ସମର୍ଥନ କରିଥିବା କହିଥିଲେ ମୁଖ୍ୟମନ୍ତ୍ରୀ ।
ସେ କହିଥିଲେ ଯେ, ମହିଳାଙ୍କ ସଶକ୍ତିକରଣ ବିନା କୌଣସି ପରିବାର, ସମାଜ, ରାଜ୍ୟ କିମ୍ବା ଦେଶ ଆଗକୁ ବଢିପାରିବନାହିଁ । ମହିଳାଙ୍କ ସାମାଜିକ, ଅର୍ଥନୈତିକ ସଶକ୍ତିକରଣ ପାଇଁ ରାଜ୍ୟ ସରକାର କାର୍ଯ୍ୟ କରି ଆସୁଛନ୍ତି । ସମ୍ବିଧାନରେ ଲିଙ୍ଗଗତ ସମାନତା ନୀତି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଭାବେ ସ୍ଥାନିତ ହୋଇଛି । ବିଜୁ ବାବୁ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମର ପ୍ରକୃତ ଅଗ୍ରଦୂତ ଥିଲେ । ସେ ୧୯୯୨ ମସିହାରେ ପଞ୍ଚାୟତ ଓ ପୌରସଂସ୍ଥାରେ ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ କରି ସେମାନଙ୍କୁ ରାଜନୈତିକ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସାମିଲ କରିଥିଲେ ।
“ମୁଁ ଦୃଢ ନିଶ୍ଚିତ ଯେ, ଆମର ମା’,  ଭଉଣୀମାନେ ଯେଭଳି ଦକ୍ଷତାର ସହ ପରିବାର ଚଳାଉଛନ୍ତି ସେଭଳି ଦକ୍ଷତାର ସହ ସେମାନେ ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦକୁ ସଫଳ ଭାବେ ପରିଚାଳନା କରିବେ” ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ନୂଆ ଓଡ଼ିଶା ଦୃଢ ଭାବେ ଆଗକୁ ବଢିପାରିବ, ଯଦି ଜନସଂଖ୍ୟାର ଅର୍ଦ୍ଧେକ ମା’, ଭଉଣୀ ରାଜ୍ୟ ତଥା ଦେଶର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣ ଅନୁଷ୍ଠାନରେ ସେମାନଙ୍କ ଭୂମିକା ନିର୍ବାହ କରିବା ପାଇଁ ସୁଯୋଗ ପାଇବେ ।
Share

Leave a Reply

Your email address will not be published. Required fields are marked *

six − 1 =