ଗୁରୁବାର :ଆଜି କେଉଁ ରାଶି ପାଇଁ କେମିତି ରହିବ ଦିନ ଜାଣନ୍ତୁ

ମେଷ – ଦିନଟି ପରିବାର ଲୋକଙ୍କ ସହିତ କଟିବ । ଗମ୍ଭୀର କଥାର୍ବାରେ ସଫଳତା ମିଳିବାର ସମ୍ଭାବନା ଅଛି । ରାଜନୀତି କାର୍ଯ୍ୟରେ ରୁଚି ବଢିବ । ବାହାର କାମରେ ଗଲାବେଳେ ବାହନ ସାବଧାନତାର ସହ ଚଳାନ୍ତୁ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୫ ।

ବୃଷ – ଦିନଟି ଲାଭପ୍ରଦ ରହିବ । ଯେଉଁ କାମ ହାତକୁ ନେବେ ନିଶ୍ଚିତ ଲାଭ ପାଇବେ । ଅଫିସରେ ଆପଣଙ୍କ ରାୟ ରଖିବାରେ ସୁଯୋଗ ମିଳିବ । ଅବିବାହିତାଙ୍କ ଲାଗି ବିବାଦର ନୂଆ ପ୍ରସ୍ତାବ ଆସିବ । ସ୍ୱାଦିଷ୍ଟ ଖାଦ୍ୟ ଭୋଜନ କରିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୧ ।

ମିଥୁନ – ଆଜି ଆପଣ ଉର୍ଜାବାନ ଓ ସକ୍ରିୟ ରହିବେ । ସାମାଜିକ କାର୍ଯ୍ୟରେ ଆପଣଙ୍କର ମହତ୍ୱପୂର୍ଣ୍ଣ ଭୂମିକା ରହିବ । ବ୍ୟବସାୟରେ ଧନର ବୃଦ୍ଧି ହେବ । ଚାକିରି ସମ୍ବନ୍ଧରେ ଭଲ ଖବର ମିଳିବ । କୃଷି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ଧନ ଲାଭ ହେବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୧ ।

କର୍କଟ – ମନରେ ଲାଗି ରହିଥିବା ଓଲଟପାଲଟ ଚିନ୍ତାଧାରା ସମାପ୍ତ ହୋଇଯିବ । ପରିବାରରେ ମଧୁରତା ସହିତ ବିଶ୍ୱାସ ବି ବଢିବ । କାରବାରରେ ଆପଣଙ୍କୁ ଲାଭ ହେବ । ଅଫିସରେ ଗୁରୁତ୍ୱପୂର୍ଣ୍ଣ ଫଇସଲା ନେଇପାରନ୍ତି । ଶୁଭ ରଙ୍ଗ ଧଳା ଓ ନାଲି । ଶୁଭ ଅଙ୍କ ୫ ।

ସିଂହ – ଆଜି ଆପଣ ଆତ୍ମବିଶ୍ୱାସରେ ଭରି ରହିବେ । ଜରୁରୀ କାମ ଶେଷ କରିବା ଲାଗି ଯୋଜନା କରିବେ । ଆପଣ ରାଜ୍ୟ ବାହାରକୁ ଯାତ୍ରାରେ ଯାଇପାରନ୍ତି । ଜମି ଦଲାଲଙ୍କୁ ପୁରୁଣା ଜମିରୁ ଧନ ଲାଭ ହେବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୮ ।

କନ୍ୟା – ଦିନଟି ଆପଣଙ୍କ ଲାଗି ବଢିଆ ରହିବ । କାର୍ଯ୍ୟକ୍ଷେତ୍ରରେ ପୁରୁଣା ପରିଚୟରୁ ଆପଣଙ୍କୁ ଫାଇଦା ମିଳିବ । ସମାଜରେ ଆପଣଙ୍କର ପ୍ରତିଷ୍ଠା ବଢିବ । ଦାଂପତ୍ୟ ଜୀବନରେ ମଧୁରତା ବଢିବ । ବିଦ୍ୟାର୍ଥୀଙ୍କ ଲାଗି ଦିନଟି ସାମାନ୍ୟ ରହିବ । ଶୁଭ ରଙ୍ଗ ନାଲି । ଶୁଭ ଅଙ୍କ ୨ ।

ତୁଳା- ଆପଣଙ୍କ ମନ ଧର୍ମ ଦିଗରେ ଲାଗି ରହିବ । ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହେବାର ସମ୍ଭାବନା ଅଛି । କୌଣସି ନୂଆ ସୁଯୋଗ ମିଳିପାରେ । ବ୍ୟାପାର-ବାଣିଜ୍ୟରେ ଉନ୍ନତି ହୋଇପାରେ । ଅଚାନକ ଢେର ଧନ ପାଇବେ । ଶୁଭ ରଙ୍ଗ ସବୁଜ । ଶୁଭ ଅଙ୍କ ୬ ।

ବିଛା – ଆପଣଙ୍କୁ ଭାଗ୍ୟର ସାଥ ମିଳିବ । ଆପଣଙ୍କ ସମ୍ବନ୍ଧରେ ଲାଗି ରହିଥିବା ତିକ୍ତତା ମଧୁରତାରେ ବଦଳି ଯିବ । ଆପଣଙ୍କର ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ଆହୁରି ବଢିଆ ହେବ । ଜୀବନସାଥୀଙ୍କୁ ଖୁସି ରଖିବା ଲାଗି ଉପହାର ଦେବେ । ଶୁଭ ରଙ୍ଗ ନାଲି । ଶୁଭ ଅଙ୍କ ୪ ।

ଧନୁ – ନିଜକୁ ସୁସ୍ଥ ଓ ସତେଜ ଅନୁଭବ କରିବେ । ନିଜର ଲକ୍ଷ୍ୟ ହାସଲ ଲାଗି ଠୋସ୍ ଯୋଜନା କରିବେ । ଭଲ ଲୋକଙ୍କ ସହାୟତା ଧନଲାଭ ଯୋଗ ରହିଛି । ପାରିବାରିକ ସ୍ତରରେ ଖୁସିର ବୃଦ୍ଧି ହେବ । ସୁସ୍ୱାଦୁ ଖାଦ୍ୟ ଭୋଜନ କରିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୨ ।

ମକର – ଆପଣଙ୍କ ବ୍ୟକ୍ତିତ୍ୱରେ ସୁ ପରିର୍ବନ ଆସିବ । କାର୍ଯ୍ୟାଳୟରେ ଏଭଳି ସୁଯୋଗ ମିଳିବ । ଯାହା ଦ୍ୱାରା ଆପଣଙ୍କର ଯଥେଷ୍ଟ ଲାଭ ହେବ । ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢିବ । ଘରୋଇ କାମ ଭଲରେ ପୂରା ହେବ । ଶୁଭ ରଙ୍ଗ ସବୁଜ । ଶୁଭ ଅଙ୍କ ୯ ।

କୁମ୍ଭ – ଆପଣଙ୍କୁ ପରିଶ୍ରମର ଉଚିତ ପରିଣାମ ପ୍ରାପ୍ତ ହେବ । ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ବଢିବ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ । କାରବାରରେ କିଛି ନୂଆ ଲୋକ ଯୋଡି ପାରନ୍ତି । ପ୍ରେମ ପ୍ରସଙ୍ଗ ଯୁକ୍ତ ଜୀବନରେ ଢେର ଆନନ୍ଦ ମିଳିବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୩ ।

ମୀନ – ଦିନଟି ଆପଣଙ୍କ ଲାଗି ଉମ ରହିବ । ଆପଣଙ୍କ ସାମନାକୁ ନୂଆ ସୁଯୋଗ ଆସିବ । ଆର୍ଥିକ ସ୍ଥିତି ସୁଧୁରିବା ସହ ଅଫିସରେ ସହକର୍ମୀ ସହିତ ବଢିଆ ତାଳମେଳ ବଜାୟ ରହିବ । ବ୍ୟବସାୟ ସମ୍ବନ୍ଧରେ ଯାତ୍ରା କରିବାକୁ ପଡିପାରେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ ।

Share

Leave a Reply

Your email address will not be published. Required fields are marked *

19 − 18 =