ମୋଦିଙ୍କୁ ଧମକ ଦେଇ ଭିଡିଓ ପ୍ରସ୍ତୁତ କଲେ ପାକିସ୍ତାନ ଗାୟିକା,ଦେଖନ୍ତୁ ଭିଡିଓ

ଧାରା ୩୭୦ ଉଚ୍ଛେଦ ହେବାପରେ ପାକିସ୍ତାନ ଗାୟିକା ରବି ପିରଜାଦା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଦେଇଛନ୍ତି।ଏକ ଭିଡିଓ ମାଧ୍ୟମରେ ସେ ଏପରି ଧମକ ଦେଇଛନ୍ତି।

ଭିଡିଓରେ ରବି ପିରଜାଦାଙ୍କୁ ଅଜଗର ସାପ ଓ କୁମ୍ଭୀର ସହିତ ଦେଖିବାକୁ ମିଳିଛି। ଏମାନଙ୍କୁ ଧରି ସେ କହିଛନ୍ତି, ‘ମୁଁ କଶ୍ମୀରର ଝିଅ, ମୋ ସାପମାନଙ୍କ ସହିତ ପ୍ରସ୍ତୁତ ରହିଛି। ଏସବୁ ସାପ ନରେନ୍ଦ୍ର ମୋଦିଙ୍କ ପାଇଁ। ମୋଦି ତୁମେ କଶ୍ମୀରବାସୀଙ୍କୁ ହଇରାଣ କରୁଛ, ତେଣୁ ଏବେ ନର୍କରେ ମରିବା ପାଇଁ ପ୍ରସ୍ତୁତ ରୁହ। ମୋର ସବୁ ସାଙ୍ଗ ଶାନ୍ତି ଚାହୁଁଛନ୍ତି।’ ଭିଡିଓରେ ଏପରି କହି ରବି ପିରଜାଦା ‘ହମ୍ ଦର୍ଦ୍ କେ ମାରୋଁ ସେ କଶ୍ମୀର ନା ଛିନୋ, ଏ ଜଲୀନ୍ ଜନ୍ନତ କି ତସ୍ବୀର୍ ନା ଛିନୋ’ ନାମରେ ଏକ ଗୀତ ଗାଇଥନ୍ତି।

ରବି ପିରଜାଦା ହେଉଛନ୍ତି ଜଣେ ପାକିସ୍ତାନୀ ପପ୍ ଗାୟିକା। ଅନେକ ଟେଲିଭିଜନ ଶୋ ସେ ହୋଷ୍ଟ୍ କରିସାରିଛନ୍ତି ।

Share

Leave a Reply

Your email address will not be published. Required fields are marked *

1 × one =