ରାନୀ ପଣ୍ଡା ବାନ୍ଧିଲେ ସୁରଙ୍କ ହାତରେ ରାକ୍ଷୀ

ଭୁବନେଶ୍ୱର: ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟଙ୍କୁ ରାକ୍ଷୀ ବାନ୍ଧିଛନ୍ତି ରାନୀ ପଣ୍ଡା । ମିଠା ଖୁଆଇ ରାକ୍ଷୀ ବାନ୍ଧିବା ସହ ଆଶୀର୍ବାଦ ନେଇଛନ୍ତି ରାନୀ । ତେବେ ଉଭୟ ସବୁବେଳେ ଚର୍ଚ୍ଚାରେ ରହୁଥିବାରୁ ସେମାନଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ୟୁଜର୍ସମାନେ ବିଭିନ୍ନ କମେଣ୍ଟ ମଧ୍ୟ ଦେଉଛନ୍ତି । ସୂଚନା ଥାକକି, ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ହେଉଛନ୍ତି ସୁରେଶ କୁମାର ରାଉତରାୟ । ନିଜର ମଜାଳିଆ କଥା ଲାଗି ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ପ୍ରତିଦିନ ଖବରକାଗଜ ଏବଂ ଟିଭିରେ ସୁରଙ୍କ ଖବର ପ୍ରକାଶ ପାଇଥାଏ । ସେପଟେ ବିଭିନ୍ନ ସମୟ ବିଭିନ୍ନ ଘଟଣା ଲାଗି ଚର୍ଚ୍ଚାରେ ରହିଥାନ୍ତି ରାନୀ ପଣ୍ଡା ।

Share

Leave a Reply

Your email address will not be published. Required fields are marked *

18 − 6 =