ଆଉ କିଛି ସମୟ ପରେ ମୁଖ୍ୟ ଶାସନ ସଚିବଙ୍କ ବଡ଼ ଘୋଷଣା

ଭୁବନେଶ୍ବର: ଆଜି କିଛି ବଡ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ । ଶନିବାର ଅପରାହ୍ନ ୪ଟା ୩୦ରେ ମୁଖ୍ୟ ଶାସନ ସଚିବ କିଛି ବଡ ଘୋଷଣା କରିବା ନେଇ ସୂଚନା ମିଳିଛି ।ତେବେ ରାଜ୍ୟରେ ସଂକ୍ରମଣର ମାତ୍ରା ବୃଦ୍ଧି ପାଉଥିବା ସମୟରେ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟରେ ବୃଦ୍ଧି ପାଇବାରେ ଲାଗିଛି ।ଏହାକୁ ଦୃଷ୍ଟିରେ ରଖି ମୁଖ୍ୟ ଶାସନ ସଚିବ କିଛି ବଡ ନିଷ୍ପତ୍ତି ନେଇପାରନ୍ତି ବୋଲି ସୂଚନା ମିଳିଛି । ଏହି ପ୍ରେସ୍‌ବାର୍ତ୍ତା ସମୟରେ ଏନ୍‌ଏଚଏମ୍‌ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଏବଂ ବିଏମ୍‌ସି କମିଶନର ସଞ୍ଜୟ ସିଂହ ଉପସ୍ଥିତ ରହିବେ ।

Share

Leave a Reply

Your email address will not be published. Required fields are marked *

3 × 4 =