କାଳବୈଶାଖୀ ବର୍ଷା ସହ ବଜ୍ରପାତ ଆଶଙ୍କା

ବାଂଲାଦେଶ ଓ ଏହାର ପାର୍ଶ୍ବବର୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ୬ ତାରିଖ ପର୍ୟ୍ୟନ୍ତ ଓଡ଼ିଶାରେ କାଳବୈଶାଖୀ ବର୍ଷାର ପ୍ରଭାବ ଜାରି ରହିବ। ୫ ତାରିଖ ପୂର୍ବାହ୍ନ ପର୍ୟ୍ୟନ୍ତ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ନୟାଗଡ଼, ଖୋର୍ଧା, ପୁରୀ ଓ ଗଜପତି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷା ହେବ । ବଜ୍ରପାତର ମଧ୍ୟ ଆଶଙ୍କା ରହୁଛି । ଲୋକେ ଏଥିପ୍ରତି ସତର୍କ ରହିବା ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଉତ୍ତର ଓଡ଼ିଶା ଉପକୂଳ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ କାଳବୈଶାଖୀ ସହ ଘଣ୍ଟାପ୍ରତି ୨୫ରୁ ୪୫ କିମି ବେଗରେ ପବନ ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କ ପାଇଁ ସତର୍କ ସୂଚନା ଜାରି ହୋଇଛି ।କାଳବୈଶାଖୀ ସହ ପବନ ହେବାକୁ ଥିବାରୁ ଉପକୂଳ ଓଡ଼ିଶାର କୃଷକମାନେ ମଧ୍ୟ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି ।

Share

Leave a Reply

Your email address will not be published. Required fields are marked *

20 + 17 =